Jyotish Shastra- ଉପହାରରେ ଭୁଲରେ ବି ଦିଅନ୍ତୁ ନାହିଁ ଏହି 4 ଟି ଜିନିଷ, ଘର ଛାଡି ଚାଲି ଯାଆନ୍ତି ମା’ ଲକ୍ଷ୍ମୀ

ଆମେ ଆମ ଜୀବନରେ ସବୁ ପର୍ବ ପର୍ବାଣିରେ କିଛି ନା କିଛି ଉପହାର ବନ୍ଧୁ ବା ପରିଜନ ମାନଙ୍କୁ ଦେଇଥାଉ । ଏହି ଉପହାର ଦେବାରେ ଆନନ୍ଦ ରହିଥାଏ । ଆମେ ଦେଇଥିବା ଉପହାର ଅନ୍ୟକୁ ବହୁତ ପସନ୍ଦ ଆସିଥାଏ ଯେମିତିକି ବୟସ୍କ ହେଉ ବା ଛୋଟ ପିଲାମାନେ ବା ନାରୀ ଓ ପୁରୁଷ  ହୁଅନ୍ତୁ ସମସ୍ତଙ୍କ ମନରେ ଖୁସି ଆଣିଦିଏ । ଆମେ କୌଣସି ଖାସ ବ୍ୟକ୍ତିଙ୍କୁ ଉପହାର ଦେବା ସମୟରେ ତାର ପସନ୍ଦ ନା ପସନ୍ଦ ବିଷୟରେ ଚିନ୍ତା କରି ଉପହାର ଦେଇଥାଉ ।

କୌଣସି ବ୍ୟକ୍ତିକୁ ଉପହାର ଦେବା ପୂର୍ବରୁ କେଉଁ ଉପହାର କାହାକୁ ଦେଲେ ଭଲ ଲାଗିବ ସେହି ବିଷୟରେ ପ୍ରଥମେ ଚିନ୍ତା କରିଥାଉ । କିନ୍ତୁ ଅନେକ ସମୟରେ ଆମେ କାହାକୁ ଉପହାର ଦେବା ବେଳେ କିଛି ଭୂଲ କରିଥାଉ । ଭଗବାନ ଶ୍ରୀ କୃଷ୍ଣ ମଧ୍ୟ କହିଛନ୍ତି ଯେ ଆମେ ବ୍ୟବହାର କରୁଥିବା କୌଣସି ବସ୍ତୁକୁ କାହାକୁ ବି ଭୁଲରେ ଉପହାର ଦେବା ଉଚିତ ନୁହେ । ଆଜି ଆମେ ଆପଣ ମାନଙ୍କୁ କେଉଁ ବସ୍ତୁ କାହାକୁ ଉପହାର ଦେବା ଉଚିତ ନୁହେ ସେହି ବିଷୟରେ କହିବାକୁ ଯାଉଛୁ ।

୧- “ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି”- କେବେ ବି ଭୁଲରେ ମା ଲକ୍ଷ୍ମୀଙ୍କର ମୂର୍ତ୍ତି କାହାରୀକୁ ଉପହାର ଦେବା ଉଚିତ ନୁହେ । ଯିଏ ଉପହାର ଦେଇଥାଏ ଓ ଯିଏ ଉପହାର ନେଇଥାଏ ସେହି ବ୍ଯକ୍ତିର ଜୀବନରେ ଅନେକ ପ୍ରଭାବ ପଡିଥାଏ । ଏହି ମୂର୍ତ୍ତିକୁ ଅନ୍ୟକୁ ଉପହାର ଦେବାର ଅର୍ଥ ହେଉଛି ଯେ ଆପଣ ନିଜ ଘରୁ ମା ଲକ୍ଷ୍ମୀଙ୍କୁ ସବୁ ଦିନ ପାଇଁ ବିଦାୟ ଦେବା ସହ ଘରକୁ ଆସୁଥିବା ଧନ ମଧ୍ୟ କାହାକୁ ଦେଇଦେଲେ । ସେଥିପାଇଁ କୌଣସି ପୂଜା ଜିନିଷ ମଧ୍ୟ କାହାକୁ ଦେବା ଉଚିତ ନୁହେ ।

୨- “ପ୍ରଭୁ ଗଣେଶଙ୍କ ମୂର୍ତ୍ତି” : ମା ଲକ୍ଷ୍ମୀଙ୍କ ମୂର୍ତ୍ତି ଭଳି ପ୍ରଭୁ ଗଣେଶଙ୍କର ମୂର୍ତ୍ତିକୁ ମଧ୍ୟ କାହାକୁ ଉପହାର ଦେବା ଉଚିତ ନୁହେ । ଏହା ଛଡା ଘରେ ଥିବା ଗଣେଶ ମୂର୍ତ୍ତିର ଶୁଣ୍ଢକୁ ଅଧିକ ଧ୍ୟାନ ଦେବା ଉଚିତ । ସିଧା ଶୁଣ୍ଢ ଥିବା ଗଣେଶ ମୂର୍ତ୍ତିକୁ ନିୟମ ଅନୁସାରେ ପୂଜା କରିବା ଉଚିତ । ଏହା କରିବା ଫଳରେ ଯେଉଁମାନେ ଗଣେଶ ମୂର୍ତ୍ତିକୁ  ଉପହାର ଦିଅନ୍ତି ସେମାନଙ୍କ ଅପେକ୍ଷା ଯେଉଁମାନେ ଗଣେଶ ମୂର୍ତ୍ତିକୁ ଉପହାର ଭାବେ ଗ୍ରହଣ କରି ନିଅନ୍ତି ସେମାନେ ତାଙ୍କ ଜୀବନରେ ଅନେକ ଦୁଖ କଷ୍ଟର ସାମନା କରିଥାନ୍ତି ।

୩- “ଘଣ୍ଟା”: ଯଦି ଆପଣ ଘଣ୍ଟାକୁ କାହାକୁ ଉପହାର ଦିଅନ୍ତି ତେବେ ଆପଣ ନିଜର ଭଲ ବା ଖରାପ ସମୟ ତାକୁ ଦେବା ସହ ସମାନ ହୋଇଥାଏ । ସେଥି ପାଇଁ ଭୁଲରେ ବି କାହାକୁ ଘଣ୍ଟା ଦାନ ବା ଉପହାର ଦେବା ଉଚିତ ନୁହେ ।

୪- “ଛୁରୀ ବା ଲୁହା ବସ୍ତୁ”: କିଛି ଲୋକ ମାନେ ଘରେ ବ୍ୟଭାର କରୁଥିବା ଛୁରୀ ଆଦି ଲୁହା ଜାତୀୟ ଜିନିଷକୁ ଅନ୍ୟକୁ ଉପହାର ଦେଇଥାନ୍ତି । ଏହା କରିଲେ ବ୍ୟକ୍ତି ଜୀବନରେ ରହିଥିବା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ କାହାକୁ ଏହିଭଳି ବସ୍ତୁ ଦେବା ଉଚିତ ନୁହେ । ଯଦି ଏପରି କରାଯାଏ ତେବେ ପରସ୍ପର ଭିତରେ ଭୁଲ ବୁଝାମଣା ହୋଇଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।