ଏହି 3ଟି ମହିଳାଙ୍କୁ କେବେବି କରିବା କଥା ନୁହେଁ ତୁଳସୀ ଗଛର ପୂଜା, ଘୋର ଅନର୍ଥ ହେଇଥାଏ Vastu

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ସର୍ବ ଶ୍ରେଷ୍ଠ ବୋଲି କୁହାଯାଇଛି । ଶାସ୍ତ୍ର ଅନୁସାରେ ଯେଉଁ ଘରେ ତୁଳସୀ ଗଛ ନାହିଁ, ସେହି ଘରେ ନକରାତ୍ମକ ଊର୍ଜା ସୃଷ୍ଟି ହୁଏ । ତୁଳସୀ ଗଛ କେବଳ ଧାର୍ମିକ ରୂପରେ ମହତ୍ଵ ପୂର୍ଣ ନୁହେଁ ଏହା ଛଡା ଏହା ବୈଜ୍ଞାନିକ ରୂପରେ ବି ବହୁତ ଗୁଣକାରି ଅଟେ । ତୁଲସୀ ଗଛର ବହୁତ ଓଷଧୀୟ ଗୁଣ ବି ଅଛି । ତୁଳସୀ ଗଛ ବହୁତ ପ୍ରକାରର ଅଛି ଯଥା – ରାମା ତୁଳସୀ, ଶ୍ୟାମା ତୁଳସୀ, ବାନା ତୁଳସୀ, କପୁର ତୁଳସୀ । କିନ୍ତୁ ଘରେ ମୁଖ୍ୟ ରୂପରେ ରାମା ତୁଳସୀ ଓ ଶ୍ୟାମା ତୁଳସୀ ହିଁ ଲଗାଯାଏ ।

ଏହି କ୍ରମରେ ଆଜି ଆମେ ଆପଣଙ୍କୁ କହିବୁ କି ତୁଳସୀ ଗଛର ପୂଜା କେଉଁ ୩ ଜଣ ମହିଳାଙ୍କୁ କେବେ ବି ପୂଜା କରିବା ଉଚିତ ନୁହେଁ ଓ ଏମାନଙ୍କୁ ତୁଲସୀ ଗଛର ଆଖ ପାଖକୁ ବି ଯିବା ଉଚିତ ନୁହେଁ । ନଚେତ ଏମାନଙ୍କୁ ପାପ ଲାଗିପାରେ ।

ଯେତେବେଳ ମହିଳାମାନଙ୍କ ମାସିକ ଧର୍ମ ହୋଇଥାଏ ସେତେବେଳେ କଣ ସେହି ମହିଳାମାନଙ୍କୁ ତୁଳସୀ ଗଛର ପୂଜା କରିବା ଉଚିତ କି ନୁହେଁ ଆସନ୍ତୁ ସେହି ବିଷୟରେ ଜାଣିବା । କହିବାକୁ ଗଲେ ମହାଭାରତରେ ଦ୍ରୋପଦୀଙ୍କ ବସ୍ତ୍ର ହରଣ ହୋଇଥିଲା ଓ ଏହାର କାରଣ ହେଉଛି ଯୁଧିଷ୍ଠିର ଜୁଆରେ ନିଜର ସବୁକିଛି ହାରିଯାଇଥିଲେ । ଏହା ପରେ ଦୁର୍ଯୋଧନ ଦୁଶାସନଙ୍କୁ ଦ୍ରପ୍ରଦୀଙ୍କୁ ଆଣିବା ପାଇଁ କହିଲେ । କୁହାଯାଏ କି ସେତେବଳେ ଦ୍ରୋପଦୀ ରାଜା ସ୍ଵଲା ମାସରେ ଥିଲେ ।

ସେ ଗୋଟିଏ ଅଲଗା ଗୃହରେ ଗୋଟିଏ ବସ୍ତ୍ରରେ ରହୁଥିଲେ । ଏଥିରୁ ଜଣାଯାଏ କି ଏହି ପ୍ରଥା ପ୍ରାଚୀନ କାଳରୁ ହିଁ ଚାଲି ଆସୁଅଛି । ପ୍ରାଚୀନ କାଳରୁ ହିଁ ମହିଳାମାନଙ୍କୁ ଗୋଟିଏ ଗୃହରେ ଅଲଗା ରହିବାକୁ ପଡୁଥିଲା ଓ ତାଙ୍କୁ ପୂଜାପାଠ କିମ୍ବା ତୁଲସୀ ଗଛର ପୂଜା ବି କରିବାକୁ ଦିଆ ଯାଉ ନ ଥିଲା । କାରଣ ଏହା ଦ୍ଵାରା ଆପଣଙ୍କୁ ପାପ ଲାଗିଥାଏ । ଏମିତିରେ ଯଦି କୌଣସି ମହିଳା ମାସିକ ଧର୍ମରେ ଅଛି ତେବେ ସେମାନଙ୍କୁ ତୁଲସୀ ଗଛର ପୂଜା କରିବା ଉଚିତ ନୁହେଁ ।

