ଆଜି ହିଁ ଛାଡି ଦିଅନ୍ତୁ ଏହି 3 ଟି ଅଭ୍ଯାସ, ନହେଲେ ଜୀବନ ସାରା କେବେ ବି ଧନୀ ହୋଇ ପାରିବେ ନାହିଁ- Chanakya Niti

ବନ୍ଧୁଗଣ ଚାଣକ୍ୟ ଙ୍କ ବିଷୟରେ କିଏ ବା ନ ଜାଣେ ସେ ନିଜର ବୁଦ୍ଧି ରେ କେବଳ ଭାରତ ରେ ନୁହେଁ ବରଂ ପୁରା ବିଶ୍ୱ ରେ ପ୍ରସିଦ୍ଧ ହୋଇଛନ୍ତି । ଆଜି ବି ମଧ୍ୟ ଚାଣକ୍ୟ ଙ୍କ ନୀତି ଶାସ୍ତ୍ର କୁ ଲୋକମାନେ ଅକ୍ଷର ଅକ୍ଷର ରେ ପାଳନ କରୁଛନ୍ତି । ସେ କହିଥିବା ସମସ୍ତ କଥାକୁ ଆଜି ମଧ୍ୟ ଲୋକମାନେ ବହୁତ ଗୁରୁତ୍ୱ ଦେଇ ଥାନ୍ତି । ଏବଂ ନିଜ ଜୀଵନ ରେ ମଧ୍ୟ ଆପଣାଇ ଥାନ୍ତି । ଚାଣକ୍ୟ ଜଣେ ପ୍ରଖର ବୁଦ୍ଧି ମାନ ବ୍ୟକ୍ତି ଥିଲେ । ସେ ଜଣେ କୌଶଳ ରାଜନୀତିଜ୍ଞା ଓ ଅର୍ଥଶାସ୍ତ୍ରି ଏବଂ ଦାର୍ଶନିକ ମଧ୍ୟ ଥିଲେ ।

ତାଙ୍କ ଦ୍ୱାରା କଥିତ ଦର୍ଶନ ଏବେ ମଧ୍ୟ ଲୋକ ମାନଙ୍କ ର ମାଗ ଦର୍ଶନ ରେ କାମ ଆସୁଛି । ଚାଣକ୍ୟ ଙ୍କ ଦ୍ଵାରା ରଚିତ ନୀତି ନିୟମ କୁ ଯେଉଁମାନେ ନିଜ ଜୀଵନ ରେ ପାଳନ କରିଥାନ୍ତି । ସେମାନେ ନିଜ ଜୀବନରେ ଅତି ଶୀଘ୍ର ସଫଳତା ମଧ୍ୟ ହାସଲ କରି ପାରିଥାନ୍ତି । ସମସ୍ତେ ଧନୀ ହେବାକୁ ଚାହିଁଥାନ୍ତି ଏବଂ ସର୍ଵଦା ଏହା ଚାହାନ୍ତି କି ସେମାନଙ୍କ ପାଖରେ ସବୁବେଳେ ପଇସା ରହୁଥାଉ ଏବଂ ସେ ଆହୁରି ଧନୀ ହୋଇ ଚାଲି ଯାଉଥାନ୍ତି ।

କିନ୍ତୁ ଲୋକମାନେ ବେଳେ ବେଳେ ଏପରି କିଛି ଭୁଲ କରି ଦିଅନ୍ତି ଯଦ୍ବାରା ସେମାନେ କେବେବି ଧନୀ ହୋଇ ପାରନ୍ତି ନାହିଁ । ଏବଂ ଯେତେ ଟଙ୍କା ରୋଜଗାର କଲେ ମଧ୍ୟ ସେମାନେ କେବେବି ତାକୁ ସଞ୍ଚୟ କରି ପାରିବେ ନାହିଁ ଏବଂ ନା କେବେ ତାକୁ ଭୋଗ କରି ପାରିବେ ନାହିଁ । ତେଵେ ଆଜିର ଏହି ଆଲୋଚନା ରେ ଆମେ ସେହି ବିଷୟରେ ଚର୍ଚ୍ଚା କରିବା ଯିଏ କି କେବେବି ନିଜ ଭୁଲ ଯୋଗୁଁ ଜୀବନରେ ଧନୀ ହୋଇ ପାରିବେ ନାହିଁ । ଚାଲନ୍ତୁ ଜାଣିନେବା ।

