୩ ଦିନରେ ହିଁ ଫୁସଫୁସକୁ ସଫା କରି ଧୂମ୍ରପାନର ପ୍ରଭାବକୁ ଶେଷ କରନ୍ତୁ, ବାସ୍ କରିବାକୁ ହେବ ଏହି ସହଜ କାମ

ଫୁସଫୁସ ଆମ ଶରୀରର ଏକ ମୁଖ୍ୟ ଅଙ୍ଗ ଅଟେ । ଯାହା ରକ୍ତ ଧମନୀ ଗୁଡିକୁ ରକ୍ତ ପହଞ୍ଚାଇ ଥାଏ । ପ୍ରାୟତଃ ଲୋକମାନେ ଫୁସଫୁସ ପ୍ରତି ଅଧିକ ଧ୍ୟାନ ଦିଅନ୍ତି ନାହିଁ । ଏହି କାରଣରୁ ବ୍ୟକ୍ତିକୁ ଫୁସଫୁସରେ କୌଣସି ବି ପ୍ରକାରର ସମସ୍ୟା ଆସିବା ଦ୍ଵାରା ସେ ନିଶ୍ଵାସ ସମ୍ବନ୍ଧିତ ସମସ୍ୟା କିମ୍ବା ଟିବିର ଶିକାର ହୋଇଯାଏ । ଏମିତିରେ ଆପଣଙ୍କୁ ନିଜ ଫୁସଫୁସ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ । ଯେତେବେଳେ ଆପଣଙ୍କ ଶରୀର ଏହିଭଳି ଲକ୍ଷଣ ଦେବାକୁ ଲାଗିବ ତେବେ ବୁଝି ଯିବେ କି ଆପଣଙ୍କ ଫୁସଫୁସରେ ସମସ୍ୟା ଅଛି । ଯେମିତି କି,

·    ଯଦି ଆପଣ ଚାଲୁଛନ୍ତି, ସିଡି ଚଢୁଛନ୍ତି କିମ୍ବା କୌଣସି ଛୋଟ ମୋଟ କାମ କରୁଥିବା ସମୟରେ ଯଦି ଆପଣଙ୍କୁ ନିଶ୍ଵାସ ନେବାରେ କଷ୍ଟ ହେଉଛି ବା ଆପଣ ସାହାସୀ ଯାଉଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଫୁସଫୁସରେ କୌଣସି ଗମ୍ଭୀର ସମସ୍ୟା ଅଛି ।

·    ଏହା ଛଡା ଯଦି କାଶ ସମୟରେ ବହୁତ କଫ ବାହାରୁଛି ତେବେ ଏହା ବି ଏକ ଫୁସଫୁସ ଜନିତ ସମସ୍ୟା ହୋଇପାରେ ।

·     ଯଦି ଛିଙ୍କ, କାଶ କିମ୍ବା ନିଶ୍ଵାସ ନେବା ସମୟରେ ଛାତିରେ କଷ୍ଟ ଅନୁଭବ କରୁଛନ୍ତି ତେବେ ଏହା ଫୁସଫୁସରେ ଭାଇରସର ସଂକ୍ରମଣର ସଂକେତ ଅଟେ ।

ଫୁସଫୁସର ଧ୍ୟାନ କେମିତି ରଖିବେ

·    ଫୁସଫୁସକୁ ସୁସ୍ଥ ରଖିବା ପାଇଁ ସବୁଠୁ ଅଧିକ ଦରକାର ହୋଇଥାଏ ପର୍ଯ୍ୟାପ୍ତ ପାଣି । କାରଣ ପାଣି ଦ୍ଵାରା ଫୁସଫୁସରେ ଥିବା ଆବର୍ଜନା ବାହାରକୁ ବାହାରିଯାଏ । ସେଥିପାଇଁ ଆପଣ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ ।

·    ରସୁଣ, ପିଆଜ ଓ ଅଦାରେ ଏକ ପ୍ରକାରର ତତ୍ଵ ମିଳିଥାଏ ଯାହା ସଂକ୍ରମଣକୁ ବି ଅଟକାଇ ଥାଏ । ଏହା ଛଡା ଏହା ଫୁସଫୁସରେ ଥିବା ପ୍ରଦୂଷଣର ଜୀବାଣୁକୁ ବି କମ କରିଦିଏ ।

·    ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଆପଣ ଆପେଲ ର ସେବନ ବି କରି ପାରିବେ । ଏହା ଫୁସଫୁସକୁ ସଠିକ ରୂପରେ କାମ କରିବା ପାଇଁ ସାହାର୍ଯ୍ୟ କରିଥାଏ ।

·    ଫୁଲ କୋବି, ବନ୍ଧା କୋବି ଓ ବ୍ରୋକଲି ଦ୍ଵାରା ଫୁସଫୁସ କ୍ୟାନ୍ସରର ସମ୍ଭାବନା କମ ହୋଇଯାଏ । ଏହା ରକ୍ତକୁ ସଫା କରିବାରେ ସାହାର୍ଯ୍ୟ ବି କରିଥାଏ ।

·    ହଳଦୀରେ ବି ଏକ ପ୍ରକାରର ତତ୍ଵ ଥାଏ ଯାହା କ୍ୟାନ୍ସରର କୋଶିକାକୁ ନଷ୍ଟ କରିଦିଏ ।

ଫୁସଫୁସକୁ କମଜୋର କରିଦିଏ

ଯଦି ଆପଣ ଧୂମ୍ରପାନ କରୁଛନ୍ତି ତେବେ ଏହା ସର୍ବ ପ୍ରଥମେ ଫୁସଫୁସକୁ ଖରାପ କରିଥାଏ । ଯଦି ଆପଣ ସବୁଦିନ ସିଗାରେଟ କିମ୍ବା କୌଣସି ପ୍ରକାରର ଧୂମ୍ରପାନ କରୁଛନ୍ତି ତେବେ ଏହାର ଧୂଆଁ ଫୁସଫୁସରେ ଏକାଠି ହୋଇଥାଏ ଓ ଆପଣଙ୍କ ଜୀବନ ପାଇଁ ଏକ ଅଭିଶାପ ହୋଇଯାଏ ।

ଯଦି ଆପଣ ସୁସ୍ଥ ଫୁସଫୁସ ଚାହୁଁଛନ୍ତି ତେବେ ଧୂମ୍ରପାନ କରିବା ଠାରୁ ବଞ୍ଚନ୍ତୁ ଓ ଧୂଆଁ ବାଲି ଜିନିଷ ଠାରୁ ଦୂରେଇ ରୁହନ୍ତୁ । ଏହା ଛଡା ଆପଣଙ୍କୁ କହିଦେଉଛୁ କି ଯଦି ଆପଣଙ୍କୁ ଫୁସଫୁସ ଜନିତ କିଛି ବି ସମସ୍ୟା ଅନୁଭବ ହେଉଛି ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହା ସହିତ ସୁସ୍ଥ ଫୁସଫୁସ ପାଇଁ ସମସ୍ତ ପ୍ରକାରର ପନିପରିବା ଓ ଫଳର ସେବନ କରନ୍ତୁ ।