ତୁଳା ରାଶି (Libra) ମଇ 2022 ମାସିକ ରାଶିଫଳ, ମାସଟି ଆପଣଙ୍କ ପାଇଁ କେମିତି କଟିବ ଓ ଅଶୁଭ ଖଣ୍ଡନ ପାଇଁ କଣ କରିବେ ପ୍ରତିକାର ?

ଜ୍ଯୋତିଷ ଅନୁସାରେ ଗ୍ରହଙ୍କ ଚଳନ ଓ ସ୍ଥିତି ବ୍ୟକ୍ତିଙ୍କ ଭାଗ୍ୟ ନିର୍ଦ୍ଧାରିତ କରିଥାନ୍ତି । ବ୍ୟକ୍ତିଙ୍କ ରାଶିରେ ଗ୍ରହ ନକ୍ଷତ୍ର ମାନଙ୍କ ଚଳନ ଓ ସ୍ଥିତିରୁ ବ୍ୟକ୍ତିଙ୍କ ଭବିଷ୍ୟ ବିଷୟରେ ଅନେକ କିଛି ଜାଣି ହୁଏ । ସେଥିପାଇଁ ଲୋକେ ଜ୍ଯୋତିଷ ଶାସ୍ତ୍ର ଉପରେ ଭରସା କରିଥାନ୍ତି । ତେବେ ଏହି ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଅନୁଧ୍ୟାନ କରି ଆସନ୍ତୁ ଜାଣିବା ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଗାମୀ ମଇ ମାସଟି କିପରି ଫଳ ପ୍ରଦାନ କରିବ ଓ କଣ ପ୍ରତିକାର କରିବା ଦ୍ଵାରା ଆପଣଙ୍କ ଅଶୁଭ ଖଣ୍ଡନ ହୋଇପାରିବ ।

ତୁଳା ରାଶିର ଶୁଭରଙ୍ଗ ହେଉଛି ଧଳା ବା ସିଲଭର ରଙ୍ଗ । କୌଣସି ଶୁଭ କାର୍ଯ୍ୟରେ ଏହି ରଙ୍ଗର ବସ୍ତୁ ପ୍ରୟୋଗ କରନ୍ତୁ ବା ପୋଷାକ ପିନ୍ଧନ୍ତୁ, ଦେଖିବେ ଶୁଭଫଳ ପାଇବେ । ରାଶିର ଶୁଭବାର ତଥା ବ୍ରତ ଉପବାସ ବାର ହେଉଛି ଶୁକ୍ରବାର । ଏହିଦିନ ବ୍ରତ ରଖିଲେ ଯେକୌଣସି ମାନସିକ ପୂର୍ଣ୍ଣ ହେବ । ଶୁଭଦେବତା ହେଉଛନ୍ତି କୁବେର ଏବଂ ଶୁଭଦେବୀ ହେଉଛନ୍ତି ମା ସନ୍ତୋଶୀ ଓ ମା କମଳା । ଶୁଭ ସଂଖ୍ୟା ହେଉଛି ୬ ଏବଂ ଶୁଭ ତାରିଖ ହେଉଛି ୬, ୧୫ ଏବଂ ୨୪ ତାରିଖ । ଏହିଦିନ ମାନଙ୍କରେ କିଛିବି କାର୍ଯ୍ୟ ଅନୁକୂଳ କଲେ ନିଶ୍ଚୟ ଶୁଭଫଳ ପାଇବେ ।

ତୁଳା ରାଶି ପାଇଁ ୨୦୨୨ ମଇ ମାସଟି କିଛି କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବାକୁ ଯାଉଛି । ବିଦ୍ୟାର୍ଥୀ ମାନଙ୍କୁ ଏକାଗ୍ରତା ବଜାୟ ରଖିବା ପାଇଁ ଅଧିକ ସଂଘର୍ଷ କରିବାକୁ ପଡିପାରେ । ଶିକ୍ଷା କ୍ଷେତ୍ରରେ କିଛି ବାଧା ମଧ୍ୟ ଆସିପାରେ । କିନ୍ତୁ ପରିଶ୍ରମ ଜାରି ରଖନ୍ତୁ, ଦେଖିବେ ଉତ୍ତମ ପରିଣାମ ପ୍ରାପ୍ତି ହେବ ।

କ୍ଯାରିୟର ଦୃଷ୍ଟିରୁ ମାସଟି ଆପଣଙ୍କ ପାଇଁ ସାମାନ୍ଯ ରହିବ । କାର୍ଯ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ ସହ ନୂଆ ଚାକିରିର ଯୋଗ ମଧ୍ୟ ଉତ୍ପନ୍ନ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ସହଯୋଗୀଙ୍କ ଠାରୁ ସାବଧାନ ରୁହନ୍ତୁ ଓ ନିଜ କ୍ରୋଧ ଉପରେ ମଧ୍ୟ ନିୟନ୍ତ୍ରଣ ରଖନ୍ତୁ । ମାସର ଉତ୍ତାରାର୍ଦ୍ଧରେ କାର୍ଯ୍ୟ କ୍ଷେତ୍ରରେ ଦେଖା ଯାଉଥିବା ସମସ୍ଯା ଦୂର ହେବାକୁ ଲାଗିବ । ବ୍ୟବସାୟ ଦୃଷ୍ଟିରୁ ମାସଟି ଅନୁକୂଳ ରହିବ ଓ ବ୍ୟବସାୟରେ ମାର୍ଗ ପ୍ରଶସ୍ତ ହେବ ।

ଆମଦାନୀରେ ବୃଦ୍ଧି ଘଟିବ ଓ ଆର୍ଥିକ ସ୍ଥିତି ଦୃଷ୍ଟିରୁ ମଧ୍ୟ ମାସଟି ବେଶ ଭଲ ରହିବ । ଏହାସହ ପୂର୍ବରୁ ଫସି ରହିଥିବା ଧନ ମଧ୍ୟ ଫେରିପାଇବେ । ପ୍ରେମ ଜୀବନରେ ପୂର୍ବରୁ ଥିବା ମନୋମାଳିନ୍ୟ ଦୂର ହେବ ଓ ଜୀବନସାଥିଙ୍କ ସହ ଉତ୍ତମ ବୁଝାମଣା ସ୍ଥାପନ ହେବ ।

କିନ୍ତୁ ବିବାହିତ ବ୍ୟକ୍ତିଙ୍କ ପାଇଁ ସମୟ ସାମାନ୍ଯ କଷ୍ଟଦାୟକ ରହିବ । ଉଭୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ । ପରିବାରରେ ମଧ୍ୟ କଳହ ସୃଷ୍ଟି ହେବାର ସମବବାନ ଦେଖାଦେଉଛି । ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ପୂର୍ବାପେକ୍ଷା ସୁଧାର ଆସିବ । କିନ୍ତୁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ ।

ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ଦିନ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ ଓ ସବୁଦିନ ବୁଲା କୁକୁରଙ୍କୁ କିଛି ଖାଇବାକୁ ଦିଅନ୍ତୁ । ଦେଖିବେ ଆପଣଙ୍କ ଅସୁବିଧା ଦୂର ହେବା ସହ ଶୁଭଫଳ ନିଶ୍ଚୟ ପ୍ରାପ୍ତି କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।