ବ୍ରିଟେନ ସରକାରଙ୍କ ବଡ ଘୋଷଣା, 3 ଟି ପର୍ଯ୍ୟାୟରେ ଉଠିବ ଲକଡାଉନ, ଏହା ଅଟେ ପୁରା ଯୋଜନା

ଗତ କିଛି ଦିନ ହେଲାଣି କରୋନା ଭାଇରସ ପାଇଁ ସାରା ଦେଶ ଭୟଭୀତ ହୋଇ ପଡିଛି । ଏହା ଏକ ଏପରି ମହାମାରୀ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତାର କୌଣସି ପ୍ରତିଶେଧକ ଟୀକା ବା ଔଷଧ ବାହାର କରାଯାଇ ନାହିଁ । ଏହି ମହାମାରୀ ଦେଶରେ ଅନେକ ଲୋକଙ୍କର ଜୀବନ ନେଇ ସାରିଲାଣି ଏବଂ ବର୍ତ୍ତମାନ ବହୁତ ଲୋକ ମଧ୍ୟ ଏଥିରେ ସଂକ୍ରମିତ ଅଛନ୍ତି । ଦିନକୁ ଦିନ ଏହା ବଢିବାରେ ଲାଗିଛି ।

ଏହି ମହାମାରୀ ରୁ ରକ୍ଷା ପାଇବା ପାଇଁ ସରକାର ସବୁ ଦେଶରେ ଲକଡାଉନ ଜାରି କରିଥିଲେ । ଯାହାଦ୍ୱାରା କି ଲୋକ ମାନଙ୍କ ଭିତରେ ସାମାଜିକ ଦୂରତା ରହି ପାରିବ । ବର୍ତ୍ତମାନ ଲକଡାଉନର ତୃତୀୟ ପର୍ଯ୍ୟାୟ ଚାଲିଛି କିନ୍ତୁ ଏହି ସମୟରେ ଏହି ବ୍ୟବସ୍ତାକୁ କିଛି ମାତ୍ରାରେ କୋହଳ କରାଯାଇଛି । ଯାହାଦ୍ୱାରା କି କେତେକ ଦୋକାନ ଖୋଲୁଛି

ବ୍ରିଟିଶ ସରକାର ଇଂଲଣ୍ଡରେ ଲକଡାଉନକୁ ଗୋଟିଏ ଥରରେ ନୁହେଁ ବରଂ ତିନୋଟି ପର୍ଯ୍ୟାୟରେ ଉଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୧୩ ମେ ରୁ ଏହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବେ ବୋଲି କୁହାଯାଇଛି ଏବଂ ଏହାର ତୃତୀୟ ପର୍ଯ୍ୟାୟ ଜୁଲାଇ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟରେ ଲକଡାଉନ କୋହଳ ହେଲେ ଇଂଲଣ୍ଡର ଲୋକ ଘରୁ ବାହାରକୁ ବାହାରି ପାରିବେ ଏବଂ ଆଖପାଖରେ ଥିବା ପାର୍କକୁ ଯାଇ ମଧ୍ୟ ବାୟାମ କରି ପାରିବେ । ଲୋକ ମାନେ ଗାଁ ଏବଂ ସରହ ବାହାରକୁ ମଧ୍ୟ ଯାଇ ପାରିବେ କିନ୍ତୁ ସବୁ ପରେ ବି ସେମାନେ ନିଜ ଭିତରେ ସାମାଜିକ ଦୂରତା ରଖିବେ । ଲୋକମାନଙ୍କୁ ବୁଧବାର ଦିନ ଠାରୁ ଡିୟୁଟିରେ ଆସି ପହଞ୍ଚିବାକୁ ହେବ ।

ବ୍ରିଟିଶ ଅଧିକାରୀ ନିଷ୍ପତ୍ତି ନେଇଛନ୍ତି କି ଦ୍ଵିତୀୟ ପର୍ଯ୍ୟାୟ କୋହଳ ହେବା ପରେ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍କୁଲ ଖୋଲିବ ଏବଂ ଖରା ଛୁଟି ପରେ ଅନ୍ୟ ଶ୍ରେଣୀ ଏବଂ କଲେଜ ମଧ୍ୟ ଖୋଲିଯିବ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏଥିପାଇଁ ତାରିଖ ଠିକ କରାଯାଇ ନାହିଁ କିନ୍ତୁ ବିଦ୍ୟାର୍ଥୀ ମାନଙ୍କ ପାଇଁ ସାନିଟାଇଜର ଏବଂ ବଡି ସ୍ପ୍ରେର ବ୍ୟବହାର ଅନିବାର୍ଯ୍ୟ କରିଦିଆ ଯାଇଛି । ଜୁନ ୧ ରୁ ସବୁ ଦୋକାନ ଖୋଲାଯିବ ବୋଲି କୁହାଯିବା ସହିତ ବୁଧବାର ଠାରୁ ସରକାରୀ ପରିବହନ ଚାଲିବା ପାଇଁ ଅନୁମତି ଦିଆଯିବ । ଏଥିରେ କେବଳ ୧୦ ପ୍ରତିଶତ ଯାତ୍ରୀ ମାନଙ୍କୁ ହିଁ ଅନୁମତି ଦିଆଯିବ ଏବଂ ସେମାନେ ନିଜ ଭିତରେ ଦୁଇ ମିଟର ଦୂରତା ରଖିବେ ।

ତୃତୀୟ ପର୍ଯ୍ୟାୟରେ ଲକଡାଉନ ଉଠିବା ପରେ ଜୁଲାଇ ମାସର ପ୍ରଥମ ସପ୍ତାହରେ ସବୁ ହୋଟେଲ, କ୍ୟାଫେ, ସିନେମା ହଲ ଏବଂ ବାର ଖୋଲା ଯିବ ବୋଲି ବ୍ରିଟିଶ ସରକାର କହିଛନ୍ତି । ଏହା ଭିତରେ ମଧ୍ୟ ସାମାଜିକ ଦୂରତା ପାଳନ କରିବା ପାଇଁ କୁହାଯାଇଛି । ଯଦି କୌଣସି ବ୍ୟକ୍ତି ଏହାକୁ ପାଳନ ନକରେ ତାହେଲେ ତାକୁ ୬୦ ରୁ ୧୦୦ ଡଲାର ଜୋରିମାନା ଦେବାକୁ ପଡିବ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।