( ତୁଳସୀ ଗଛରେ ) ପାଣି ଦେବା ସମୟରେ କହି ଦିଅନ୍ତୁ ଏହି ଖାସ ମନ୍ତ୍ର, ତାପରେ ଦେଖନ୍ତୁ ଚମତ୍କାର 

ହିନ୍ଦୁ ଶାସ୍ତ୍ର ଅନୁସାରେ ତୁଳସୀ ଗଛର ବହୁତ ମହତ୍ଵ ଅଛି । ଶାସ୍ତ୍ର ଅନୁସାରେ ଘରେ ତୁଳସୀ ଗଛ ରହିବା ଦ୍ୱାରା ଘରର ପବିତ୍ରତା ବଢିବା ସହ ଘରର ନକରାତ୍ମକ ଶକ୍ତି ବି ଦୂର ହୋଇଯାଏ । ଘରେ ସୁଖ ଶାନ୍ତିର ବାତାବରଣ ରହିଥାଏ । ତୁଳସୀ ଗଛରେ ଭାଗବାନ ବିଷ୍ଣୁଙ୍କର ବାସ ଥାଏ ବୋଲି ବିଶ୍ୱାସ ଅଛି । ସେଥିପାଇଁ ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ଅଟେ । ଏହା ଛଡା ତୁଳସୀ ଗଛରେ ବି ଔଷଧୀୟ ଗୁଣ ଥାଏ । ଏହିଭଲି ତୁଳସୀ ଗଛ ଆମର ବହୁତ କାମରେ ଆସିଥାଏ ।

ତୁଳସୀ ଗଛ ସାଧାରଣତଃ ୩ ପ୍ରକାରର ଅଛି । ଯଥା କୃଷ୍ଣ ତୁଳସୀ, ଧଳା ତୁଳସୀ ଓ ରାମ ତୁଳସୀ । ଏହି ତୁଳସୀ ମଧ୍ୟରୁ କୃଷ୍ଣ ତୁଳସୀର ମହତ୍ଵ ଅଧିକ ଥାଏ । ତୁଳସୀ ଗଛ ପୂଜା କରିବା ଦ୍ୱାରା ପାପ ନାଶ ହୋଇଥାଏ ଓ ଶାନ୍ତି ମିଳିଥାଏ ।

ତୁଳସୀ ଗଛରେ ଆମେ ସମସ୍ତେ ଜଳ ଅର୍ପଣ କରିଥାଉ । କିନ୍ତୁ ଏହି ସମୟରେ ଏହି ମନ୍ତ୍ରକୁ ଯଦି ଆପଣ ଜପ କରୁଛନ୍ତି ତେବେ ଏହା ଦ୍ୱାରା ଆମ ସୁଖ ସମୃଦ୍ଧିରେ ବୃଦ୍ଧି ହୋଇଥାଏ । ଘର ଧନ ଧାନ୍ୟରେ ପରି ପୂର୍ଣ ହୋଇଯାଏ । ଏହା ସହ ରୋଗ ବ୍ୟାଧିରୁ ମଧ୍ୟ ମୁକ୍ତି ମିଳିଥାଏ । ଯଦି ଆପଣ ସବୁଦିନ ତୁଳସୀ ଗଛ ମୂଳରେ ପାଣି ଅର୍ପଣ କରିବେ ଓ ଏହି ମନ୍ତ୍ରକୁ ଜପ କରିବେ ତେବେ ଦେଖିବେ ସମାଜରେ ଆପଣଙ୍କର ମାନ ସମ୍ମାନରେ ବୃଦ୍ଧି ହୋଇଥାଏ ।

ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ । ଘର ପରିବାରରେ ନିଜ ସମ୍ପର୍କୀୟଙ୍କ ମଧ୍ୟରେ ଭଲ ସଂପର୍କ ରହିଥାଏ । ଆପଣ ଚାହୁଁ ଥିବା କାର୍ଯ୍ୟକୁ ଅତି ସହଜରେ କରି ପାରିବେ । ତେବେ ଆସନ୍ତୁ ଜାଣିବା ସେହି ମନ୍ତ୍ର ବିଷୟରେ ।

ମହାପ୍ରସାଦ ଜନନୀ

ସର୍ବ ସୌଭାଗ୍ୟବର୍ଦ୍ଧିନି

ଆଧି ବ୍ୟାଧି ହାରା ନିତ୍ୟଂ

ତୁଳସୀ ତ୍ଵଂ ନମୋସ୍ତୁତେ ।


ଏହି ମନ୍ତ୍ରକୁ ଯଦି ଆପଣ ସବୁଦିନ ତୁଳସୀ ଗଛରେ ପାଣି ଦେବା ସମୟରେ ଜପ କରୁଛନ୍ତି ତେବେ ଦେଖିବେ ଆପଣଙ୍କର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବା ସହ ଘର ସୁଖ ସମୃଦ୍ଧିରେ ପରି ପୂର୍ଣ ହୋଇଯିବ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।