ତୁଳସୀ ଗଛ ମୂଳରେ କ୍ଷୀର ଢାଳିଲେ କଣ ହୋଇଥାଏ ? ଏହା ସହ ପଢନ୍ତୁ ଆହୁରି 20 ଟି ଅନୁଚିନ୍ତା

ଆମ ଜୀବନକୁ ସରଳ, ସୁନ୍ଦର ଓ ସହଜ କରିବା ପାଇଁ ଶାସ୍ତ୍ରରେ ଅନେକ ନିୟମ ବର୍ଣ୍ଣିତ ରହିଛି, ଯାହାର ପାଳନ କରିବା ଦ୍ଵାରା ଆମ ଜୀବନ ସୁଖମୟ ହୋଇଥାଏ । ଘରର ମୁଖ୍ୟଦ୍ଵାର ଉପରେ ଗଣେଶଙ୍କ ପ୍ରତିମୂର୍ତ୍ତି ରଖିବା ଶୁଭ ହୋଇଥାଏ ଏବଂ ସମସ୍ତ ସୁଖ ସୁବିଧା ପ୍ରାପ୍ତ ହୋଇଥାଏ । ଘରର ମଧ୍ୟଭାଗରେ ଥିବା ସ୍ଥାନ ଖାଲି ରହିବା ଶୁଭ ହୋଇଥାଏ, ଏହାଦ୍ବାରା ପରିବାର ସଦସ୍ୟଙ୍କ ଭିତରେ ଉତ୍ତମ ସମ୍ପର୍କ ବୃଦ୍ଧି ହୋଇଥାଏ । ମୁଖ୍ୟଦ୍ବାରର ଦୁଇପଟେ ପଥର ନିର୍ମିତ ଦୁଇଟି ହାତୀ ରଖିବା ଶୁଭ ହୋଇଥାଏ ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

ଯଦି ଦୋକାନରେ ଭଲ ବ୍ୟବସାୟ ହେଉ ନଥାଏ ତେବେ ଖଣ୍ଡେ କଳା କପଡାରେ ଫିଟିକିରି ବାନ୍ଧିକରି ଟଙ୍ଗାଇବା ଦ୍ଵାରା ବ୍ୟବସାୟରେ ବୃଦ୍ଧି ହୋଇଥାଏ । ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ଗଙ୍ଗାଜଳ ରଖିବା ଦ୍ଵାରା ଘରେ ସୁଖ ସମୃଦ୍ଧି ହୋଇଥାଏ । ପ୍ରତ୍ଯେକ ଦିନ ଓସ୍ତ ଗଛକୁ ପୂଜା କରିବା ଦ୍ଵାରା ଯଶ ବୃଦ୍ଧି ହୋଇଥାଏ ଏବଂ ଓସ୍ତ ଗଛକୁ ଛୁଇଁବା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ତୁଳସୀ ଗଛ ଲଗାଇଥିବା କୁଣ୍ଡରେ ଅନ୍ୟ ଗଛ ଲଗାଇବା ଉଚିତ ନୁହେଁ, ଏହାଦ୍ବାରା କାର୍ଯ୍ୟରେ ବାଧାବିଘ୍ନ ଆସିବାର ସମ୍ଭାବନା ଦେଖା ଦେଇଥାଏ ।

ଶୋଇବା ଘର ଭିତରେ କେବେବି ଜୋତା ଚପଲ ରଖିବା ଉଚିତ ନୁହେଁ, ଏହାଦ୍ବାରା ସ୍ଵାସ୍ଥ୍ୟରେ ଅବନତି ଏବଂ ରୋଗ ବୈରାଗ୍ୟ ଦେଖା ଦେଇଥାଏ । ଘର ପାଖରେ କେବେବି କଣ୍ଟାଯୁକ୍ତ ଗଛ ରଖିବା ଉଚିତ ନୁହେଁ ଏହାଦ୍ବାଏଆ ସ୍ୱାସ୍ଥ୍ୟଜନିତ ସମସ୍ଯା ଦେଖା ଦେଇଥାଏ । ଘରେ ସୁଖଶାନ୍ତି ଏବଂ ପରିବାରରର ଉନ୍ନତି ପାଇଁ ଘରର ମୁଖ୍ୟଦ୍ଵାରରେ ଅଶୋକ ଗଛ ଲଗାଇବା ମଙ୍ଗଳକାରୀ ହୋଇଥାଏ ।

ଘରେ ପାଇଖାନା ଏପରି ରଖିବା ଉଚିତ ଯେପରି ଝାଡା ବସିବା ସମୟରେ ମୁହଁ ଦକ୍ଷିଣ କିମ୍ବା ପଶ୍ଚିମ ଦିଗକୁ ରହିବ ଏବଂ ପୂର୍ବ ଦିଗକୁ ରହିଲେ ଅମଙ୍ଗଳକାରୀ ହୋଇଥାଏ । ଶରୀର ଅସୁସ୍ଥ ରହୁଥିଲେ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ ଏବଂ ଶୋଇବା ଘରେ କାଚପତ୍ରରେ ସନ୍ଧବ ଲୁଣ ରଖିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ଗୁରୁବାର ଦିନ ତୁଳସୀ ମୂଳରେ କ୍ଷୀର ଢାଳିଲେ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ଏବଂ ବେରୋଜଗାର ଲୋକଙ୍କୁ ରୋଜଗାର ପ୍ରାପ୍ତ ହୋଇଥାଏ ।

ଘରେ ରୁଟି ତିଆରି କରିବା ପୂର୍ବରୁ ତାୱାରେ ଟିକେ କ୍ଷୀର ଛିଟା ମାରିବା ମଙ୍ଗଳକାରୀ ହୋଇଥାଏ ଏବଂ ସ୍ୱାସ୍ଥ୍ୟ ଭଲ ରହିଥାଏ । ପୂର୍ବ ଦିଗକୁ ମୁହଁ କରି ଭୋଜନ କରିବା ମଙ୍ଗଳକାରୀ ହୋଇଥାଏ, କିନ୍ତୁ ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କରିବା ଉଚିତ ନୁହେଁ ।

ପ୍ରତ୍ଯେକ ପୂର୍ଣ୍ଣିମା ଦିନ ଦୁଆର ମୁହଁରେ ହଳଦୀରେ ସ୍ଵସ୍ତିକ ଚିହ୍ନ ଆଙ୍କିବା ମଙ୍ଗଳକାରୀ ହୋଇଥାଏ, ଏହାଦ୍ବାରା ଧାରକରଜରୁ ଉକ୍ତି ମିଳିଥାଏ । ପଇସା ରଖୁଥିବା ଆଲମାରୀ କିମ୍ବା ଟ୍ରେଜେରୀରେ କେବେବି ପରଫ୍ୟୁମ ରଖିବା ଉଚିତ ନୁହେଁ, ଏହାଦ୍ବାରା ଆର୍ଥିକ କ୍ଷତି ହୋଇଥାଏ । ବେଡରୁମରେ କୌଣସି ପାତ୍ରରେ ପାଣି ଭରିକରି ରଖିବା ଉଚିତ ନୁହେଁ, ଏହାଦ୍ବାରା ଧାରକରଜ ବୃଦ୍ଧି ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।