3ବର୍ଷ ହେବ ଅଲଗା ରହୁଥିଲେ ସ୍ୱାମୀ ସ୍ତ୍ରୀ, ଝିଅକୁ କୋରୋନା ନ ହେଉ ସେହି ଭୟରେ ଏକାଠି ହେଲେ, ପୁରା ଘଟଣା ଜାଣିଲେ ଆଖିରେ ଲୁହ ଆସିଯିବ

କୋରନା ମହାମାରୀ ସମୟରେ ଯଦି କେହି ଅସୁସ୍ଥ ହୋଇ ଯାଉଛନ୍ତି ତେବେ ଏହା ଏକ ବଡ ଚିନ୍ତାର ବିଷୟ ଥିଲା । କିନ୍ତୁ ମଧ୍ୟପ୍ରଦେଶର ଭୋପାଳ ସହରରେ ଏହାର ଏକ ପଜିଟିଭ ସାଇଡ ବି ଦେଖିବାକୁ ମିଳିଛି । କହିବାକୁ ଗଲେ ଏଠି ବେରାଗଢ ଅଞ୍ଚଳର ଜଣେ ସ୍ୱାମୀ ସ୍ତ୍ରୀ ଅଲଗା ଅଲଗା ରହୁଥିଲେ । କିନ୍ତୁ ଯେତେବେଳେ ତାଙ୍କର ତିନି ବର୍ଷର ଝିଅକୁ ଥଣ୍ଡା ଓ ଜର ହେଲା ତେବେ କୋରନାର ଭୟରେ ସ୍ୱାମୀ ସ୍ତ୍ରୀ ନିଜର ସବୁ ରାଗ ଭୁଲିଯାଇ ଏକ ହୋଇଗଲେ । ଏହି ଦମ୍ପତି ଚାରି ବର୍ଷ ପୂର୍ବେ ବିବାହ କରିଥିଲେ ।

କହିବାକୁ ଗଲେ ବିବାହ ପର ଠାରୁ ହିଁ ଏମାନଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଝଗଡା ହେଉଥିଲା । ସ୍ତ୍ରୀ ନିଜ ସ୍ୱାମୀ ସହ ଏକ ଅଲଗା ଘରେ ରହିବାକୁ ଚାହୁଁ ଥିଲା କିନ୍ତୁ ସ୍ୱାମୀ ନିଜ ବାପା ମାଙ୍କୁ ଛାଡି ରହିବାକୁ ଇଛା କରୁ ନ ଥିଲା ।

ଏହି ମନମାଳିନ ମଧ୍ୟରେ ତାଙ୍କର ଏକ ଝିଅ ଜନ୍ମ ହେଲା । ଝିଅ ଜନ୍ମର କିଛି ମାସ ପରେ ହିଁ ଦୁଇଜଣ ଅଲଗା ହୋଇଗଲେ । ଏହି ଘଟଣା ତିନି ବର୍ଷ ତଳେ ଘଟି ଥିଲା ଓ ସେହି ସମୟରୁ ଆଜି ପର୍ଯ୍ୟନ୍ତ ସ୍ଵାମୀ ସ୍ତ୍ରୀ ଅଲଗା ହିଁ ରହୁଥିଲେ । ସ୍ଵାମୀ ଭୋପାଳରେ ବ୍ୟବସାୟ କରୁଥିଲା ଓ ସ୍ତ୍ରୀ ଅହମଦାବାଦରେ ରହୁଥିଲା । ସ୍ଵାମୀ ଠାରୁ ଅଲଗା ହେବା ପରେ ସ୍ତ୍ରୀ ନିଜର ବାପ ଘରେ ରହୁଥିଲା । ସ୍ୱାମୀ ନିଜ ସ୍ତ୍ରୀକୁ ଫେରେଇ ଆଣିବାକୁ ଚାହୁଁ ଥିଲା ସେଥିପାଇଁ ସେ ଗୋଟିଏ ବର୍ଷ ପୂର୍ବେ ଫେମିଲି କୋର୍ଟରେ ଅପିଲ ବି କରିଥିଲା ।

