Vastu Shastra- ତୁଳସୀ ଚଉରା ପାଖରେ ଭୁଲରେ ବି ରଖନ୍ତୁ ନାହିଁ ଏହି 5 ଟି ଜିନିଷ, ହୋଇଥାଏ ବହୁତ ଅନର୍ଥ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ତୁଳସୀ ବୃକ୍ଷ ପାଖରେ କେଉଁ ଜିନିଷ ରଖିବା ଉଚିତ ନୁହେଁ । ବନ୍ଧୁଗଣ ଶାସ୍ତ୍ର ରେ ଉଲ୍ଲେଖନୀୟ ରହିଛି ଯେ ତୁଳସୀ ବୃକ୍ଷ ହେଉଛି ସବୁଠାରୁ ପବିତ୍ର ଏବଂ ଏହା ଦେବୀ ଲକ୍ଷ୍ମୀ ଙ୍କ ସ୍ୱରୂପ ଅଟେ । ତୁଳସୀ ବୃକ୍ଷ କୁ ଘରେ ଲଗାଇବା ଦ୍ୱାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ଘରେ ସକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ । ଏହି ବୃକ୍ଷ ଘରେ ଲଗାଇବା ଦ୍ୱାରା କୌଣସି ସମସ୍ୟା ଆସିନଥାଏ ଏବଂ ଏହା କୌଣସି ପ୍ରକାର ନକରାତ୍ମକ ଉର୍ଜା ର ସୃଷ୍ଟି ହେବାକୁ ଦେଇନଥାଏ ।

ଶାସ୍ତ୍ର ଅନୁସାରେ ଏଭଳି କିଛି ଜିନିଷ ରହିଛି ଯାହା ତୁଳସୀ ବୃକ୍ଷ ପାଖରେ ରଖିବା ଦ୍ୱାରା ଘରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ କେଉଁ କେଉଁ ଜିନିଷ ତୁଳସୀ ବୃକ୍ଷ ପାଖରେ ରଖିବା ଦ୍ୱାରା ଘରେ ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ ।

୧. ବନ୍ଧୁଗଣ ପ୍ରଥମ ଜିନିଷ ଟି ହେଉଛି ଜୋତା ଏବଂ ଚପଲ । ବନ୍ଧୁଗଣ କେବେବି ତୁଳସୀ ବୃକ୍ଷ ପାଖରେ ଜୋତା ବା ଚପଲ ରଖନ୍ତୁ ନାହିଁ । ମନ୍ଦିର ରେ ଯେପରି ଜୋତା ଏବଂ ଚପଲ ପିନ୍ଧିଲେ ପ୍ରବେଶ କରିବା ନିଷେଧ ହୋଇଥାଏ ସେହିପରି ତୁଳସୀ ବୃକ୍ଷ ପାଖରେ ମଧ୍ୟ ଜୋତା ଏବଂ ଚପଲ ରଖିବା ଅନୁଚିତ ହୋଇଥାଏ । କାରଣ ତୁଳସୀ ବୃକ୍ଷ କୁ ଦେବୀ ଲକ୍ଷ୍ମୀ ଙ୍କ ସ୍ୱରୂପ ବୋଲି ମାନି ନିଆଯାଇଥାଏ । ତେଣୁ ବନ୍ଧୁଗଣ କେବେବି ଭୂଲ ରେ ମଧ୍ୟ ତୁଳସୀ ବୃକ୍ଷ ପାଖରେ ଜୋତା ଏବଂ ଚପଲ ରଖନ୍ତୁ ନାହିଁ ।

୨. ବନ୍ଧୁଗଣ କେବେବି ରାତ୍ରି ସମୟରେ ତୁଳସୀ ବୃକ୍ଷ ପାଖରେ ଜଳ ରଖନ୍ତୁ ନାହିଁ । ଏହା ସହିତ କେବେବି ରାତିରେ ତୁଳସୀ ବୃକ୍ଷ ରେ ଜଳ ଅର୍ପଣ କରନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ । ସର୍ବଦା ସକାଳେ ସ୍ନାନ କରିବା ପରେ ହିଁ ତୁଳସୀ ବୃକ୍ଷ ରେ ଜଳ ଅର୍ପଣ କରିବା ଉଚିତ । ତୁଳସୀ ବୃକ୍ଷ ପାଖରେ କେବେବି କୌଣସି ଖାଲି ଜଳ ର ପାତ୍ର ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ ଏବଂ ଆର୍ଥିକ ସମସ୍ୟା ଦେଖାଯାଇଥାଏ । ତେଣୁ କେବେବି ଏପରି ଭୁଲ କରନ୍ତୁ ନାହିଁ ।

