ତୁଳସୀ 5 ପ୍ରକାରର ହୋଇଥାଏ, ଏହି 3 ପ୍ରକାର ତୁଳସୀ ଘରେ ଭୁଲରେ ବି ଲଗାନ୍ତୁ ନାହିଁ… ନଚେତ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭଗବାନ ନାରାୟଣଙ୍କ ତୁଳସୀ ଗଛ ବହୁତ ହିଁ ପ୍ରିୟ ହୋଇଥାଏ । କଥାରେ ଅଛି ଯେଉଁ ଘରେ ତୁଳସୀ ଗଛ ରହିଥାଏ । ଏହା ସହ ପ୍ରତିଦିନ ତୁଳସୀ ଗଛର ପୂଜନ କରାଯାଇଥାଏ । ସେହି ଘରେ ଭଗବାନ ନାରାୟଣ ଓ ମା’ ଅର୍ଣ୍ଣପୂର୍ଣ୍ଣାଙ୍କ ସଦା ସର୍ବଦା ବାସ ହୋଇଥାଏ । ତେବେ ବନ୍ଧୁଗଣ ତୁଳସୀ କେତେ ପ୍ରକାରର ଆପଣ ଜାଣିଛନ୍ତି କି ? ତେବେ ତୁଳସୀ କେତେ ପ୍ରକାରର ଓ କେଉଁ ତୁଳସୀ ଗଛ ଘରେ ଲଗାଇବା ଉଚିତ ହୋଇନଥାଏ । ସେହି ସମ୍ପର୍କରେ ଆଲୋଚନା କରିବା ।

ତୁଳସୀ ଗଛକୁ ଛାତ ଉପରେ ଲଗାଇବା ଉଚିତ ହୋଇନଥାଏ । ତୁଳସୀ ଗଛକୁ ଅନ୍ଧାରୁଆ ସ୍ଥାନରେ ମଧ୍ୟ ଲଗାଇବା ଉଚିତ ହୋଇନଥାଏ । ତୁଳସୀ ଗଛକୁ ଅନ୍ଧାରୁଆ ସ୍ଥାନରେ ରଖିବା ଦ୍ଵାରା ଘରର ଆର୍ଥିକ ସ୍ଥିତି ଖରାପ ହୋଇଥାଏ । ତୁଳସୀକୁ ଏପରି ସ୍ଥାନରେ ଲଗାଇବା ଉଚିତ । ଯେଉଁଠାରେ କି ତୁଳସୀ ଗଛ ଉପରେ ସୂର୍ଯ୍ୟକିରଣ ପଡିପାରୁଥିବ । ତୁଳସୀ ଗଛ ପାଖରେ ଗଣେଶ କିମ୍ବା ଶିବଙ୍କ ମୂର୍ତ୍ତି କେବେ ମଧ୍ୟ ରଖିବା ଉଚିତ ହୋଇନଥାଏ ।

ତୁଳସୀ ଗଛ ଉପରେ କୌଣସି ଅଶୁଦ୍ଧ ପାଣି ପଡିବା ଉଚିତ ହୋଇନଥାଏ । ତୁଳସୀ ଗଛକୁ ଦକ୍ଷିଣ ଦିଗରେ ଲଗାଇବା ଶୁଭ ମନା ଯାଇନଥାଏ । ତୁଳସୀ ଗଛକୁ ଐଶାନ୍ୟକୋଣରେ ଲଗାଇବାକୁ ଅତ୍ୟନ୍ତ ଶୁଭପ୍ରଦ ମନାଯାଇଥାଏ । ଉତ୍ତର ଓ ପୂର୍ବ ଦିଗର ସମାହାରକୁ ଐଶାନ୍ୟ କୋଣ କୁହାଯାଇଥାଏ । ତୁଳସୀ ଗଛ ପାଖାପାଖି ଝାଡୁ, ଜୋତା, ଚପଲ ଆଦି ଲଗାଇବା ଉଚିତ ହୋଇନଥାଏ । ଏପରି କରିବା ଦ୍ଵାରା ଆଖପାଖର ପରିବେଶ ନକରାତ୍ମକ ହୋଇଥାଏ ।

ବନ୍ଧୁଗଣ ତୁଳସୀ ହେଉଛି ୫ ପ୍ରକାରର । ଯେପରି ରାମ ତୁଳସୀ, ଶ୍ଯାମ ତୁଳସୀ, ବିଷ୍ଣୁ ତୁଳସୀ, ଲେମ୍ବୁ ତୁଳସୀ ଓ ଶ୍ଵେତ ତୁଳସୀ । ସମସ୍ତଙ୍କ ଘରେ ପ୍ରାୟତଃ ରାମ ଓ ଶ୍ଯାମ ତୁଳସୀ ଗଛ ରଖାଯାଇଥାଏ । ତେବେ ଶାସ୍ତ୍ର ଅନୁସାରେ ଘରେ ରାମ ଓ ଶ୍ଯାମ ତୁଳସୀକୁ ଛାଡିଦେଲେ ଅନ୍ୟ କୌଣସି ତୁଳସୀ ରଖିବା ଉଚିତ ହୋଇନଥାଏ । ଯେଉଁ ତୁଳସୀର ରଙ୍ଗ ସାଧରଣତଃ ସବୁଜ ରଙ୍ଗର ହୋଇଥାଏ, ତାହାକୁ ରାମ ତୁଳସୀ କୁହାଯାଇଥାଏ ।

ନୀଳଲୋହିତ ରଙ୍ଗର ତୁଳସୀକୁ ଶ୍ଯାମ ତୁଳସୀ କୁହାଯାଇଥାଏ । ତେବେ ତୁଳସୀ ଗଛ ଶୁଖିଯିବାକୁ ଜମାରୁ ମଧ୍ୟ ଭଲ ଲକ୍ଷଣ ବିଚାର କରାଯାଇନଥାଏ । ତେଣୁ ଏଥିପ୍ରତି ଧ୍ୟାନ ରଖିବା ଉଚିତ ଯେ, ତୁଳସୀ ଗଛକୁ ସଦା ସର୍ବଦା ପାଣି ଦେଇ ତାହାକୁ ଉପଯୁକ୍ତ ଯତ୍ନ ସହକାରେ ରଖିବା ଉଚିତ ।

ଯଦି ଏତେ ସବୁ କରିବା ସତ୍ବେ ମଧ୍ୟ ତୁଳସୀ ଗଛ ଶୁଖି ଯାଇଥାଏ । ତେବେ ସେହି ଶୁଖିଲା ତୁଳସୀ ଗଛକୁ ଉପାଡି ତାହାକୁ ପାଣିରେ ବିସର୍ଜନ କରି ଦିଅନ୍ତୁ । ଏହା ବଦଳରେ ପୁନଶ୍ଚ ସବୁଜ ସୁନ୍ଦର ତୁଳସୀ ଗଛ ରୋପଣ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।