ବିବାହିତା ମହିଳାମାନଙ୍କ ପାଇଁ ତୁଲସୀ ଗଛର ପୂଜା ବହୁତ ମହତ୍ଵ ରଖିଥାଏ । କିନ୍ତୁ ଯଦି ଯେଉଁ ଦମ୍ପତ୍ତି ହିନ୍ଦୁ ପରମ୍ପରା ଅନୁସାରେ ସାଥ ଫେରା ନେଇ ନାହାନ୍ତି ତେବେ ସେହି ମହିଳାମାନେ ବି ତୁଳସୀ ଗଛର ପୂଜା କରି ପାରିବେ ନାହିଁ । ପୁଣି ଆପଣ ଯଦି କୋର୍ଟ ବିବାହ କରିଛନ୍ତି । ତେବେ  ବି ତୁଳସୀ ପୂଜା କରିବା ଉଚିତ ନୁହେଁ ।

ଯଦି ଆପଣ ହିନ୍ଦୁ ପରମ୍ପରା ଅନୁସାରେ ବିବାହ କରିଛନ୍ତି ତେବେ ଆପଣ ତୁଲସୀ ଗଛର ପୂଜା କରି ପାରିବେ । ଯଦି ଆପଣ ଶାସ୍ତ୍ର ବିରୁଦ୍ଧରେ ଏପରି କରିବେ ତେବେ ଆପଣଙ୍କୁ ପାପ ଲାଗିବ । କୁଆଁରୀ କନ୍ୟା ପୂଜା କରି ପାରିବେ । କିନ୍ତୁ ବିବାହିତ ମହିଳାମାନେ ପୂଜା କରି ପାରିବେ ନାହିଁ ।

ଚରିତ୍ରହୀନ ବ୍ୟକ୍ତି କିମ୍ବା ମନରେ ଖରାପ ବିଚାର ଥିବା ବ୍ୟକ୍ତିଙ୍କୁ କେବେ ବି ତୁଳସୀ ଗଛ ପାଖକୁ ଯିବା ଉଚିତ ନୁହେଁ । ଏହିଭଳି ବ୍ୟକ୍ତି ଯଦି ପୂଜା କରିବେ ତେବେ ମାତା ତୁଳସୀ ଆପଣଙ୍କ ପୂଜାକୁ ସ୍ଵୀକାର କରିବେ ନାହିଁ । ଯଦି ଆପଣଙ୍କ ମନ ଶୁଦ୍ଧ ଅଟେ ତେବେ ମାତା ଲକ୍ଷ୍ମୀ ଆପଣଙ୍କ ପୂଜାକୁ ସ୍ଵୀକାର କରିବେ । ଚଲାନ୍ତୁ ଏହିଭଳି କିଛି ଜିନିଷ ବିଷୟରେ ଜାଣିବା ଯାହାକୁ ତୁଳସୀ ଗଛର ଆଖପାଖ ରଖିବା ଉଚିତ ନୁହେଁ ।

ଝାଡୁ ଓ ଜୋତା ଚପ୍ପଳ ତୁଳସୀ ଗଛ ପାଖରେ ରଖିବା ଉଚିତ ନୁହେଁ । ଏହା ଛଡା କେତେକ ଲୋକମାନେ ତୁଳସୀ ଗଛ ସହିତ ଅନ୍ୟ କିଛି ଗଛ ଲଗାଇ ଦିଅନ୍ତି ଯାହା କି ଉଚିତ ନୁହେଁ । ଯଦି ଆପଣ ତୁଳସୀ ଗଛ ପାଖରେ ଅନ୍ୟ କିଛି ଗଛ ଲଗାଉଛନ୍ତି ତେବେ ତୁଲସୀ ଗଛ ସଠିକ ଭାବେ ବଢିପାରେ ନାହିଁ ଓ ତୁଳସୀ ଗଛ ଶୁଖିଯାଏ । ତୁଳସୀ ଗଛରେ ପାଣି ଦେଲାବେଳେ ସେଥିରେ କିଛି ବୁନ୍ଦା କ୍ଷୀର ମିଶାଇ ପାଣି ଅର୍ପଣ କରନ୍ତୁ । ଏହା ଦ୍ଵାରା ତୁଲସୀ ଗଛ ସତେଜ ରହିଥାଏ ।

ବର୍ତ୍ତମାନ ଆପଣଙ୍କୁ ଗୋଟିଏ ବିଶେଷ ଉପାୟ କହି ଦେଉଛୁ  ଯାହାକି ଆପଣଙ୍କ ଘରର ନକରାତ୍ମକ ଊର୍ଜାକୁ ଦୂର କରି ଦେବ ଓ ଅନ୍ୟ କିଛି ବିଶେଷ ଲାଭ ବି ମିଳିବ । ପ୍ରଥମେ ଗୋଟିଏ ତମ୍ଭା ପାତ୍ରରେ ପାଣି ଭର୍ତ୍ତି କରି ସେଥିରେ ୪ଟି କିମ୍ବା ୫ଟି ତୁଳସୀ ପତ୍ର ପକାଇ ଦିଅନ୍ତୁ । ଏହା ପରେ ତାକୁ ଗୋଟିଏ ଦିନ ରଖି ଦିଅନ୍ତୁ । ଏହା ପରେ ସେହି ପାଣିକୁ ଘରର ମୁଖ୍ୟ ଦ୍ଵାରରେ ଓ ଘରର ସବୁ ଦିଗରେ ଛିଞ୍ଚି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରର ନକରତ୍ମକ ଊର୍ଜା ସୃଷ୍ଟି ହେବ ନାହିଁ ଓ ଆପଣ ସୁଖ ଶାନ୍ତିରେ ରହିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।