ଚୀନକୁ ଜବାବ ଦେବା ପାଇଁ ଭାରତ ରୁସ ଠାରୁ ମାଗିଲା ବ୍ରହ୍ମାସ୍ତ୍ର ‘ଏସ – ୪୦୦’, ଜାଣନ୍ତୁ ଏହାର ଖାସିୟତ

ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବର୍ତ୍ତମାନ ଦିନରେ ରୁସକୁ ଯାଇଛନ୍ତି । ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଏବଂ ୧୫ ଜୁନରେ ଦୁଇ ସେନାଙ୍କ ମଧ୍ୟରେ ହୋଇଥିବା ହିଂସା ବିବାଦରେ ୨୦ ଜଣ ଯବାନଙ୍କ ସହିଦକୁ ନଜରରେ ରଖି ରାଜନାଥ ସିଂହଙ୍କ ଏହି ଟୁରକୁ ବହୁତ ମହତ୍ଵପୂର୍ଣ ବୋଲି କୁହାଯାଉଛି । ରକ୍ଷା ମନ୍ତ୍ରୀ ରୁସର ୭୫ ତମ ଭିକ୍ଟ୍ରୀ ପ୍ୟାରେଡର ଅଂଶ ହେବେ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜନାଥ ସିଂହ ନିଜର ଏହି ଟୁରରେ ରୁସର ଏଂଟୀ ମିସାଇଲ ସିସ୍ଟମ ଏସ – ୪୦୦କୁ ଭାରତ ଆଣିବା ପାଇଁ ପ୍ରସ୍ତାବ ଦେଇ ପାରନ୍ତି ।

ଭାରତ ବହୁତ ଜଲ୍ଦି ଏଂଟୀ ମିସାଇଲ ସିସ୍ଟମ ଏସ – ୪୦୦ର ଡେଲିବରି ଚାହୁଁଛି । କହିଦେଉଛୁ କି ଭାରତ ରୁସ ଠାରୁ ଏଂଟୀ ମିସାଇଲ ସିସ୍ଟମ ଏସ – ୪୦୦ର ଡିଲ ୨୦୧୮ରେ କରିଥିଲା । ଏହାକୁ ଦୁନିଆର ସବୁଠୁ ଆଡଭାନ୍ସ ଆଣ୍ଟି ମିସାଇଲ ସିସ୍ଟମ କୁହାଯାଉଛି । ଭାରତ ରୁସ ଠାରୁ ୫ ଅରବ ଡଲାର ଅର୍ଥାତ ୪୦୦୦୦ କୋଟି ଟଙ୍କା ଦେଇ ଏହି ଡିଲ କରିଥିଲା । ଆସନ୍ତୁ ଜାଣିବା ଏହି ଡିଲ ସମ୍ବନ୍ଧୀୟ କିଛି ବିଶେଷ କଥା ।

ବର୍ଷ ୨୦୧୮ରେ ଭାରତ ସହ ଡିଲ ପରେ ରୁସ ଏସ – ୪୦୦ର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଦେଇଥିଲା । ଡିଲ ଅନୁସାରେ ଭାରତକୁ ଏହି ମିସାଇଲ ୨୦୨୫ ପର୍ଯ୍ୟନ୍ତ ମିଳିଯିବ । ଡିଲରେ ଏହା ବି କୁହାଯାଇଛି କି ଭାରତକୁ ଏଂଟୀ ମିସାଇଲ ଡିଫେଂସ ସିସ୍ଟମର ପ୍ରଥମ ଇନଷ୍ଟଲମେଣ୍ଟ ଆସନ୍ତା ବର୍ଷ ୨୦୨୧ ପର୍ଯ୍ୟନ୍ତ ମିଳିଯିବ । କିନ୍ତୁ ଚୀନ ସହ ସୀମା ବିବାଦକୁ ଦେଖି ଭାରତ ଜଲ୍ଦି ଏହି ଡେଲିବରି ଚାହୁଁଛି ।

