ତିରୁପତି ବାଲାଜୀ ମନ୍ଦିରର କିଛି ଅନୋଖା ଓ ଚମତ୍କାରି ରହସ୍ୟ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ

ଆମ ଭାରତରେ ଏମିତି ବହୁତ ପ୍ରସିଦ୍ଧ ଏବଂ ଚମତ୍କାରି ମନ୍ଦିର ଅଛି ଯାହାର ରହସ୍ୟ ଆଜି ବି ଲୁଚି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମନ୍ଦିର ଗୁଡିକର ଚମତ୍କାରିତା ବିଷୟରେ କୌଣସି ବି ବ୍ୟକ୍ତିକୁ କିଛି ଜଣା ନାହିଁ । ଏହି ସବୁ ମନ୍ଦିରମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ତିରୁପତି ବାଲାଜୀ ମନ୍ଦିରର ଯାହା ଆନ୍ଧ୍ରପ୍ରଦେଶର ତିରୁମାଲାରେ ଅବସ୍ଥିତ । ଏହି ମନ୍ଦିରକୁ ସବୁଠୁ ଧନୀ ଦେବତାଙ୍କର ମନ୍ଦିର ବୋଲି କୁହାଯାଏ ।

ଏହି ମନ୍ଦିରକୁ କେବଳ ଦେଶରୁ ନୁହେଁ ବିଦେଶରୁ ମଧ୍ୟ ଲୋକମାନେ ଦର୍ଶନ କରିବାକୁ ଆସନ୍ତି । ଏବଂ ଭକ୍ତମାନେ ଶ୍ରଦ୍ଧା ପୂର୍ବକ ଜିନିଷ ଭଗବାନଙ୍କୁ ଚଢାଇ ଥାନ୍ତି ।

ଏହି ମନ୍ଦିରରେ ଭଗବାନ ତିରୁପତି ବାଲାଜୀ ନିଜର ପତ୍ନୀ ପଦ୍ମାବତୀ ସହିତ ତିରୁମଲାରେ ନିବାସ କରନ୍ତି । ଏହି ମନ୍ଦିରରେ ସମସ୍ତଙ୍କର ମନୋକାମନ ନିଶ୍ଚିତ ପୁରା ହୋଇଥାଏ । ଏହି ମନ୍ଦିରକୁ ଭେଂକଟେଶ୍ୱର ଶ୍ରୀନିବାସ ଏବଂ ଗୋବିନ୍ଦାଙ୍କ ନାମରେ ବି ଲୋକମାନେ ଜାଣିଥାନ୍ତି ।

ଏହି ମନ୍ଦିର ଦୁନିଆ ସାରା ପ୍ରସିଦ୍ଧ ଅଟେ । ଏହାର ମୁଖ୍ୟ କାରଣ ଏହାର ଅଦ୍ଭୁତ ଚମତ୍କାରିତା ଅଟେ । ଏହି ମନ୍ଦିର ସହିତ ଜଡିତ ମାନ୍ୟତା ଅନୁସାରେ କୁହାଯାଏ କି ଏହି ମନ୍ଦିରରେ ଯେଉଁ ଭଗବାନ ଭେଂକଟେଶ୍ୱର ସ୍ଵାମୀଙ୍କର ମୂର୍ତି ଅଛି ସେଥିରେ ଲାଗିଥିବା ଚୁଟି ଅସଲ ଅଟେ ଏବଂ ଏହି ଚୁଟି କେବେ ବି ଖରାପ ହୁଏ ନାହିଁ । ଏବଂ ତାଙ୍କର ଚୁଟି ସବୁବେଳେ କୋମଳ ରହିଥାଏ ।

