ନିଦ ଖୋଲିବା ପରେ ହଲିବାରେ ହୋଇଥାଏ ଅସୁବିଧା କି ପାଟିରୁ ବାହାରେ ନାହିଁ ଆବାଜ, ତେବେ ଜାଣି ନିଅନ୍ତୁ ଏମିତି କାହିଁକି ହୋଇଥାଏ ?

ଆପଣ ଭୁତ ଫିଲ୍ମରେ ପ୍ରାୟତଃ ଦେଖି ଥିବେ କି ଯେତେବେଳେ ଭୁତ ରୁମ ଭିତରେ ଆସିଥାଏ ତେବେ ତାହା ସାମନାରେ ଥିବା ଲୋକଙ୍କ ମୁହଁରୁ ନା ହିଁ ଆବାଜ ବାହାରେ ଏବଂ ନା ହିଁ ସେ ହଲିପାରନ୍ତି । ତେବେ ଆପଣଙ୍କୁ ଲାଗେ କି ଏହା କେବଳ ଫିଲ୍ମରେ ହିଁ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଏହା ଅସଲ ଜୀବନରେ ବି ହୋଇଥାଏ ।

ଆପଣଙ୍କ ସହିତ ବି ବୋଧେ ଏମିତି କିଛି ହୋଇଥିବ କି ଆପଣଙ୍କର ନିଦ ଅଚାନକ ଭାଙ୍ଗିଯିବ କିନ୍ତୁ ନିଜକୁ ହଲାଇ ପାରୁ ନଥିବେ ମାନେ ଆପଣଙ୍କର ହାତ, ଗୋଡ ଏବଂ ଶରୀରର କାମ କରୁନଥିବ । ନା ହିଁ ଆପଣଙ୍କ ପାଟିରୁ କିଛି ଆବାଜ ବାହାରୁଥିବ । ଆପଣ ସବୁ ଦେଖି ଶୁଣି ପାରୁଥିବେ କିନ୍ତୁ କିଛି କରି ପାରୁ ନଥିବେ ।

ଏମିତି ଲାଗେ କି ଆପଣଙ୍କ ଶରୀରକୁ କେହି ଜଣେ କଣ୍ଟ୍ରୋଲ କରୁଛି । ଏବଂ କେତେ ଥର ଆପଣଙ୍କୁ କିଛି ଅଜୀବ ଜିନିଷ ଦେଖା ଯାଉଥିବ କିମ୍ବା ଶୁଣା ଯାଉଥିବ । କିଛି ଲୋକମାନେ ଏହାକୁ ଭୁତ ପ୍ରେତ ବୋଲି କହିଥାନ୍ତି । କିନ୍ତୁ ଅସଲରେ ଏହିଭଳି କିଛି ହୋଇ ନଥାଏ ।

ମେଡିକାଲ ଭାଷାରେ ଏହି ପ୍ରକାରର ଅବସ୍ଥାକୁ ‘ସ୍ଲୀପ ପାରାଲିସିସ’ କୁହାଯାଏ । ଏବଂ ଏହା ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କର ମୁଣ୍ଡର କିଛି ଭାଗ ଶୋଇଥାଏ ଏବଂ କିଛି ଭାଗ ଉଠି ଯାଇଥାଏ ।

ଏହା ସେତେବେଳେ ହୋଇଥାଏ ଯେତେବେଳେ ଆପଣ ଅଧା ନିଦରେ ଥାନ୍ତି ଏବଂ ଅଧା ଜାଗି ଥାନ୍ତି । ଏମିତିରେ ଆପଣ ଯେତେବେଳେ ନିଜର ଗୋଡ ଏବଂ ହାତକୁ ହଲାଇବାକୁ ଚେଷ୍ଟା କରନ୍ତି ତେବେ ଆପଣ କିଛି ସମୟ ପର୍ଯ୍ୟନ୍ତ ଏହାକୁ କରିବାରେ ଅସମର୍ଥ ହୋଇଥାନ୍ତି । ଏବଂ ଆପଣ ସାଧାରଣ ସେତେବେଳେ ହୋଇଥାନ୍ତି ଯେତେବେଳ ଆପଣ ନିଜକୁ ପୁରାପୁରି ଜଗାଇ ଥାନ୍ତି ।

କେତେବେଳେ ହୋଇଥାଏ ସ୍ଲୀପ ପାରାଲିସିସ ?