୪୦୦ କିଲୋମିଟର ଏରିଆରେ ଆସୁଥିବା ସବୁ ଶତ୍ରୁ ହେବେ ନଷ୍ଟ

ଏହି ଡିଫେଂସ ସିସ୍ଟମର ଖାସ କଥା ଏହା ଅଟେ କି ୪୦୦ କିଲୋମିଟର ଏରିଆରେ ଆସୁଥିବା ସବୁ ଶତ୍ରୁକୁ ଏହା ନଷ୍ଟ କରି ପାରିବ । ଆପଣଙ୍କ ଜାଣିବା ପାଇଁ କହିଦେଉଛୁ କି ରୁସ ରକ୍ଷା ପାଇଁ ଏହି ଡିଫେଂସ ସିସ୍ଟମର ବ୍ୟବହାର ବର୍ଷ ୨୦୦୭ରୁ କରି ଆସୁ ଅଛି । ଅନ୍ୟ ପଟେ ଚୀନ ବି ଏହି ଡିଫେଂସ ସିସ୍ଟମକୁ ୨୦୧୪ରେ ଗର୍ବନମେଂଟ ଟୁ ଗର୍ବନମେଂଟ ଡିଲରେ କ୍ରୟ କରିଥିଲା । କହିବାକୁ ଗଲେ ଏସ – ୪୦୦ ଏଂଟୀ ମିସାଇଲ ଡିଫେଂସ ସିସ୍ଟମ ଏସ – ୩୦୦ର ଅପଗ୍ରେଡେଡ ଭର୍ଜନ ଅଟେ ।

ଏହି ସିସ୍ଟମ ଜଲ୍ଦି ହିଁ ଭାରତକୁ ବି ଆସିଯିବ । କୁହାଯାଉଛି କି ଏହା ସାମିଲ କରିବା ଦ୍ଵାରା ଭାରତୀୟ ସେନାର ଶକ୍ତି ଦିଗୁଣା ହୋଇଯିବ । ଏସ – ୪୦୦ ମିସାଇଲ ସିସ୍ଟମ ବହୁତ ଶକ୍ତିଶାଳୀ ଅଟେ । ଏଥିରେ ଏତେ କ୍ଷମତା ଅଛି କି ଏହା ପଞ୍ଚମ ପିଢୀ ଯୁଧ୍ୟ ବିମାନକୁ ନଷ୍ଟ କରିବାର କ୍ଷମତା ରଖିଥାଏ । ଶତ୍ରୁ ଦେଶର ବିମାନ ହେଉ, ଡ୍ରୋନ ହେଉ କିମ୍ବା ମିସାଇଲ, ଏସ – ୪୦୦ ଆଣ୍ଟି ମିସାଇଲ ଡିଫେଂସ ସିସ୍ଟମ ନଜରରେ ଯଦି କେହି ଆସିଯିବ, ତେବେ ସେ ଏହାକୁ ଦେଖିବା ମାତ୍ରେ ହିଁ ନଷ୍ଟ କରିଦେବ ।

ଶତ୍ରୁକୁ କରିବ ସଙ୍ଗେ ସଙ୍ଗେ ଚିହ୍ନଟ

ଏସ – ୪୦୦ ଆଣ୍ଟି ମିସାଇଲ ଡିଫେଂସ ସିସ୍ଟମ ଅତ୍ୟାଧୁନିକ ରଡାର ଦ୍ଵାରା ନିର୍ମିତ । ଏହା ସିଧା ସୈଟେଲାଇଟ ସହ କନେକ୍ଟ ରହିଥାଏ ଓ ନିଜର ଶତ୍ରୁକୁ ତୁରନ୍ତ ଟ୍ରେସ କରିଥାଏ । ଏହାର ସବୁଠୁ ଖାସ କଥା ଏହା ଅଟେ କି ଏହା ଶତ୍ରୁ ଦେଶର ବିମାନ, ମିସାଇଲକୁ ଆକାଶରେ ହିଁ ନଷ୍ଟ କରି ପାରିବ । ଏସ – ୪୦୦ ଆଣ୍ଟି ମିସାଇଲ ଡିଫେଂସ ସିସ୍ଟମ ଅତ୍ୟାଧୁନିକ ରଡାର ୧୦୦ରୁ ୩୦୦ ଟାର୍ଗେଟକୁ ଏକା ସହିତ ଟ୍ରାକ କରି ପାରିବ ।

ଏଥିରେ ଲାଗିଥିବା ମିସାଇଲ ୩୦ କିଲୋମିଟର ଉଚ୍ଚତା ଓ ୪୦୦ କିଲୋମିଟର ଦୂରରେ ସ୍ଥିତ ଲକ୍ଷକୁ ସିଧା ଭେଦ କରି ପାରିବ । ଏହା ସହିତ ଏହାର ଅନ୍ୟ ଏକ ବିଶେଷ ଖାସ କଥା ଏହା ଅଟେ କି ଏହା ସିଧା ୩୬ଟି ଟାର୍ଗେଟକୁ ମାରି ପାରିବ । ଏହା ଛଡା ଏହି ସିସ୍ଟମରେ ୧୨ଟି ଲଞ୍ଚର ଅଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।