Unlock 5.0- ଜାଣନ୍ତୁ କଣ ରହିବ ଖୋଲା ଓ କଣ ରହିବ ବନ୍ଦ

କହିବାକୁ ଗଲେ ବର୍ତ୍ତମାନ ଚାରିଆଡେ ଆପଣଙ୍କୁ କେବଳ କରୋନାର ନାଁ ହିଁ ଶୁଣିବାକୁ ମିଳିବ । କାରଣ ବର୍ତ୍ତମାନ ଦେଶରେ ଚାରିଆଡେ କରୋନା ରୋଗୀମାନଙ୍କ ସଂଖ୍ୟା ଦିନକୁ ଦିନକୁ ବଢିବାର ଲାଗିଛି । ଏମିତିରେ ସରକାର ଏହାର ସମଧାନ ପାଇଁ ବିଭିନ୍ନ ପ୍ରକାରର ଚେଷ୍ଟା କରୁଛନ୍ତି ତଥାପି କରୋନାର ପ୍ରଭାବ କମ ହେଉ ନାହିଁ । ଏମିତିରେ କରୋନା କାରଣରୁ ସରକାର ଲକଡାଉନ ବି କରିଥିଲେ ।

କିନ୍ତୁ ଲକଡାଉନ କାରଣରୁ ଯେଉଁଠି କେତେକ ଜିନିଷରେ ସରକାରଙ୍କୁ ସଫଳତା ମିଳିଲା ତ ଅନ୍ୟ ପଟେ ଲକଡାଉନ କାରଣରୁ ସରକାର ଓ ସାଧାରଣ ଜନତାଙ୍କୁ ଆର୍ଥିକ ସମସ୍ୟା ମଧ୍ୟ ଦେଇ ଗତିକରିବାକୁ ପଡୁଛି ।

କହିବାକୁ ଗଲେ ଚାରିଆଡେ କରୋନା ମହାମାରୀ ସହ ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେଇଛି । ଏମିତିରେ ସରକାର ପୁଣି ଥରେ ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଦେଶର ଲାଗୁଥିବା ସବୁ ଲକଡାଉନ ନିୟମକୁ କୋହଳ କରି ପୁଣି ଥରେ ସବୁ ଜିନିଷକୁ ଆରମ୍ଭ କରିବା ପାଇଁ ଚେଷ୍ଟା କରୁଛନ୍ତି । ସରକାର ଦେଶର ଅର୍ଥିନୀତିର ସ୍ଥିତିକୁ ଦେଖି ଅନଲକ ୫.୦ର ଗାଇଡଲାଇନ ଜାରି କରିବାକୁ ଯାଉଛନ୍ତି ।

ଏମିତିରେ ସରକାର ଏହି ଅନଲକ ୫.୦ରେ କଣ ସବୁ ଖୋଲା ରଖିବେ ଓ କଣ ସବୁ ବନ୍ଦ ରଖିବେ ସେହି ସମସ୍ତ ବିଷୟକୁ ନେଇ ଲୋକମାନଙ୍କ ମଧ୍ୟରେ ଚର୍ଚା ବି ଜୋର ଧରିଛି । କହିବାକୁ ଗଲେ ଆମ ଭାରତ ବର୍ଷରେ ସବୁ ମାସରେ କୌଣସି ନା କୌଣସି ପର୍ବ ଥାଏ । ଆସନ୍ତା ମାସରେ ବି ଦୁର୍ଗାପୂଜା ଓ ଅନ୍ୟ କେତେକ ପର୍ବପର୍ବାଣି ଅଛି ଏମିତିରେ ସରକାର ସାଧାରଣ ଜନତାଙ୍କ ପାଇଁ କିଛି ଲକଡାଉନ ନିୟମକୁ କୋହଳ କରି ପାରନ୍ତି ।

ଅନଲକ ୪ରେ ଶପିଙ୍ଗ ମଳ, ସେଲୁନ, ଜିମ, ହୋଟେଲ, ରେସ୍ତୁରାଣ୍ଟ ଖୋଲିବାକୁ ଅନୁମତି ଦିଆ ଯାଇ ଥିଲା କିନ୍ତୁ ବର୍ତ୍ତମାନ ଅନଲକ ୫.୦ରେ ସିନେମା ଘର, ସୁମିଙ୍ଗ ପୁଲ, ପାର୍କ ଖୋଲିବା ପାଇଁ ସରକାର ଯୋଜନା କରୁଛନ୍ତି । ଆପଣଙ୍କୁ କହିଦେଉଛୁ କି ଗତ କିଛି ଦିନ ତଳେ ଦେଶର ସବୁ ସିନେମା ହଳର ମାଲିକମାନେ ପୁଣି ଥରେ ସବୁ ସିନେମା ହଳକୁ ଖୋଲିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ ।

ଏହା ଛଡା ଲକଡାଉନ କାରଣରୁ ସବୁଠୁ ଅଧିକ ପର୍ଯ୍ୟଟନସ୍ଥଳୀ ଗୁଡିକ ପ୍ରଭାବିତ ହୋଇଛି । ଏମିତିରେ ଅନଲକ ୫ରେ ସମସ୍ତଙ୍କ ପାଇଁ ପର୍ଯ୍ୟଟନସ୍ଥଳୀ ଗୁଡିକ ପୁଣି ଥରେ ଖୋଲିଯିବ ବୋଲି ଅନୁମାନ କରାଯାଉଛି । ଏହା ଛଡା ଆପଣଙ୍କୁ କହିଦେଉଛୁ କି କେତେକ ରାଜ୍ୟରେ ତ ବଡ ବଡ ହୋଟେଲକୁ ଖୋଲିବା ପାଇଁ ଅନୁମତି ମିଳିସାରିଛି ।

ଏହା ସହିତ ଆପଣଙ୍କୁ କହିଦେଉଛୁ କି ଅନଲକ ୫.୦ ରେ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ କରୋନା ମହାମାରୀକୁ ଦୂରେଇବା ପାଇଁ ଆବଶ୍ୟକ ପଡୁଥିବା ସବୁ ନିୟମ ଓ ଆଇନକୁ ପାଳନ କରିବା ଉପରେ ବି ଗୁରୁତ୍ଵ ଦିଆଯିବ ।

କରୋନା ମହାମାରୀ କାରଣରୁ ଦେଶରେ ଲକଡାଉନ ଚାଲିଥିଲା ଓ ଏହି କାରଣରୁ ଦେଶକୁ ଆର୍ଥିକ ସମସ୍ୟା ଦେଖା ଯାଇଥିଲା ଏମିତିରେ ସରକାର ଲକଡାଉନକୁ ବନ୍ଦ କରି ଜୁନ ମାସରୁ ସରକାର ଅନଲକର ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହା ଛଡା ସରକାର ଆସନ୍ତା କିଛି ମାସରେ ଅନେକ ପ୍ରକାରର ପର୍ବପର୍ବାଣି ଥିବାରୁ ଅନ୍ୟ କେତେକ ନିୟମ ଗୁଡିକରେ ବି କୋହଳ କରି ପାରନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।