Breaking News: ରାଜ୍ୟରେ ରଜ ପରେ ଆରମ୍ଭ ହେବ ଅନଲକ, ଫୋକସ ରେ ରହିଛି ଏହି ୧୨ ଜିଲ୍ଲା, ଦେଖନ୍ତୁ କଣ ଏଥିରେ ଆପଣଙ୍କ ଜିଲ୍ଲା ଅଛି ?

ଅନଲକ ଫୋକସ ରେ ୧୨ ଟି ଜିଲ୍ଲା ବର୍ତ୍ତମାନ ଅଛି । ଅନଲକ ଉପରେ ସାମଗ୍ରିକ ଭାବେ ସମସ୍ତ ଙ୍କ ନଜର ଅଛି। କାରଣ ୧୭ ତାରିଖ ପାଖେଇ ଆସୁଛି । ତେଣୁ ୧୭ ପରେ କଣ ହୋଇପାରେ ଅର୍ଥାତ ୧୭ ପରେ ସାରା ଓଡିଶା ରୁ ଲକଡାଉନ ଖୋଲିବ କିମ୍ବା କେବଳ କିଛି ଟି ଜିଲ୍ଲା ଖୋଲିବ ଓ ଅନ୍ୟ ଜିଲ୍ଲାରେ  କଟକଣା କୋହଳ କରାଯିବ । ଗ୍ରୀନ ଯୋନ ଗୁଡିକ ଖୋଲିବ କି ନାହିଁ ।

ତେବେ ଅନଲକ କୁ ନେଇ ସରକାର ବିଚାର ବିମର୍ଷ କରୁଛନ୍ତି । ବିଶେଷଜ୍ଞମାନେ ମଧ୍ୟ ଆଲୋଚନା କରୁଛନ୍ତି । ଗ୍ରୀନ ଯୋନ ରେ କଟକଣା ହଟି ପାରେ କିନ୍ତୁ ରେଡ଼ ଯୋନ ଗୁଡିକରେ କଟକଣା ରହିପାରେ । ଏବେ ଉଭୟ ଆକ୍ଟିଭ ଓ ପଜିଟିଭିଟ କେଷ ଦେଖିବାକୁ ଗଲେ, ରେଡ଼ ଜୋନ୍ ରେ ୬ ଟି ଜିଲ୍ଲା ଅଛି । ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର, ବାଲେଶ୍ବର, ଏବଂ  ମୟୁରଭଞ୍ଜ ।

ଏହି ୬ ଜିଲ୍ଲାରେ  ୨୫୦୦ ରୁ ଅଧିକ ଆକ୍ଟିଭ କେଷ ରହୁଛି। ଏହି ୬ ଟି ଜିଲ୍ଲା ରେ ଲକଡାଉନ ହଟିବାର ସମ୍ଭାବନା ଖୁବ କମ ବୋଲି କୁହାଯାଇଛି । ସେଇ ଭଳି ସୁନ୍ଦରଗଡ଼ ଜିଲ୍ଲାରେ ୨୦୦୦ ରୁ ଅଧିକ ଆକ୍ଟିଭ କେଷ ରହିଛି । କେନ୍ଦ୍ରାପଡା ରେ ୧୬୦୦ ରୁ ଅଧିକ ଆକ୍ଟିଭ କେଷ ରହିଛି। ଅନୁଗୁଳ ରେ ୨୭୦୦ ରୁ ଆକ୍ଟିଭ କେଷ ରହିଛି । ତେବେ ଏହି ୩ ଟି ଜିଲ୍ଲା ରେ ଲକଡାଉନ ହଟିବ ନା ନାହିଁ ତାହା ନେଇ ଚର୍ଚ୍ଚା ।

ରାଜ୍ୟରେ ଦେଖିବାକୁ ଗଲେ କୋରଣା ହାର ଅଳ୍ପ କମିଛି । ୧୭ ଜିଲ୍ଳା ରେ ଦୈନିକ ୧୦୦ କେଷ ବାହାରୁଛି । ରାଜ୍ୟରେ ରେଡ଼ ଯୋନ ର ହାର କମୁଛି । ଓ ଗ୍ରୀନ ଯୋନ ସଂଖ୍ୟା ବଢୁଛି । ରାଜ୍ୟରେ ୭ ଟି ଜିଲ୍ଳା ରେଡ଼ ଜୋନ୍ ରେ ଓ ୧୨ ଜିଲ୍ଲା ଗ୍ରୀନ ଯୋନ ଓ ୧୧ ଟି ଜିଲ୍ଳା ୟେଲୋ ଯୋନ ରେ ଅଛି । ତେଣୁ ଯଦି ରେଡ଼ ଯୋନ ରେ ଅନଲକ ଯଦି ଖୋଲାଯିବ ତେବେ କୋରଣା ହାର ବୃଦ୍ଧି ପାଇପାରେ ।

ତେଣୁ ରେଡ଼ ଯୋନ ରେ ଆଉ ୧ କିମ୍ବା ୨ ସପ୍ତାହ କଟକଣା ବୃଦ୍ଧି କରିଦେଲେ କୋରଣା କିଛି ମାତ୍ର ରେ କମିଯିବ । ଯେତେବେଳେ ପରିସ୍ଥିତି ନିୟନ୍ତ୍ରଣ ରେ ଆସିଯିବ ତାହା ପରେ ଅନଲକ ହେଲେ କୌଣସି ଅସୁବିଧା ହେବ ନାହିଁ ।

ଆନ୍ଧ୍ରା ଓ ପଶ୍ଚିମ ବଙ୍ଗଳାରେ ଓଡିଶା ଭଳି ପରିସ୍ଥିତି ନାହିଁ ସେଠାରେ ଆକ୍ଟିଭ ଓ ପଜିଟିଭ କେଷ ଅଧିକ ଥିବାରୁ ତେଣୁ ସେ ରାଜ୍ୟ ଓ ଓଡ଼ିଶା ର ବଡ଼ର ବା ସୀମା ରେ ମଧ୍ୟ କଟକଣା ବୃଦ୍ଧି କରାଯିବା ଦରକାର । ତେଣୁ ଯଦି ପରିସ୍ଥିତି ରେ କିଛି ସୁଧାର ଆସେ ତେବେ ଅନଲକ ହେବ । ନହେଲେ ରେଡ଼ ଯୋନ ରେ କିଛି ଦିନ କଟକଣା ବଢାଯାଇପାରେ । ପରିସ୍ଥିତି ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଏଥିରେ ଆପଣଙ୍କ ମତାମତ ନିଶ୍ଚୟ ଆମକୁ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