କରଜରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ୫ ଟି ଅଚୁକ ଉପାୟ

କେହି ଜଣେ ଏମିତି ବ୍ୟକ୍ତି ନଥିବେ ଯିଏକି କେବେ ବି କାହା ଠାରୁ ବି ଟଙ୍କା ଧାର ନେଇ ନାହାନ୍ତି । ଯେଉଁମାନେ ଅଳ୍ପ ଟଙ୍କା ଧାର ନେଇଛନ୍ତି ସେମାନେ ଅତି ସହଜରେ ସେହି ଟଙ୍କାକୁ ଫେରାଇ ଦିଅନ୍ତି । କିନ୍ତୁ କିଛି ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ କରଜ ବଢି ଚାଲିଥାଏ କି ସେମାନେ ସେହି କରଜ ବୋଝ ପରି ଲାଗିଥାଏ । ଯାହାକୁ ପରିଶୋଧ କରିବା ପାଇଁ ସେମାନେ ଅସମର୍ଥ ହୋଇଯାନ୍ତି ।

ଶାସ୍ତ୍ରରେ କରଜ ଦେବା ଏବଂ ନେବା ସହିତ ଜଡିତ ହୋଇଥିବା ଏବଂ ଜଲ୍ଦି ସେହି କରଜକୁ ପରିଶୋଧ କରିବାର ଉପାୟ ବିଷୟରେ କୁହାଯାଇଛି । ଏହି ଉପାୟ ସାହାର୍ଯ୍ୟରେ କୌଣସି ବି ବ୍ୟକ୍ତି କମ ସମୟ ମଧ୍ୟରେ କରଜରୁ ମୁକ୍ତି ପାଇ ପାରିବ ।

କରଜ ପରିଶୋଧ କରିବାର ପାଞ୍ଚୋଟି ଉପାୟ

ଗାୟତ୍ରୀ ମନ୍ତ୍ରର ଜପ କରନ୍ତୁ

ପ୍ରଥମେ ଆପଣ ୫ଟି ରଙ୍ଗର ଗୋଲପା ଫୁଲ ଏବଂ ଗୋଟିଏ ଧଳା ରଙ୍ଗର ୧.୫ ମିଟର ବସ୍ତ୍ର ନିଅନ୍ତୁ । ଯାହା ପରେ ଏହି ସବୁ ଗୋଲପା ଫୁଲକୁ ସେହି ବସ୍ତ୍ରରେ ରଖି ଦିଅନ୍ତୁ ଏବଂ ଗାୟତ୍ରୀ ମନ୍ତ୍ରର ଜାପ କରନ୍ତୁ । ଜାପ କରୁ କରୁ ଆପଣ ଏହି ବସ୍ତ୍ରକୁ ବାନ୍ଧି ଦିଅନ୍ତୁ । ଏହା ପରେ ଏହି ବସ୍ତ୍ରକୁ ଏକ ନଦୀରେ ପ୍ରବାହିତ କରିଦିଅନ୍ତୁ । ଏହାକୁ କିଛି ଦିନ ପର୍ଯ୍ୟନ୍ତ କରିବା ଦ୍ଵାରା ଆପଣଙ୍କର କରଜ ସବୁ ପରିଶୋଧ ହୋଇଯିବ ।

ନଡିଆ ଏବଂ କଳା ସୂତା

କରଜରୁ ମୁକ୍ତି ପାଇବା ପାଇଁ ଆପଣ ପ୍ରଥମେ ଆପଣ ଏକ କଳା ସୂତାରେ ନିଜର ଉଚ୍ଚତାକୁ ମାପନ୍ତୁ । ଏହା ପରେ ସେହି କଳାସୂତାକୁ ଏକ ନଡିଆରେ ବାନ୍ଧି ଦିଅନ୍ତୁ ଏବଂ ସେହି ନଡିଆକୁ ପୂଜା କରନ୍ତୁ । ଏହା ପରେ ଏହାକୁ ଏକ ନଦୀରେ ପ୍ରବାହିତ କରିଦିଅନ୍ତୁ । ଏହି ଉପାୟ କୁ କେବଳ ଶନିବାର ଦିନ ହିଁ କରିବା ଉଚିତ ।

ମସୁର ଡାଲି

ମସୁର ଡାଲିକୁ ବି ଭଗବାନଙ୍କୁ ଚଢାଇବା ଦ୍ଵାରା ମଧ୍ୟ ଆପଣଙ୍କର କରଜର ବୋଝ କମ ହୋଇଯିବ । ସେଥିପାଇଁ ମସୁର ଡାଲିକୁ ଆପଣ ମଙ୍ଗଳବାର ଦିନ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ । ଏହି ଡାଲି ଅର୍ପଣ କରିବା ସମୟରେ ‘ଓଁ ଋଣମୁକ୍ତେଶ୍ୱର ମହାଦେବାୟ ନମ:’ ମନ୍ତ୍ରର ଜପ କରନ୍ତୁ ।

ସୋରିଷର ତେଲ

ଶନିବାର ଦିନ ଆପଣ ମାଟିରେ ତିଆରି ଦୀପରେ ସୋରିଷ ତେଲ ଦିଅନ୍ତୁ । ଏହା ପରେ ସେହି ଦୀପକୁ ଭଲ ଭାବରେ ଘୋଡାଇ ଦିଅନ୍ତୁ । ଏହା ପରେ ଏହାକୁ ଏକ ନଦୀ ତଟରେ ଯାଇ ଗୋଟିଏ ଗାତ କରି ଏହାକୁ ପୋତି ଦିଅନ୍ତୁ । ଏହାକୁ କରିବା ସମୟରେ ପଛକୁ ଦେଖିବେ ନାହିଁ ।

ନଡିଆ ଏବଂ ଚମେଲୀ ତେଲ

ଆପଣ ଚମେଲୀ ତେଲରେ ସିନ୍ଦୁର ମିଶାଇ ଏକ ତିଳକ ତିଆରି କରନ୍ତୁ ଏବଂ ଏହା ପରେ ସେହି ତିଳକ ଦ୍ଵାରା ଏକ ନଡିଆରେ ସ୍ଵସ୍ତିକ ଚିହ୍ନ କରନ୍ତୁ । ଏହା ପରେ ହନୁମାନଙ୍କୁ ଏହି ନଡିଆ ସହିତ ଭୋଗ ମଧ୍ୟ ଚଢାନ୍ତୁ । ଏହା ସହିତ ଋଣମୋଚକ ମଙ୍ଗଲ ସ୍ତୋତ୍ରର ପାଠ କରନ୍ତୁ । ଏହି ଉପାୟ କରିବା ମାତ୍ରେ ହିଁ ଆପଣଙ୍କ ପାଖରେ ଟଙ୍କା ଆସିବ ଏବଂ ଆପଣ କରଜରୁ ମୁକ୍ତି ପାଇଯିବେ ।