ଟ୍ରକବାଲା ନିଜ ଜୀବନ ଉପରେ ଖେଳି ବଞ୍ଚାଇଥିଲା ଝିଅଟିର ଇଜ୍ଜତ, ୪ ବର୍ଷ ପରେ ଝିଅ ଜଣକ କିଛି ଏମିତି ଭାବରେ ସୁଝିଲା ଋଣ

ଅସୁବିଧା ପଡିବା ପରେ ଲୋକମାନେ ପ୍ରାୟତଃ ଭଗବାନଙ୍କୁ ମନେ ପକାଇଥାନ୍ତି ଓ ଯଦି ପ୍ରାର୍ଥନା ହୃଦୟର ସହିତ କେରିବେ ତେବେ ଭଗବାନ ତାହାକୁ ବଞ୍ଚାଇବା ପାଇଁ କୌଣସି ନା କୌଣସି ଫରିସ୍ତା ନିଶ୍ଚିତ ପଠାଇଥାନ୍ତି । ଆଜି ଆମେ ଆପଣଙ୍କୁ ପୀଲୀଭୀତ ଓ ଟନକପୁର ମାର୍ଗ ଉପରେ ସ୍ଥିତ ହରଦୟାଲପୁର ଗ୍ରାମରେ ଏକ ଏମିତି ଘଟଣା ବିଷୟରେ କହିବୁ । ଯାହା ପରେ ଆପଣ ଉପରୋକ୍ତ କଥା ଉପରେ ବିଶ୍ଵାସ କରିବାକୁ ଲାଗିବେ ।

ଏହି ଗ୍ରାମର ଆଖପାଖରେ ବହୁତ ଘନ ଜଙ୍ଗଲ ଅଛି ଓ ଗ୍ରାମରେ ପାଖାପାଖି ୩୦୦ ମିଟର ଦୂରରେ ସାବିତ୍ରୀ ଦେବୀର ଚାଳଘର ଥିଲା । ସାବିତ୍ରୀ ନିଜି ଘରେ ନିଜର ୧୭ ବର୍ଷର ଝିଅ କିରଣ ସହ ରହୁଥିଲା । ସାବିତ୍ରୀର ସ୍ଵାମୀ ୪ ବର୍ଷ ପୂର୍ବେ ଏହି ଦୁନିଆକୁ ଅଳବିଦା କହି ସାରିଛି । ସ୍ଵାମୀ ଯିବା ପରେ ମା ଝିଅ ଏକୂଟିଆ ରହୁଥିଲେ । କିଛି ଦିନ ପୂର୍ବେ ଦୁଇ ଜଣ ନିଜ ଘରେ ଶୋଇଥିଲେ ।

Image courtesy: Google

ଠିକ ସେହି ସମୟରେ ପାଖାପାଖି ରାତି ୧.୩୦ରେ କିଛି ଦୂବୁର୍ତ୍ତ ତାଙ୍କ ଘର ଉପରେ ଆକ୍ରମଣ କରିଲେ । ଏହା ପରେ ସେମାନେ ସାବିତ୍ରୀର ଝିଅ କିରଣକୁ ଉଠାଇ ଜଙ୍ଗଲ ଆଡକୁ ନେଇଗଲେ । ଏହି ସମୟରେ କିରଣ ବହୁତ ଚିଲାଇଲେ କିନ୍ତୁ ଦୁଇ ଜଣ ଲୋକ ଥିବାରୁ ସେ କିଛି ବି କରି ପାରୁ ନଥିଲା ।

