ସଡକ ଉପରେ ମୃତ୍ୟୁ ସହିତ ଲଢୁଥିଲା ଝିଅଟି, ଟ୍ୟାକ୍ସି ଡ୍ରାଇଭର ଟ୍ୟାକ୍ସି ବିକି ଚିକିଶ୍ଚା କରାଇଲା, ବଦଳରେ ଝିଅଟି ତା ସହିତ ଏମିତି କଲା…

ଆଜିର ସମୟରେ ସମସ୍ତେ ଜଲ୍ଦିରେ ଅଛନ୍ତି । କୌଣସି ନା କୌଣସି ଲୋକକୁ କେଉଁଠି ନା କେଉଁଠି ପହଞ୍ଚିବାର ଅଛି । ଏହି ଜଲ୍ଦି କାରଣରୁ ପ୍ରତିଦିନ ହଜାରେ ଆକ୍ସିଡେଣ୍ଟ ହେଉଛି, ଯେଉଁଥିରେ କିଛି ଲୋକଙ୍କର ସ୍ପଟ ଡେଥ ହୋଇଯାଇଥାଏ ଓ ଆଉ କିଛି ଲୋକ ବିଚରା କେବଳ ଏଥିପାଇଁ ନିଜ ଜୀବନ ହରାଇଥାନ୍ତି କି କେହି ତାଙ୍କୁ ସମୟରେ ସାହାର୍ଯ୍ୟ କରନ୍ତି ନାହିଁ । ଲୋକ ବେକାରରେ ପୋଲିସ ର ଚକର ନ କାଟିବାକୁ ପଡୁ ଏଥି ପାଇଁ ସାହାର୍ଯ୍ୟ କରନ୍ତି ନାହିଁ , କିନ୍ତୁ ଯଦି ସମୟରେ ସାହାର୍ଯ୍ୟ ମିଳିଯିବ, ତେବେ କାହାର ନିଜ ଲୋକ ତ ବଞ୍ଚିଯିବ ।

କିନ୍ତୁ ଜରୁରୀ ନୁହେଁ କି ସମସ୍ତେ ଏକା ଭଳି ହେବେ । କିଛି ଲୋକ ଦୟାଳୁ ହୋଇଥାନ୍ତି ଓ ଲୋକଙ୍କୁ ସାହାର୍ଯ୍ୟ କରିଥାନ୍ତି ଯାହା ପାଇଁ ତାଙ୍କର ଜୀବନ ବଞ୍ଚି ଯାଇଥାଏ । ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ କାହାଣୀ ଆଣିଛୁ ଯାହା ଦ୍ଵାରା ଜଣାପଡେ କି ମାନବିକତା ଆଜି ବି ବଞ୍ଚିଛି । ପ୍ରତିଦିନ ଭଳି ସଡକରେ ସେଦିନ ଟ୍ରାଫିକ ଆରମ୍ଭ ହୋଇ ଯାଇଥିଲା ଓ ଗୋଟିଏ ଝିଅ ରାସ୍ତାରେ ଯାଉଥିଲା କି ଅଚାନକ ତାର ଆକ୍ସିଡେଣ୍ଟ ହୋଇଗଲା । ସେହି ଝିଅଟି ସଡକ ଉପରେ ପଡିଥିଲା ଓ ଲୋକ ତାକୁ ଦେଖିବା ପରେ ମଧ୍ୟ ସାହାର୍ଯ୍ୟ କରୁ ନଥିଲେ । ସବୁ ଦେଖି କି ଚାଲି ଯାଉଥିଲେ ।

ଗୋଟିଏ ଟ୍ୟାକ୍ସି ବାଲାର ନଜର ଯେତେବେଳେ ତା ଉପରେ ପଡିଲା ସେ ରହି ପାରିଲା ନାହିଁ ଓ ତୁରନ୍ତ ଝିଅଟିକୁ ସାହାର୍ଯ୍ୟ କରିବାକୁ ଚାଲି ଆସିଲା । ଝିଅଟିକୁ ନିଜ ଟ୍ୟାକ୍ସି ରେ ହସ୍ପିଟାଲ ନେଇଗଲା, ସେହି ଟ୍ୟାକ୍ସି ଡ୍ରାଇଭର ର ନାମ ରାଜବୀର ଥିଲା । ଯେବେ ଡାକ୍ତର ଦେଖିଲେ କହିଲେ କି ଏହାର ତୁରନ୍ତ ଅପରେଶନ କରିବାକୁ ପଡିବ, ଯାହାର ଖର୍ଚ୍ଚ ଅଢେଇ ଲକ୍ଷ ଟଙ୍କା ହେବ । ଟ୍ୟାକ୍ସି ଡ୍ରାଇଭର କିଛି ବୁଝି ପାରିଲା ନାହିଁ କି ସେ ଏବେ କଣ କରିବ ।

