ଚାଣକ୍ୟଙ୍କ ଅନୁସାରେ ଏହି ୩ ଟି ଜିନିଷରେ ସନ୍ତୁଷ୍ଟ ନହେଲେ ଜୀବନ ହୋଇଯାଏ ବର୍ବାଦ

ଗୁରୁ ଚାଣକ୍ୟ ତିନୋଟି ଜିନିଷ ବିଷୟରେ କହିଥିଲେ, ମଣିଷ ଏହି ତିନୋଟି ଜିନିଷରେ ସନ୍ତୁଷ୍ଟ ରହିବା ଦରକାର । ଏହି ତିନୋଟି ଜିନିଷ ପ୍ରତି ସନ୍ତୁଷ୍ଟି ଦେଖେଇଲେ ମଣିଷ ଜୀବନ ସାର୍ଥକ ହୋଇଥାଏ ଚାଣକ୍ୟ ଏହି ସବୁ ବିଷୟରେ ଏକ ଦୋହାରେ ପ୍ରକାଶ କରିଛନ୍ତି । ମଣିଷ ତା’ର ଜୀବନରେ ଏମିତି କିଛି ଭୁଲ କରିଦିଏ, ଯାହାକୁ ସେ କେବେ ଠିକ କରିପାରେ ନାହିଁ । ଆପଣ ବି ଏମିତି କିଛି ଭୁଲ କରନ୍ତୁ ନାହିଁ ଯାହା ପାଇଁ ସାରା ଜୀବନ ଆପଣ ପସ୍ତେଇବେ । ଦୋହାଟି ଏହି ପ୍ରକାରର ଅଟେ ।

ତିନ ଠୌର ସନ୍ତୋଷ କର, ତିୟ ଭୋଜନ ଧନ ମାହିଁ ।
ଦାନନ ମେ ଅଧ୍ୟୟନ ମେ, ଜପ ମେ କିଜେ ନାହିଁ

ଏହି ତିନିଟି ଜିନିଷରେ ମଣିଷ ସନ୍ତୁଷ୍ଟ ରହିବା ଦରକାର

ନିଜ ପତ୍ନୀ-

ସବୁ ମଣିଷ ନିଜ ପତ୍ନୀ ସହ ସନ୍ତୁଷ୍ଟ ରହିବା ଦରକାର । ଅନ୍ୟ ମହିଳା ମାନଙ୍କ ଠାରୁ ଦୂରେଇ ରହିବା ଦରକାର । ଯେଉଁ ଲୋକ ଅନ୍ୟ ମହିଳା ଉପରେ ନଜର ଦେଇଥାଏ ଓ ନିଜ ସ୍ତ୍ରୀକୁ ଧ୍ୟାନ ଦେଇନଥାଏ, ସେହି ବ୍ୟକ୍ତିର ଘର ଓ ପରିବାର ବର୍ବାଦ ହେଇଯାଇଥାଏ । ଖାଲି ସେତିକି ନୁହେଁ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ଖରାପ ହୋଇଯାଇ ଥାଏ । ଏକ ସୁଖୀ ଜୀବନ ପାଇଁ ମଣିଷ ସବୁବେଳେ ନିଜ ପତ୍ନୀ ସହ ସନ୍ତୁଷ୍ଟ ରହିବା ଦରକାର ।

ଭୋଜନ-

ମଣିଷ ଭୋଜନ ବିନା ବଞ୍ଚିପାରିବ ନାହିଁ । ଗୁରୁ ଚାଣକ୍ୟଙ୍କ ଅନୁସାରେ ଆମକୁ ଘରେ ଯାହାବି ଭୋଜନ ମିଳିବ, ଆମକୁ ସେହି ଭୋଜନରେ ସନ୍ତୁଷ୍ଟ ରହିବା ଦରକାର । ଘର ଭୋଜନ ଜାଗାରେ ବାରମ୍ବାର ବାହାରେ ଭୋଜନ କରିଲେ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ସେଥିପାଇଁ ମଣିଷକୁ କେବଳ ନିଜ ଘରର ଭୋଜନରେ ସନ୍ତୁଷ୍ଟ ହେବା ଦରକାର ।

ଧନ-

ମଣିଷକୁ କେବେବି ଧନର ଲାଳସା କରିବା କଥା ନୁହେଁ । ତା ପାଖରେ ଯେତିକି ଧନ ଅଛି ସେତିକିରେ ସନ୍ତୁଷ୍ଟ ରହିବା ଦରକାର । ବହୁତ ଲୋକ ଅନ୍ୟ ଲୋକମାନଙ୍କ ଧନ ଦେଖି ଅସନ୍ତୁଷ୍ଟ ହୋଇଥାନ୍ତି । ଯାହା ଫଳରେ ଆମ ମନରେ ଲାଳସା ଆସିଯାଏ । ଏହି ଲାଳସା ପାଇଁ ଅଧିକ ଧନର ଆଶାରେ ମଣିଷ ଖରାପ ରାସ୍ତାରେ ଯାଇଥାଏ । ତେଣୁ ମଣିଷ ପାଖରେ ଯେତିକି ଧନ ଅଛି ତାକୁ ସେଥିରେ ସନ୍ତୁଷ୍ଟ ରହିବା ଦରକାର ।

ଚାଣକ୍ୟଙ୍କର ଏହି ତିନୋଟି କଥାକୁ କେବେବି ଭୁଲିବା କଥା ନୁହେଁ । ଏହାକୁ ମାନିଲେ ମଣିଷ ତା ଜୀବନରେ କେବେ ବି ଦୁଃଖ କଷ୍ଟରେ ରହିବନି ।