କିନ୍ତୁ ସେହି ସମୟରେ ଗୋଟିଏ ବ୍ୟକ୍ତି କିରଣ ଜୀବନରେ ଫରିସ୍ତା ହୋଇ ଆସିଲା । କହିବାକୁ ଗଲେ ସେହି ଘନ ଜଙ୍ଗଲ ଦେଇ ଯାଉଥିବା ଏକ ଟ୍ରକର ଡ୍ରାଇଭର (ଅସଲମ) କିରଣର ଆବାଜ ଶୁଣିଲା । ତେବେ ସେ ଟ୍ରକକୁ ଅଟକାଇ ଦେଲା ଓ ନିଜର ଏକ ବନ୍ଧୁ ସହ ଜଙ୍ଗଲ ଆଡକୁ ଦୌଡିଲା । ଏହା ପରେ ସେ ଦେଖିଲା କି ଦୁଇ ଜଣ ଯୁବକ ଏକ ଯୁବତୀକୁ ନିଜର ହବସର ଶିକାର କରୁଥିଲେ ।

Image courtesy: Google

ଏହା ପରେ ଅସଲମ ନିଜ ଜୀବନର ବାଜି ଲଗାଇ ଦୁଇ ଜଣ ଗୁଣ୍ଡା ସହ ଲଢି କିରଣର ଜୀବନକୁ ବଞ୍ଚାଇଲା । ଏହା ମଧ୍ୟରେ ଅସଲମର ମୁଣ୍ଡରେ ଓ ତାହାର ସାଥୀକୁ ବି ଆଘାତ ଲାଗିଲା । ଏଥିପାଇଁ ଅସଲମକୁ କିଛି ଦିନ ହସ୍ପିଟାଲରେ ବି ଭର୍ତ୍ତି ହେବାକୁ ପଡିଲା । ଠିକ ହେବା ପରେ ଅସଲମ ସାବିତ୍ରୀ ଓ କିରଣରୁ ଦେଖା କରି ଚାଲିଗଲା ।

ଏହି ଘଟଣାକୁ ୪ ବର୍ଷ ବୀତି ଯାଇଛି । ଏହା ପରେ ଦିନେ ଅସଲମ ସେହି ରାସ୍ତା ଦେଇ ଯାଉଥିଲା କି ଅଚାନକ ତାହାର ଟ୍ରକରେ କୌଣସି କାରଣରୁ ନିଆଁ ଲାଗିଗଲା ଓ ସେ ବେକାବୁ ହୋଇ ନିଜେ ଟ୍ରକ ସହ ଖାଇରେ ଗଳିଗଲା । ଖାଇ ଠାରୁ ସାବିତ୍ରୀର ଘର ପୁରା ପାଖରେ ଥିଲା । ଗାଡି ପଡିବାର ଆବାଜ ଶୁଣି ସାବିତ୍ରୀ ଓ କିରଣ ଜଙ୍ଗଲ ଆଡକୁ ଦୌଡିଲେ ।

ସେମାନେ କୌଣସି ପ୍ରକାରରେ ଅସଲମକୁ ବଞ୍ଚାଇ ଦେଲେ ଓ ତାକୁ ନିଜ ଘରକୁ ନେଇ ଆସିଲେ । ଡାକ୍ତରକୁ ଡାକି ଅସଲମର ଚିକିସ୍ଛା କରାଇଲେ । ଯେତେବେଳେ ଅସଲମକୁ ହୋସ ଆସିଲା ତେବେ ସେ ତାଙ୍କୁ ଚିହ୍ନି ପାରିଲା । ଏହା ପରେ କିରଣ ଅସଲମକୁ ଧରି କାନ୍ଦିଲା । ସେହି ଦିନ ଠାରୁ କିରଣ ଅସଲମକୁ ନିଜର ଭାଇ କରିନେଲା ଓ ବର୍ତ୍ତମାନ ସେ ରକ୍ଷାବନ୍ଧନରେ ତାକୁ ରାକ୍ଷୀ ବାନ୍ଧିଥାଏ । ଏହି ଘଟଣା ଦର୍ଶାଉଛି କି ମଣିଷ ପଣିଆ ର କିଛି ଧରମ ନାହିଁ । ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଭଲ ଲାଗିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।