ସମୟ କମ ଥିଲା ତେଣୁ ଟ୍ୟାକ୍ସି ଡ୍ରାଇଭର ନିଜ ଟ୍ୟାକ୍ସି ବିକି ତାର ଚିକିଶ୍ଚା କରାଇଲା । ଜଣାଇ ଦେଉଛୁ କି ଟ୍ୟାକ୍ସି ଡ୍ରାଇଭର ର ଘରଖର୍ଚ୍ଚ ସେହି ଟ୍ୟାକ୍ସି ପାଇଁ ଚାଲୁଥିଲା । ଝିଅଟିର ଅପରେଶନ ହୋଇଗଲା ଓ ଝିଅଟିର ଚେତା ଫେରିଲା ଓ ସେ ତାର ଘରକୁ ଚାଲିଗଲା । ସେହି ଝିଅଟି ସାହାରନପୁର ର ଥିଲା ଯାହାର ଜୀବନ ଟ୍ୟାକ୍ସି ଡ୍ରାଇଭର ବଞ୍ଚାଇଲା ଓ ତାର ନାମ ଅସୀମା ଥିଲା । ଧୀରେ ଧୀରେ ଝିଅଟି ପୁରା ଭଲ ହୋଇଗଲା ଓ ସେ ସେହି ଡ୍ରାଇଭର କୁ ଦେଖା କରିବା ପାଇଁ ଭାବିଲା ଓ ତା ଘରେ ପହଞ୍ଚିଲା ।

ସେଠାକୁ ଯାଇଁ ସେ ଡ୍ରାଇଭର କୁ ଦେଖା କଲା ଓ ଝିଅଟି ସେହି ଡ୍ରାଇଭର କୁ କହିଲା କି ମୁଁ ଏବେ ପଢୁଅଛି ଓ ତାହା ଏବେ ପୁରା ହେବାର ଅଛି । ଝିଅଟିକୁ ଗୋଲ୍ଡ ମେଡାଲ ରେ ସମ୍ମାନିତ କରାଯିବାର ଥିଲା ଓ ସେ କହିଲା କି ଆପଣ ମୋ ସମାରୋହରେ ନିଶ୍ଚୟ ଆସିବେ । ଡ୍ରାଇଭର ଚିନ୍ତିତ ଥିଲା ଓ ତା ଘରର ଅବସ୍ଥା ବି ଠିକ ନଥିଲା । କାରଣ ତା ଘରକୁ ଯିଏ ଚଳଉ ଥିଲା ସେହି ଟ୍ୟାକ୍ସି ବିକା ସରିଥିଲା । ତଥାପି ସେ ମନା କରି ପାରିଲା ନାହିଁ ଓ ଯିବ ବୋଲି କହିଲା ।

କାର୍ଯ୍ୟକ୍ରମ ଦିନ ରାଜବୀର ନିଜ ମା ସହିତ ୟୁନିଭର୍ସିଟି ପହଞ୍ଚିଲା ଓ ଯାଇ ପଛରେ ବସିଲା । କାର୍ଯ୍ୟକ୍ରମ ଆରମ୍ଭ ହେଲା । ରାଷ୍ଟ୍ରପତି ସବୁଠୁ ପ୍ରଥମେ ଅସୀମା ର ନାମ ଘୋଷଣା କଲେ ଓ ଗୋଲ୍ଡ ମେଡାଲ ନେବା ପାଇଁ ଡାକିଲେ । ଅସୀମା ମଞ୍ଚକୁ ଯିବା ବଦଳରେ ସିଧା ତାର ଧରମ ଭାଇ ରାଜବୀର ପାଖକୁ ଗଲା ଓ କହିଲା କି ଏହି ମେଡାଲ ର ଅଧିକାରୀ ମୋ ଭାଇ ଅଟେ ଓ ନିଜ ସହିତ ହୋଇଥିବା ଦୁର୍ଘଟଣା ବିଷୟରେ କହିଲା । ଏହି ଘଟଣା ଶୁଣି ସେଠାରେ ଯେଉଁ ଲୋକ ଥିଲେ ‘ଭାବୁକ ହୋଇଗଲେ । ଅସୀମା ତା ଭାଇକୁ ଗୋଟିଏ ଟ୍ୟାକ୍ସି ଦେଇଥିଲା ।

ଆମ ସମସ୍ତଙ୍କୁ ବି ରାଜବୀର ଭଳି ହେବା ଦରକାର ଓ କାହାକୁ ସାହାର୍ଯ୍ୟ କରିବା ପାଇଁ ପଛଘୁଞ୍ଚା ଦିଅନ୍ତୁ ନାହିଁ । ପୋଷ୍ଟ ଟି ଭଲ ଲାଗିଥିଲେ ସେୟାର କରନ୍ତୁ ଓ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।