ଉଧାର ଆଣି କେବେବି ଏହି ସବୁ ଜିନିଷ ବ୍ୟବହାର କରନ୍ତୁ ନାହିଁ, ନଚେତ ଦୁର୍ଭାଗ୍ୟ ପଛ ଛାଡିବନି

ପ୍ରତ୍ୟେକ ବ୍ୟକ୍ତିକୁ ନିଜ ଜୀବନରେ କାହା ନା କାହାଠାରୁ ଉଧାର ଆଣିବାକୁ ପଡିଥାଏ । ପ୍ରାୟ ଏମିତି କୌଣସି ବ୍ୟକ୍ତି ନାହିଁ ଯେ ଉଧାର ନେଇନାହିଁ କିନ୍ତୁ ଜଣାଇ ଦେଉଛୁ କି ପ୍ରତ୍ୟେକ ମଣିଷର ଗୋଟିଏ ଉର୍ଜ୍ଜା ଥାଏ ଓ ସେ ତାର ଆଖ ପାଖରର ଲୋକଙ୍କ ଉପରେ ପ୍ରଭାବ ପକାଇ ଥାଏ । ବ୍ୟକ୍ତିର ଉର୍ଜ୍ଜା ତାର ପରିବେଶକୁ ପ୍ରଭାବିତ କରିଥାଏ । ସେହି ପ୍ରକାରେ ସେହି ବ୍ୟକ୍ତିଙ୍କଠାରୁ ନେଇଥିବା ଜିନିଷ ଉପରେ ମଧ୍ୟ ଏହି ଉର୍ଜ୍ଜା ପ୍ରଭାବ ପକାଇଥାଏ ।

ଯେବେ ଆମେ ଏହି ଜିନିଷକୁ କୌଣସି ବ୍ୟକ୍ତି ଠାରୁ ଉଧାର ନେଇଥାଉ ତେବେ ସେହି ଜିନିଷ ଭିତରେ ଲୁଚିରହିଥିବା ଗୁପ୍ତ ଉର୍ଜ୍ଜା ଆମ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଉଧାର ନେଇଥିବା ଏହି ଜିନିଷ କାରଣରୁ ଆମର ଦୁର୍ଭାଗ୍ୟ ଆରମ୍ଭ ହୋଇଯାଇଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କିଛି ଜିନିଷ ବିଷୟରେ ଜଣାଇବୁ ଯାହାକୁ ଉଧାରରେ ଆଣି କେବେ ବି ପ୍ରୟୋଗ କରିବା କଥା ନୁହେଁ । ଯଦି ଆପଣ ଏମିତି କରିନ୍ତି ତେବେ ଆପଣ ନିଜର ଦୁର୍ଭାଗ୍ୟକୁ ନିମନ୍ତ୍ରଣ ଦିଅନ୍ତି ।

ଆସନ୍ତୁ ଜାଣିବା କେଉଁ ଜିନିଷକୁ ଉଧାରରେ ଆଣି ବ୍ୟବାହାର କରିବା କଥା ନୁହେଁ

ଘଡି

ଆପଣ ଭୁଲରେ ବି ଅନ୍ୟ ଲୋକଙ୍କର ଘଡି ମାଗି ପିନ୍ଧନ୍ତୁ ନାହିଁ । ଯଦି ଆପଣ ଏମିତି କରନ୍ତି ତେବେ ଏଥିପାଇଁ ଆପଣଙ୍କ ବ୍ୟବସାୟିକ ଜୀବନ ଉପରେ ପ୍ରଭାବ ପଡିଥାଏ । ଆପଣଙ୍କୁ କ୍ଷତିର ସାମ୍ନା କରିବାକୁ ପଡିଥାଏ ।

ବିବାହ ପାଇଁ ଧନ

ଯଦି ଆପଣ ପରିବାରରେ କାହାର ବିବାହ କରିବାକୁ ଚହୁଁଛନ୍ତି ତେବେ ଏଥିପାଇଁ ସବୁବେଳେ ନିଜର ଧନର ବ୍ୟବସ୍ଥା କରିବାକୁ ପଡିବ । ଆପଣ ବିବାହ କରିବା ପାଇଁ କାହାଠାରୁ ମଧ୍ୟ ପଇସା ଉଧାର ନିଅନ୍ତୁ ନାହିଁ କାରଣ ଏଥିପାଇଁ ଆପଣଙ୍କୁ ଋଣ ସହିତ ବୈବାହିକ ଜୀବନରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ ।

ପୁସ୍ତକ

ଯେମିତିକି ଆପଣ ସମସ୍ତେ ଜାଣିଛନ୍ତି କି ପୁସ୍ତକକୁ ଜ୍ଞାନ ଓ ବୁଦ୍ଧିମତାର ବାହକ ବୋଲି କୁହାଯାଏ । ଏଥିପାଇଁ ପଢିବା ପାଇଁ ପୁସ୍ତକକୁ କେବେ ବି ଉଧାର ଆଣିବା କଥା ନୁହେଁ ଓ ନା କାହାକୁ ଉଧାର ଦେବା କଥା । ଆପଣ ଯଦି କାହାକୁ ପୁସ୍ତକ ଉଧାର ଦିଅନ୍ତି ତେବେ ତାହାର ମାନେ ଆପଣ ନିଜର ଜ୍ଞାନ ଅନ୍ୟକୁ ଦେଉଛନ୍ତି ।

ପେନ

ଏମିତି କୁହାଯାଏ କି ଅନ୍ୟଠାରୁ ପେନ ଉଧାର ଆଣି ତାହାର ପ୍ରୟୋଗ କରିବା କଥା ନୁହେଁ ନା କୌଣସି ବ୍ୟକ୍ତିକୁ ପେନ ଉଧାର ଦେବା କଥା । ଯଦି ଆପଣ ପେନ ଉଧାର ଦେବା ନେବା କରନ୍ତି ଏହାର ମାନେ ଆପଣଙ୍କ ଜୀବନରେ ଅସ୍ଥିରତା ଆସିପାରେ ।

ଉପରୋକ୍ତ ଯେଉଁ ଜିନିଷ ଆମେ ଆପଣଙ୍କୁ କହିଲୁ ଆପଣ ଏହି ଜିନିଷକୁ ଅନ୍ୟଠାରୁ ମାଗି ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣ ଏମିତି କରନ୍ତି ତ ଆପଣଙ୍କର ଖରାପ ସମୟ ଆରମ୍ଭ ହୋଇଯିବ । ଏଥିପାଇଁ ଯେତେ ଦୂର ସମ୍ଭବ ଆପଣ ଏହି ଜିନିଷଗୁଡିକୁ ଉଧାର ନିଅନ୍ତୁ ନାହିଁ ।