ଉଚ୍ଚ କପାଳ ପ୍ରକୃତରେ ଶୁଭ ନା ଅଶୁଭ ହୋଇଥାଏ ? ଜାଣନ୍ତୁ ଜ୍ୟୋତିର୍ବିଦ Pragyan Tripathy ଙ୍କ ଠାରୁ ଖାସ୍ ଟିପ୍ସ

ହିନ୍ଦୁ ଘରେ ଯେତେବେଳେ ଝିଅ ଦେଖିବାକୁ ଯାଆନ୍ତି ଝିଅର ପାଦ, ଚାଲିଚଳଣି ଓ କପାଳ ଆଦି ଦେଖାଯାଏ । ଆଜି ଏସବୁ ବହୁତ ପରିମାଣରେ କମ୍ ହୋଇ ଯାଇଥିଲେ ମଧ୍ୟ ଆଜି ବି ଅନେକ ସ୍ଥାନରେ ଉଚ୍ଚ କପାଳ ଥିବା ଝିଅଙ୍କୁ ଅଶୁଭ ବୋଲି ମାନନ୍ତି । ଜ୍ଯୋତିଷ ଅନୁସାରେ ଉଚ୍ଚ କପାଳ ମାନେ ନୁହେଁ କି କପାଳ ଟା ଉଠିକି ଥିବ ବରଂ କପାଳର ଚଉଡାକୁ ଉଚ୍ଚ କପାଳ କୁହାଯାଏ । ଉଚ୍ଚ କପାଳ କଣ ପ୍ରକୃତରେ ଶୁଭ ନା ଅଶୁଭ ଆସନ୍ତୁ ଏନେଇ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ ।

ସାମୁଦ୍ରିକ ଶାସ୍ତ୍ରରେ ଆମ ଶରୀରର ପ୍ରତ୍ଯେକ ଅଙ୍ଗପ୍ରତ୍ୟଙ୍ଗ ବିଷୟରେ ଉଲ୍ଲେଖ ରହିଛି । ଯଦି ଆଇ-ବ୍ରୋ ଠାରୁ ମୁଣ୍ଡ ଚୁଟିର ଉଚ୍ଚତା ତିନି ଆଙ୍ଗୁଳି ଉପରକୁ ରହୁଛି ତେବେ ଏହାକୁ ଉଚ୍ଚ କପାଳ କୁହାଯାଏ । ଆଉ ଶାସ୍ତ୍ର ଅନୁସାରେ ଏହିପରି ନାରୀଙ୍କ ଠାରୁ ଅଧିକ ଭାଗ୍ଯବାନ ଆଉ କେହି ନଥାନ୍ତି । ଏହି ନାରୀମାନେ ଘରକୁ ବିବାହ କରି ଆସିବା ଦ୍ଵାରା ତାଙ୍କ ସ୍ଵାମୀଙ୍କର ବହୁତ ଉନ୍ନତି ହୋଇଥାଏ ।

ବିବାହ ପୂର୍ବରୁ ଯଦି ସ୍ଵାମୀଙ୍କ ଚାକିରି କିମ୍ବା ବ୍ୟବସାୟ ଭଲ ଭାବେ ଚାଲି ନଥିବ ତେବେ ବିବାହ ପରେ ସେମାନଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ହୁଏ । ଏପରି ନାରୀଙ୍କ ପାର୍ଟନରଙ୍କ ଜୀବନ ବିଶେଷ କରି ବହୁତ କିଛି ଭଲ ହୋଇଥାଏ । ଉଚ୍ଚ କପାଳ ଥିବା ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ଏହା ସମାନ ।

କିନ୍ତୁ ବିଶେଷ କରି ନାରୀ ମାନଙ୍କୁ କୁହାଯାଏ କି, ଉଚ୍ଚ କପାଳ ଥିବା ନାରୀ ଅଶୁଭ ହୋଇଥାନ୍ତି ଓ ଖରାପ ହୋଇଥାନ୍ତି । ଯଦି କୌଣସି ନାରୀଙ୍କ ମଥା ଚଉଡା ତିନି ଆଙ୍ଗୁଳିରୁ ଅଧିକ ବା ଚାରି ଆଙ୍ଗୁଳି ହୋଇଥାଏ ଏହିପରି ନାରୀଙ୍କ ଠାରୁ ଲକ୍ଷ୍ମୀମନ୍ତ ନାରୀ ଆଉ କେଉଁଠି ପାଇବେନି । ସେମାନଙ୍କ ପାଦ ଦେଖିବା ମଧ୍ୟ ଆଉ ଜରୁରୀ ହେବ ନାହିଁ ।

କଥାରେ କୁହାଯାଏ କି, ଯାହା କପାଳରେ ଯାହା ଲେଖା ହୋଇଛି ସେଇଆ ହେବ । ଆଉ ଏହିପରି ନାରୀମାନଙ୍କ ଠାରେ ଧୈର୍ଯ୍ୟ ଶକ୍ତି ଖୁବ୍ ଅଧିକ । ଏହିପରି ଝିଅ ନିଜ ବାପଘର ପାଇଁ ମଧ୍ୟ ଲକ୍ଷ୍ମୀମନ୍ତ ହୋଇଥାନ୍ତି ଓ ଶ୍ଵଶୁର ଘରକୁ ଯିବା ପରେ ମଧ୍ୟ ସେଇ ଘରର ବହୁତ ଉନ୍ନତି ହୋଇଥାଏ ।

ଏମାନଙ୍କ ସହ ଜଡିତ ଥିବା ଲୋକଙ୍କ ଜୀବନରେ ମଧ୍ୟ ପରିବର୍ତ୍ତନ ହୁଏ । ଏମାନଙ୍କ ହାତ ଓ କାନ୍ଧରେ ଲକ୍ଷ୍ମୀ ସବୁବେଳେ ରହିଥାନ୍ତି । ଏମାନେ ବହୁତ ସଞ୍ଚୟ କରିଥାନ୍ତି ଓ ସବୁକିଛି ବହୁତ ଭଲ ପାଇଥାନ୍ତି । ଏମାନଙ୍କ ଷଷ୍ଠ ଇନ୍ଦ୍ରିୟ ବହୁତ ସବଳ ହୋଇଥାଏ ।

ଏମାନେ ଯେଉଁ କାର୍ଯ୍ୟ କରନ୍ତି ତାହା ବହୁତ ଭଲ ପାଇବା ସହ କରନ୍ତି । ଏମାନେ ଯାହା କୁହନ୍ତି ତାହା କରନ୍ତି, କିନ୍ତୁ ଯେତେବେଳେ ଏମାନେ ରାଗନ୍ତି ଭୟଙ୍କର ଭାବେ ରାଗନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।