ଏହି କେସ ସମ୍ବନ୍ଧରେ ସ୍ତ୍ରୀ ୧୫ ଦିନ ପୂର୍ବେ ହିଁ ଝିଅକୁ ଧରି ଭୋପାଳ ଆସିଥିଲା । ଏହି ସମୟରେ ଝିଅର ଦେହ ଖରାପ ହେବା କଥା ଜାଣିଲା ପରେ ବାପାକୁ କୋରୋନା ଭୟ ମନରେ ପସିଗଲା । ଏହା ପରେ ଝିଅ ପାଇଁ ସ୍ୱାମୀ ଗୋଟିଏ ଅଲଗା ଘର ନେଇ ସ୍ତ୍ରୀ ସହିତ ରହିଲା । ସେ ଝିଅର ଚିକିତ୍ସା କରିବା ଦ୍ୱାର ସେ ଶୀଘ୍ର ଭଲ ହୋଇଗଲା । ତାକୁ କୋରୋନା ନ ଥିଲା ସାମାନ୍ୟ ଜର ଥିଲା । ଝିଅର ଯତ୍ନ ମଧ୍ୟରେ ସ୍ୱାମୀ ସ୍ତ୍ରୀ ଦୁଇଜଣ ପରସ୍ପର ନିକଟ ତର ହୋଇ ପୁରୁଣା ଝଗଡା ଭୁଲିଯାଇ ପୁଣି ଥରେ ଏକ ହୋଇଗଲେ ।

କାଉଂସିଲିଂଗ ସମୟରେ କାଉଂସଲର ସ୍ୱାମୀକୁ ବୁଝାଇଲେ କି ତୁମେ ପୁଅ ହେବା ସହ ସ୍ଵାମୀର ଦାୟିତ୍ୱ ମଧ୍ୟ ତୁଲାଇବା କଥା । ସ୍ଵାମୀର କହିବା କଥା ଥିଲା କି ସେ ଗୋଟିଏ ପୁଅ ସେଥିପାଇଁ ସ୍ତ୍ରୀ ସହ ଅଲଗା ହୋଇ ରହି ପାରିବ ନାହିଁ । କିନ୍ତୁ ସ୍ତ୍ରୀର କହିବା କଥା ଥିଲା କି ଶଶୁର ଘରେ ତାକୁ ନିର୍ଯ୍ୟାତନା ଦେଉଥିଲେ । ସେଥିପାଇଁ ସେ ଅଲଗା ହୋଇ ରହିବା ପାଇଁ ଚାହୁଁ ଥିଲା ।

ଏହା ଥିଲା ଝଗଡର ମୁଖ୍ୟ କାରଣ । ଝିଅର କେସ ମଝିରେ ଆସିବାରୁ ସ୍ଵାମୀ ନିଷ୍ପତି ନେଲା କି ବାପା ମା ଓ ସ୍ତ୍ରୀର ଅଲଗା ଅଲଗା ଧ୍ୟାନ ରଖିବ । ସେ ଝିଅ ସ୍ତ୍ରୀ ପାଇଁ ଏକ ଅଲଗା ଘର ନେଇଗଲା । ସ୍ୱାମୀ କହିଲା କି ଭବିଷ୍ୟତରେ ଯଦି ସ୍ତ୍ରୀ ମୋର ବାପା ମାଙ୍କ ସହ ମିଶି ରହିବାକୁ ଚାହିଁବ ତେବେ ତାକୁ କୌଣସି ଅସୁବିଧା ନାହିଁ । ବର୍ତ୍ତମାନ ସ୍ଵାମୀର ଘରବାଲା ସ୍ୱାମୀ ସ୍ତ୍ରୀକୁ ଆଉ ଥରେ ଏକାଠି ଦେଖି ବହୁତ ଖୁସି ଅଛନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।