Turkey ରେ ଭୂକମ୍ପର ତାଣ୍ଡବ ଲୀଳା! Video ଦେଖି ଛାତି ଥରି ଉଠିବ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ସୂଚନା ଅନୁଯାୟୀ ତୁର୍କୀ ଏକ ଭୟାନକ ଭୂକମ୍ପର ସାମ୍ନା କରିଛି । ଦେଖୁ ଦେଖୁ ଆଖି ସାମ୍ନାରେ ଟଳି ପଡିଲା ବଡ ବଡ ଅଟାଳିକା । ସେହି ଅଟାଳିକାରେ ରହିଥିବା ଶତାଧିକ ଲୋକ ଚାପି ହୋଇଗଲେ । ସେଠାରେ ଉପସ୍ଥିତ ଥିବା ଲୋକେ ହାହାକାର କରିବା ଭିତରେ କିଛି ସେକେଣ୍ଡରେ ଘଟିଗଲା ଏଭଳି ଏକ ଛାତିଥରା ପ୍ରାକୃତିକ ବିପର୍ଯ୍ୟୟ । ପ୍ରକୃତିର ତାଣ୍ଡବ ସାମ୍ନାରେ ହାର ମାନିଗଲା ମଣିଷ । ତେବେ ତୁର୍କୀରେ ଘଟିଥିବା ଏଭଳି ଏକ ଭୟବହ ଭୂକମ୍ପ ସହ ଜଡିତ ଥିବା ସମ୍ପୂର୍ଣ ଖବର ଉପରେ ଆସନ୍ତୁ ନଜର ପକାଇବା ।

ତୁର୍କୀରେ ସମୟ ହୋଇଥିଲା ଭୋର ୪ଟା ୧୭ ମିନିଟ । ଶୋଇଥିଲା ସାରା ତୁର୍କୀ । କେହି କିଛି ବୁଝିବା ଆଗରୁ ହିଁ ହଠାତ ଥରି ଉଠିଥିଲା ମାଟି । ନିମିଷକ ମଧ୍ୟରେ ଆଖି ପିଛୁଳାକେ ସରିଯାଇଥିଲା ସବୁ କିଛି । ଶୋଇବା ଅବସ୍ତାରେ ହିଁ ଶେଷ ହୋଇଯାଇଥିଲା ସହ ସହ ଜୀବନ । ଅନେକ ଲୋକ ଘରୁ ବାହାରିବାର ଚେଷ୍ଟା କରିଥିଲେ ମଧ୍ୟ ସମୟ ମିଳିନଥିଲା ।

ଖବର ଅନୁଯାୟୀ ତୁର୍କୀରେ ଘଟିଥିବା ଭୂକମ୍ପର ତୀବ୍ରତା ଥିଲା ୭.୮ । ଦକ୍ଷିଣ ତୁର୍କୀର ଗଜିଆନତିପ ଥିଲା ଭୂକମ୍ପର କେନ୍ଦ୍ରସ୍ତଳ । ଊର୍ଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ତୁର୍କୀ ଉପରେ ପୁଣି ପଡିଥିଲା ପ୍ରକୃତିର କୋପ । କିଛି ଘନତାର ବ୍ୟବଧାନ ପରେ ପୁଣି ତୁର୍କୀକୁ ଲାଗିଥିଲା ବଡ ଧରଣର ଭୂକମ୍ପ ।

ଭୂକମ୍ପରେ ଶତାଧିକ କୋଠା ମାଟିରେ ମିଶିଯାଇଥିବା ବେଳେ ପର୍ବତ ଶିଖରରେ ରହିଥିବା ଐତିହାସିକ ଗାଜିଆନ ଦୁର୍ଗ ମଧ୍ୟ ଧରାଶାୟୀ ହୋଇଛି । ଏବେ ବି ଭଙ୍ଗା କୋଠା ତଳେ ଆହୁରି ଅନେକ ଲୋକ ଫସି ରହିଥିବାର ଆଶଙ୍କା କରାଯାଉଛି । ଜୋର ସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ତୁର୍କୀ ସହ ଶିରିଆରେ ମଧ୍ୟ ଘଟିଛି ବଡ ଧରଣର ଭୂମିକମ୍ପ ସେଠାରେ ମଧ୍ୟ ଶତାଧିକ ଲୋକଙ୍କ ଜୀବନ ଯାଇଛି ।

ତୁର୍କୀ ଏକ ଭୂକମ୍ପ ପ୍ରବଣ ସ୍ଥାନ ଅଟେ । ତୁର୍କୀର ଏଭଳି ଏକ ବିପତ୍ତି ସମୟରେ ତୁରନ୍ତ ସହାୟତାର ହାତ ବଢାଇଛି ଭାରତ । ତୁର୍କୀ ସମସ୍ତ ପ୍ରକାର ସହାୟତା ଦିଆଯିବ ନେଇ ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।