‘ଟିପ ଟିପ ବରସା ପାନୀ’ ଗୀତର ରିମେକ ଉପରେ ଅକ୍ଷୟ ଟ୍ୱୀଟ କରି ଜଣେଇଲେ ନିଜ ଖୁସି, ରବିନାଙ୍କୁ ଭୁଲିବା ପଡିଲା ଭାରି, ଆଉ ତା ପରେ…

ଗତ କିଛି ଦିନ ହେବ କଟରୀନା ଓ ଅକ୍ଷୟଙ୍କ ଉପରେ କରା ଯାଉଥିବା ଗୀତ ‘ଟିପ ଟିପ ବରସା ପାନୀ’ କୁ ନେଇ ବହୁତ ଖବର ଆସୁଥିଲା । ଏହି ଆଇକୋନିକ ଗୀତକୁ ଅକ୍ଷୟ କୁମାର ଓ କଟରୀନା କୈଫ ପୁଣି ଥରେ ରୀକ୍ରିଏଟ କରିବାକୁ ଯାଉଛନ୍ତି । ଯେବେଠୁ ଶୁଣା ଯାଉଛି କି ଏହି ଗୀତଟିକୁ ରୀକ୍ରିଏଟ କରାଯିବ ସେହି ସମୟ ଠାରୁ ଏହି ଗୀତଟି ଚର୍ଚାରେ ଅଛି ।

ଅକ୍ଷୟ କୁମାର ଗୀତର ରିକ୍ରିଏଶନ ନିଜର ଖୁସି ପ୍ରକାଶ କରି ଟ୍ୱିଟର ଉପରେ ଲେଖିଲେ କି ତାଙ୍କୁ ବହୁତ ଖରାପ ଲାଗିଥାନ୍ତା ଯଦି ତାଙ୍କର ଏହି ଗୀତରେ ତାଙ୍କ ଛଡା ଆଉ କେହି ପରଫର୍ମ କରିଥାନ୍ତା । କିନ୍ତୁ ଗୀତ ପାଇଁ ପୁଣି ଥରେ ତାଙ୍କୁ ବାଛିଥିବା କାରଣରୁ ସେ ରତନ ଜୈନଙ୍କୁ ଧନ୍ୟବାଦ ଦେଉଛନ୍ତି ।

ଏହି ଟ୍ୱୀଟରେ ଅକ୍ଷୟ ନିଜ ବିଷୟରେ ତ କଥା କହିଲେ କିନ୍ତୁ ସେ ରବିନା ଟଣ୍ଡନଙ୍କୁ ଭୁଲି ଗଲେ ଯାହାଙ୍କ ଦ୍ଵାରା ଏହି ଗୀତ ତି ହିଟ ହୋଇଥିଲା । କହିଦେଛୁ ଯେ ଫିଲ୍ମ ‘ମୋହରା’ ର ‘ଟିପ ଟିପ ବରସା ପାନୀ’ ଗୀତ ଦ୍ଵାରା ରବିନା ଟଣ୍ଡନ ଯୁବପିଢୀମାନଙ୍କ ଠାରୁ ନେଇ ବୟସ୍କ ବ୍ୟକ୍ତିମାନଙ୍କ ହୃଦୟରେ ଜାଗା କରି ଦେଇଥିଲେ । ଏହି ଗୀତରେ ସେ ହଳଦିଆ ରଙ୍ଗର ଶାଢୀ ପିନ୍ଧି ବହୁତ ହଟ ଦେଖା ଯାଉଥିଲେ ।

ଏହି କଥା ପାଇଁ ବର୍ତ୍ତମାନ ଫ୍ୟାନମାନେ ଅକ୍ଷୟଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ସେମାନେ କହୁଛନ୍ତି କି ଏହି ଗୀତର ପ୍ରାୟତଃ କ୍ରେଡିଟ ରବିନା ଟଣ୍ଡନଙ୍କୁ ଯାଏ । କିଛି ୟୁଜରମାନେ କହିଲେ କି ଏହି ଗୀତ ଦେଖିବା ପରେ ତାଙ୍କୁ କେବଳ ରବିନା ଟଣ୍ଡନଙ୍କର ଡାନ୍ସ ଓ ତାଙ୍କର ହଳଦିଆ ଶାଢୀ ହିଁ ନଜର ଆସିଥାଏ ନା ହିଁ କି ଅକ୍ଷୟ କୁମାର ।

ଯେତେବେଳେ ରବିନା ଟଣ୍ଡନଙ୍କୁ ପଚରାଗଲା କି ଏହି ଗୀତର ରିକ୍ରିଏଶନ ଉପରେ ତାଙ୍କୁ କେମିତି ଲାଗୁଛି ତେବେ ସେ କହିଲେ, ‘ଏହା ଶୁଣି ବହୁତ ଭଲ ଲାଗୁଛି କି ତାଙ୍କର ଏହି ଗୀତକୁ ପୁଣି ଥରେ ପ୍ରସ୍ତୁତ କରାଯାଉଛି । ମୋତେ ରୀମିକ୍ସ ଗୀତ ବହୁତ ପସନ୍ଦ ଆସିଥାଏ । “ ରବିନା ସରଳତାରେ ସହ ନିଜର ଉତ୍ତର ଦେଲେ ଯାହାର ପ୍ରଶଂସା ସୋସିୟାଲ ମିଡିୟାରେ ୟୁଜର ମାନେ ବି କରୁଛନ୍ତି ।

ଫ୍ୟାନମାନେ କହିଲେ କି ‘ଟିପ ଟିପ ବରସା ପାନୀ’ ଗୀତ ରବିନାଙ୍କର ହିଁ ଅଟେ ଓ ତାଙ୍କର ହିଁ ରହିବ । ତାଙ୍କ ଠାରୁ ଭଲ ଏହି ଗୀତରେ ଆଉ କେହି ପରଫର୍ମ କରି ପାରିବ ନାହିଁ । ଆପଣମାନେ ବି ଦେଖନ୍ତୁ ଅକ୍ଷଙ୍କର ଏହି ଟ୍ୱୀଟ ନେଇ ଫ୍ୟାନମାନଙ୍କର ରିଏକ୍ଶନ ।

ଦେଖନ୍ତୁ ଫ୍ୟାନମାନଙ୍କର ଟ୍ୱୀଟ –

 

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଭଲ ଲାଗିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।