କହିଦେଉଛୁ ଯେ ସ୍ଲୀପ ପାରାଲିସିସ ୨ ପ୍ରକାର ହୋଇଥାଏ । ଗୋଟିଏ ହେଉଛି ଯେତେବେଳେ ଆପଣ ଶୋଇବାକୁ ଚେଷ୍ଟା କରନ୍ତି ଏବଂ ଦ୍ଵିତୀୟଟି ହେଉଛି ଯେତେବେଳେ ଆପଣ ଉଠିବାର ଅଛନ୍ତି । ଯଦି ଶୋଇବା ସମୟରେ ଆପଣଙ୍କ ସହିତ ଏହିଭଳି କିଛି ହେଉଛି ତେବେ ତାହାକୁ ହିପ୍ନୈଗୋଗିକ ସ୍ଲୀପ ପାରାଲିସିସ କୁହନ୍ତି ଏବଂ ଆଉ ଉଠିବା ସମୟରେ ଏହିଭଳି କିଛି ହେଉଛି ତେବେ ତାହାକୁ ହିପ୍ନୋପମ୍ପିକ ସ୍ଲୀପ ପାରାଲିସିସ କୁହାଯାଏ ।

କାହାକୁ ହୋଇଥାଏ ସ୍ଲୀପ ପାରାଲିସିସ ?

କହିଦେଉଛୁ ଯେ ଏହା କୌଣସି ପ୍ରକାରର ରୋଗ ନୁହେଁ । ଏହା ସବୁ ୧୦ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୪ ଜଣ ଅନୁଭବ କରିଥାନ୍ତି । ଏହା ହେବାର ବିଭିନ୍ନ କାରଣ ଅଛି । ଗୋଟିଏ ଆନୁବାଂସିକ ହେବା ସହିତ ନିଦ କମ ହେବା, ଅନିୟମିତ ସମୟରେ ଶୋଇବା, ଚିନ୍ତା, ପିଠି ବଳରେ ଶୋଇବା କିମ୍ବା ନିଦ ସବନ୍ଧିତ ଅନ୍ୟ ସମସ୍ୟା ବି ହୋଇପାରେ ।

ସ୍ଲୀପ ପାରାଲିସିସରୁ ବଞ୍ଚିବା ପାଇଁ କଣ କରିବା ଉଚିତ –

·    ନିଦ ସବନ୍ଧିତ ଅଭ୍ୟାସକୁ ଠିକ କରନ୍ତୁ ଯେମିତିକି ୮ ଘଣ୍ଟା ପର୍ଯ୍ୟନ୍ତ ପୁରା ବିଶ୍ରାମ ଜରନ୍ତୁ ।

·    ଅଧିକ ଚିନ୍ତାରୁ ନିଜକୁ ଦୂରରେ ରଖନ୍ତୁ ।

·    ଯଦି ମାନସିକ ରୋଗ ଅଛି ତେବେ ଡାକ୍ତର ଦେଖାନ୍ତୁ ।

·    ନିଦ ସହିତ ଜଡିତ ଡିସର୍ଡର ଅଛି ତେବେ ଟ୍ରୀଟମେଂଟ କରନ୍ତୁ ।

ଆଶାକରୁଛୁ ଆମର ଏହି ଆର୍ଟିକିଲ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ । ଶେୟାର କରନ୍ତୁ ସମସ୍ତଙ୍କ ସହିତ ଓ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।