ଟ୍ରେନ ପଛପଟେ “X” କାହିଁକି ଲେଖାଯାଏ ? ଏହା ପଛରେ ରହିଛି ଭୟଙ୍କର ଅର୍ଥ, ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ଟ୍ରେନ ଡବାର ପଛ ଭାଗରେ ଥିବା ଏକ ବଡ ଏକ୍ସ ଚିହ୍ନ (X) କୁ ଆପଣ ନିଶ୍ଚୟ ଦେଖିଥିବେ । କେବେ ଜାଣିବାକୁ ଚାହିଁଛନ୍ତି କି ଟ୍ରେନର ପଛ ପାର୍ଶ୍ଵରେ ଏଭଳି ଚିହ୍ନ କାହିଁକି ରହିଥାଏ ? ଏହି ସାଧାରଣ ଜିନିଷକୁ ଅନେକ ଲୋକ ଧ୍ୟାନ ଦିଅନ୍ତି ନାହିଁ କିମ୍ବା ଦେଖିଲେ ମଧ୍ୟ ନଜରଅନ୍ଦାଜ କରିଦିଅନ୍ତି । ଟ୍ରେନ କୌଣସି ଅନ୍ୟ ଯାନବାହାନ ଭଳି ନୁହେଁ ବରଂ ଏହା ଖୁବ ବଡ । ଗୋଟି ଗୋଟି କରି ଅନେକ ଡବା ଟ୍ରେନରେ ଯୋଡି ହୋଇ ରହିଥାଏ ।

ଡବା ଗୁଡିକ ଯଦି ଠିକ ଭାବେ ସଂଯୋଗ ନ ହୁଅନ୍ତି ତେବେ ଟ୍ରେନ ଯାତ୍ରା ବେଳେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥାଏ । ଟ୍ରେନ ବହୁତ ବଡ ଏବଂ ରାତିଦିନ ଚାଲିଥାଏ । ଏଭଳି ସ୍ଥିତିରେ ଯଦି କିଛି ଟ୍ରେନ ଡବା ଅଲଗା ହୋଇଯାନ୍ତି ତେବେ ଡ୍ରାଇଭରଙ୍କୁ ତିଳେ ହେଲେ ଜଣାପଡିବ ନାହିଁ । ସେଥିପାଇଁ ଟ୍ରେନର ଶେଷ ଭାଗରେ ଥିବା ଡବାରେ ଏକ୍ସ ଚିହ୍ନ ଲେଖା ଯାଇଥାଏ । ଏହି ଚିହ୍ନ ଦେଖିଲେ ଟ୍ରେନ କର୍ମଚାରୀ ଜାଣିପାରିବେ କି ଏହା ଏକ ସଂପୂର୍ଣ୍ଣ ଡବା ଥିବା ଟ୍ରେନ ଅଟେ ଏବଂ ଟ୍ରେନରେ କୌଣସି ଅସୁବିଧା ନାହିଁ ।

ଏହାସହ ପ୍ରତ୍ଯେକ ଷ୍ଟେସନରେ ରେଳ କର୍ମଚାରୀମାନେ ଟ୍ରେନ ଡବା ଗୁଡିକର ଯାଞ୍ଚ କରନ୍ତି । ଟ୍ରେନ ଡବାରେ ସବୁ ଠିକ ଅଛି କି ନାହିଁ ସେସବୁର ତଦାରଖ କରନ୍ତି , ଏହାସହ ଟ୍ରେନ ପଛରେ ଏହି X ଚିହ୍ନକୁ ଦେଖିଲେ ବୁଝିଯାନ୍ତି ଯେ ଟ୍ରେନଟି କୌଣସି ଦୁର୍ଘଟଣାର ସମୁଖୀନ ହୋଇନାହିଁ ।

କେଉଁ ଡବାରେ ହଳଦିଆ ତ ଆଉ କେଉଁଥିରେ ଧଳା ରଙ୍ଗର ଏକ୍ସ ଚିହ୍ନ ମଧ୍ୟ ଅଙ୍କା ଯାଇଥାଏ । ଏହି ଚିହ୍ନ ସୁଚାଇଥାଏ ଯେ ଟ୍ରେନର ସମସ୍ତ ବଗି ସୁରକ୍ଷିତ ଅଛି । କାରଣ ମାଲବାହୀ ଟ୍ରେନ ଗୁଡିକରେ ମଧ୍ୟ ଲୁଟେରା ମାନେ କୋଇଲା ଏବଂ ଲୁହାପଥର ବଗି ଚୋରୀ କରିବା ଘଟଣା ଅନେକ ଥର ସାମ୍ନାକୁ ଆସିଛି । ଏହିସବୁ ବିପଦରୁ ବଞ୍ଚିବା ପାଇଁ ଟ୍ରେନ ପଛରେ ଏକ ବଡ ଏକ୍ସ ଚିହ୍ନ ପ୍ରଥା ଆରମ୍ଭ ହୋଇଥିଲା ।

ଏହାର ଅର୍ଥ ଟ୍ରେନର ସମସ୍ତ ବଗି ସଠିକ ଅଛି ଓ କୌଣସି ବଗି ନିଖୋଜ ନାହିଁ । ଏହିଭଳି ରେଲୱେ ସହ ଜଡିତ ଅନେକ ନିୟମ ରହିଛି, ଯାହା ଆପଣଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ କରାଯାଇଛି । ତଥାପି ଭାରତରେ ବହୁ ସଂଖ୍ଯାରେ ରେଳ ଦୁର୍ଘଟଣା ଦେଖିବାକୁ ମିଳୁଛି ।

ଟ୍ରେନରେ ଏକ୍ସ ଚିହ୍ନ ବ୍ଯତୀତ ଆହୁରି ଅନେକ ସଂକେତ ରହିଥାଏ ଯାହା ଟ୍ରେନର ଛୋଟ ମୋଟ ଅସୁବିଧା ବେଳେ କାମରେ ଆସିଥାଏ । ଯେମିତିକି ଟ୍ରେନର ଡବା ପଛରେ ଥିବା ଲାଲବତୀ, ଯାହାକି ମଝି ମଝିରେ ଜଳେ । ପୂର୍ବରୁ ତେଲ ମାଧ୍ୟମରେ ଜଳା ଯାଉଥିବା ଏହି ଲ୍ଯାମ୍ପକୁ ଏବେ ବିଜୁଳି ମାଧ୍ୟମରେ ଜଳାଯାଉଛି ।

କାହିଁକି ନା ରାତି ଅନ୍ଧାରରେ ଏକ୍ସ ଚିହ୍ନ ଦେଖାଯିବ ନାହିଁ । ଏହି ଲାଇଟଟି ଜଳିଲେ ମଧ୍ୟ ଟ୍ରେନଟି ସୁରକ୍ଷିତ ଥିବା ପ୍ରମାଣ ମିଳେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।