୩. ବନ୍ଧୁଗଣ ତୁଳସୀ ବୃକ୍ଷ ଘରେ ସକାରାତ୍ମକ ଉର୍ଜା ର ସୃଷ୍ଟି କରିଥାଏ ଏବଂ ଘରେ ଶାନ୍ତି ବଜାୟ ରଖିଥାଏ । ତେଣୁ ସର୍ବଦା ତୁଳସୀ ବୃକ୍ଷ ଥିବା ସ୍ଥାନକୁ ସଫା ସୁତୁରା ରଖନ୍ତୁ ଏବଂ କେବେବି ସେହି ସ୍ଥାନ ଅପରିଷ୍କାର ରଖନ୍ତୁ ନାହିଁ । ତୁଳସୀ ବୃକ୍ଷ ରହୁଥିବା ସ୍ଥାନ ଅପରିଷ୍କାର ହେଲେ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ଏବଂ ଆର୍ଥିକ ସ୍ଥିତି ମଧ୍ୟ ଅସମ୍ଭାଳ ହୋଇଥାଏ ।

୪. ବନ୍ଧୁଗଣ କେବେବି ତୁଳସୀ ବୃକ୍ଷ ଥିବା ସ୍ଥାନ ରେ ଓଦା ଲୁଗା ଶୁଖାନ୍ତୁ ନାହିଁ । ଏପରି କରିବା ଦ୍ୱାରା ସକାରାତ୍ମକ ଶକ୍ତି ଧୀରେ ଧୀରେ ନଷ୍ଟ ହୋଇଥାଏ ଏବଂ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ । ତେଣୁ ସର୍ବଦା ତୁଳସୀ ବୃକ୍ଷ ଥିବା ସ୍ଥାନ କୁ ପବିତ୍ର ରଖନ୍ତୁ ଏବଂ କେବେବି ଭୂଲ ରେ ମଧ୍ୟ ଓଦା ଲୁଗା ତୁଳସୀ ବୃକ୍ଷ ଥିବା ସ୍ଥାନରେ ଶୁଖାନ୍ତୁ ନାହିଁ ।

୫. ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଅଛନ୍ତି ଯେଉଁମାନେ ତୁଳସୀ ବୃକ୍ଷ ପାଖରେ ଅନ୍ୟ ଦେବୀ ଦେବତା ଙ୍କ ପ୍ରତିମା କୁ ରଖନ୍ତି ବା ସ୍ଥାପନ କରନ୍ତି । କିନ୍ତୁ ବନ୍ଧୁଗଣ ଏପରି କରିବା ସମ୍ପୂର୍ଣ୍ଣ ଭୁଲ ହୋଇଥାଏ । ତୁଳସୀ ବୃକ୍ଷ ପାଖରେ ମୂଖ୍ୟତଃ କେବେବି ଗଣେଶ ଭଗବାନ ଙ୍କ ପ୍ରତିମା ରଖିବା ଉଚିତ ନୁହେଁ । କାରଣ ଗଣେଶ ଙ୍କୁ ପୁଜା କରିବା ସମୟରେ ତୁଳସୀ ପତ୍ର ଚଢ଼ା ଯାଇ ନଥାଏ । ତେଣୁ କେବେବି ତୁଳସୀ ବୃକ୍ଷ ପାଖରେ ଗଣେଶ ଭଗବାନ ଏବଂ ଅନ୍ୟ ଦେବୀ ଦେବତା ଙ୍କ ପ୍ରତିମା ସ୍ଥାପନ କରନ୍ତୁ ନାହିଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।