ସ୍ଥାନୀୟ ଲୋକମାନଙ୍କର ମାନିବା ଅଟେ କି ଏହା ଏଥିପାଇଁ କାରଣ ଏଠି ନିଜେ ଭଗବାନ ବିରାଜମାନ ଅଛନ୍ତି । ଭଗବାନ ବାଲାଜୀଙ୍କ ମୂର୍ତିରେ କାନ ଲଗାଇଲେ ଏଥିରୁ ସମୁଦ୍ରର ଆବାଜ ସଫା ସଫା ଶୁଣା ଯାଇଥାଏ । ସେଥିପାଇଁ ବାଲାଜୀଙ୍କର ମୂର୍ତି ସର୍ବଦା ଓଦା ରହିଥାଏ । ଏହି ମନ୍ଦିରର ମୁଖ୍ୟ ଦ୍ଵାରାର କବାଟ ପାଖରେ ଗୋଟିଏ ବାଡି ଅଛି ଏବଂ ଏହା ବିଷୟରେ କୁହାଯାଏ କି ଏହି ବାଡି ଦ୍ଵାରା ବାଲାଜୀଙ୍କୁ ପିଲା ବେଳେ ମାଡ ହୋଇଥିଲା ।

ଯେଉଁ କାରଣରୁ ତାଙ୍କର ଥୋଡିରେ ଗୋଟିଏ ଘାର ଚିହ୍ନ ମଧ୍ୟ ଅଛି । ଏବଂ ତାଙ୍କର ଥୋଡିରେ ସବୁବେଳେ ଚନ୍ଦନ ଲଗାଯାଏ ଯାହା ଦ୍ଵାରା ତାଙ୍କର ଘା ଜଲ୍ଦି ଭଲ ହୋଇଯିବ ।

ଏହି ମନ୍ଦିର ଭିତରେ ବାଲାଜୀ ମହାରାଜଙ୍କ ଉପରେ ଯାହା ବି ଫୁଲ ଏବଂ ପତ୍ର ଅର୍ପଣ କରାଯାଏ ତାହାକୁ କେବେ ବି ଭକ୍ତଙ୍କୁ ଦିଆଯାଏ ନାହିଁ । ତାହାକୁ ଏହି ମନ୍ଦିର ପଛରେ ଥିବା ଏକ ଜଳ କୁଣ୍ଡରେ ପଛକୁ ନ ଦେଖି ବିସର୍ଜିତ କରାଯାଏ । କାରଣ ଏହାକୁ ଦେଖିବା ଏବଂ ରଖିବା ଭଲ ନୁହେଁ ବୋଲି କୁହାଯାଏ । ଏଠି ଚଢାଇବା ପାଇଁ ଯେଉଁ ଫୁଲ ପତ୍ର ଏବଂ ବସ୍ତୁ ନିଆଯାଇଥାଏ ସେ ଗୁଡିକ ସବୁ ଏହି ମନ୍ଦିରରୁ କିଛି ଦୂରରେ ସ୍ଥିତ ଏକ ଗ୍ରାମରୁ କିଣା ଯାଇଥାଏ ।

ଏହି ଗ୍ରାମ ମଧ୍ୟରେ କୌଣସି ବାହାର ବ୍ୟକ୍ତିର ପ୍ରବେଶ ନିଷେଧ ଅଟେ । ଭଗବାନ ବାଲାଜୀଙ୍କୁ ସବୁଦିନ ତଳେ ଧୋତି ଏବଂ ଉପରେ ଶାଢୀ ଦ୍ଵାରା ସଜା ଯାଏ । ଏଠି ଭକ୍ତମାନେ ନିଜର ମନୋକାମନା ପୁରା କରିବା ପାଇଁ ପ୍ରାର୍ଥନା କରିଥାନ୍ତି ।

ଆଶକରୁଛୁ ପ୍ରଭୁ ବାଲାଜୀ ଙ୍କର ଏହି କଥାସବୁ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ । ଶେୟାର କରି ସାଙ୍ଗମାନଙ୍କୁ ମଧ୍ୟ ଜାଣିବାର ସୁଯୋଗ ଦିନନ୍ତୁ । ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।