ୟୁପି: ମହିଳାଙ୍କୁ ଅପହରଣ କରି ଗ୍ୟାଙ୍ଗରେପ, ତିନିବର୍ଷରେ ତିନିଥର ବିକିଥିଲେ

ପୋଲିସଙ୍କ କହିବା ଅନୁଯାୟୀ 3 ବର୍ଷ ପୂର୍ବରୁ ୟୁପିରେ ଫିରୋଜାବାଦ ରେ ରହୁଥିବା ଏକ ମହିଳାର ଅପହରଣ କରାଯାଇଥିଲା । ତାପରେ ତାଙ୍କୁ ଅଲଗା ଅଲଗା ଲୋକ 3 ବର୍ଷରେ 3 ଥର ବିକିଥିଲେ ଓ ତାଙ୍କ ସହ ଗ୍ୟାଙ୍ଗରେପ ମଧ୍ୟ କରିଥିଲେ ।

ଫିରୋଜାବାଦ୍ –

ରାଜସ୍ଥାନର ଧୋଲପୁର ପୋଲିସ୍ ୩ ବର୍ଷର ପୁରୁଣା ଅପହରଣ ମାମଲା ର ଖୁଲାସା କରିଚି । ପୋଲିସ୍ କହିବା ଅନୁଯାୟୀ ୩ ବର୍ଷ ପୂର୍ବରୁ ଫିରୋଜାବାଦ ରେ ରହୁ ଥିବା ଜଣେ ମହିଳାଙ୍କର ଅପହରଣ ହେଇଥିଲା । ତାଙ୍କୁ ଅଲଗା ଅଲଗା କରି ୩ ଯାଗାରେ ବିକିଥିଲେ ଓ ତାସହ ଗ୍ୟାଙ୍ଗରେପ ମଧ୍ୟ କରିଥିଲେ । ମହିଳାଟିର ୨ ଟି ପିଲା ଅଛି ।

ସେ ମହିଳାଟିର ବିବାହ ଆଗ୍ରାରେ ହୋଇଥିଲା । ୩ବର୍ଷ ପୂର୍ବରୁ ସେ ଯେତେବଳେ ବାପଘରକୁ ଯାଇଥିଲେ, ସେବେ ଜଣେ ମହିଳା ତାଙ୍କୁ ଅପହରଣ କରିଥିଲା । ମଙ୍ଗଳବାର ରାତିରେ ଅପରାଧୀଙ୍କ ଆଖିରେ ଧୂଳି ଦେଇ ନିଜ ବାପାଙ୍କୁ ଫୋନ୍ କରି ନିଜେ ଲୋକେସନ କହିଥିଲେ । ତାଙ୍କ ବାପା କଞ୍ଚନପୁର ପୋଲିସଙ୍କ ସାହାଯ୍ୟ ନେଇଥିଲେ । ତାପରେ ପୋଲିସ ତାଙ୍କୁ ରକ୍ଷା କରିବାରେ ସଫଳ ହୋଇଥିଲେ । ପୋଲିସଙ୍କ ଜାନକାରୀ ପାଇ ମହିଳାଟି କହିଥିଲେ ଯେ ଏ ୩ ବରଷ ଭିତରେ ତାଙ୍କସହ ବହୁତ ଥର ଗ୍ୟାଙ୍ଗରେପ ହେଇଚି,୩ ଥର ବିକ୍ରି ହେଇଛନ୍ତି ଓ ୨ ଟି ପିଲା ବି ହେଇଛନ୍ତି ।

କଣ ଥିଲା ଘଟଣା –

ପୋଲିସଙ୍କ କହିବା ଅନୁସାରେ , ଉମବତି, ଭୋଲାରାମ ଓ ଦେବୀ ସିଂ ମହିଳା ଟିକୁ ଅପହରଣ କରି ପପୁ ଗୁଜ୍ଜରକୁ ବିକିଥିଲେ । ସେଠି ବର୍ଷେ ରହିବା ପରେ ତା ସହ କେତେଥର ରେପ କରିଛନ୍ତି । ପଇସା ପାଇ ଗ୍ୟାଙ୍ଗରେପ ମଧ୍ୟ କରିଥିଲେ । ସେଠି ମହିଳାଟି ପ୍ରେଗ୍ନେଣ୍ଟ ହେଇଥିଲା । ତାପରେ ୭ ମାସରେ ୭୦୦୦୦ ଟଙ୍କା ରେ ପ୍ରେମ ସିଂକୁ ବିକିଥିଲେ । ତାପରେ ସେ ମହିଳଟି ସହ ରେପ୍ କରି ୨ ଲକ୍ଷ ଟଙ୍କାରେ ରେ ଅନ୍ୟ ଜଣକୁ ବିକିବା ସମୟରେ ସେ ଲୁଚି ତାଙ୍କ ବାପାଙ୍କୁ ଫୋନ କରିଥିଲେ ଓ ଜାଗା କହିଥିଲେ । ଯାହା ଫଳରେ ପୋଲିସ ଆକ୍ସନ ନେଇ ତାଙ୍କୁ ଉଦ୍ଧାର କରିଥିଲେ ।