୧- ପ୍ରଥମ ବ୍ୟକ୍ତି ଯିଏ ନିଜର ଦାନ୍ତ କୁ ସଫା ରଖନ୍ତି ନାହିଁ । ଶାସ୍ତ୍ର ଅନୁସାରେ ଏବଂ ତାହାର ନୀତି ନିୟମ ଅନୁସାରେ ଯେଉଁ ମାନେ ନିଜର ଦାନ୍ତ କୁ ସଠିକ ଭାବରେ ସଫା ରଖନ୍ତି ନାହିଁ ତେବେ ସେହି ବ୍ୟକ୍ତି କୁ ନିଶ୍ଚୟ ଦରିଦ୍ର ର ସମ୍ମୁଖୀନ ହେବାକୁ ପଡ଼ିଥାଏ । କଥା ଅଛି କି ମାତା ଲକ୍ଷ୍ମୀ କେବେବି ଯେଉଁ ବ୍ୟକ୍ତି ମାନଙ୍କ ର ଦାନ୍ତ ସଫା ରଖନ୍ତି ନାହିଁ ସେହି ବ୍ୟକ୍ତି ମାନଙ୍କ ପାଖକୁ କେବେବି ସେ ଆସନ୍ତି ନାହିଁ । ଏବଂ ସର୍ଵଦା ଦାନ୍ତ କୁ ସଫା ରଖୁଥିବା ବ୍ୟକ୍ତି ଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ରହିଥାଏ ।

୨- ଦ୍ଵିତୀୟ ବ୍ୟକ୍ତି ହେଉଛନ୍ତି ଯେଉଁ ବ୍ୟକ୍ତି ମାନେ ମଇଳା ପୋଷାକ ପରିଧାନ କରିଥାନ୍ତି । ଯେଉଁ ବ୍ୟକ୍ତି ମାନଙ୍କ ପାଖରେ ଭଲ ପୋଷାକ ଥାଇ କି ମଧ୍ୟ ଚିରା ଫଟା ଏବଂ ମଇଳା ପୋଷାକ ପରିଧାନ କରିଥାନ୍ତି ସେମାନେ ମଧ୍ୟ ଦରିଦ୍ର ଭୋଗିଥାନ୍ତି । ଏବଂ ନିଜ ଚତୁର୍ପାଶ୍ୱ ରେ ଥିବା ଆବର୍ଜନା କୁ ସଫା ନ ରଖନ୍ତି ସେମାନଙ୍କ ଉପରେ ମଧ୍ୟ କେବେବି ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ ନାହିଁ ।

୩- ତୃତୀୟ ବ୍ୟକ୍ତି ହେଉଛନ୍ତି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶୋଇ ରହୁଥିବା ବ୍ୟକ୍ତି । ଯେଉଁ ବ୍ୟକ୍ତି ମାନେ ପ୍ରଥମେ ନିଜ କଥା ଭାବିଥାନ୍ତି ଏବଂ ଅନ୍ୟ ମାନଙ୍କ ବିଷୟରେ ଭାବନ୍ତି ନାହିଁ ସେମାନେ ମଧ୍ୟ କେବେବି ଧନୀ ହୋଇ ପାରନ୍ତି ନାହିଁ । ଏବଂ ଯେଉଁମାନେ ସକାଳୁ ସନ୍ଧ୍ୟା ଶୋଇ ରହିଥାନ୍ତି ସେମାନଙ୍କ ଉପରେ ମଧ୍ୟ କେବେବି ଲକ୍ଷ୍ମୀ ଙ୍କ କୃପା ରହେ ନାହିଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।