ସମୟ ଯାତ୍ରା (Time Travel) ରେ ବିଶ୍ବାସ ରଖନ୍ତି କି ? ଆପଣଙ୍କ ହୋସ୍ ଉଡେଇ ଦେବ ଟାଇମ ଟ୍ରାଭେଲ ର ଏହି ସତ୍ୟ ଘଟଣାମାନ

କଣ ଆପଣ ଟାଇମ ଟ୍ରାଭେଲ ବା ସମୟ ଯାତ୍ରା ଉପରେ ବିଶ୍ବାସ କରନ୍ତି କି ? ଆପଣ ବିଶ୍ବାସ କରନ୍ତୁ ବା ନ କରନ୍ତୁ, କିନ୍ତୁ ବୈଜ୍ଞାନିକ ମାନେ ଟାଇମ ଟ୍ରାଭେଲ ଉପରେ ଖୁବ ବିଶ୍ବାସ କରନ୍ତି । ଆଲବର୍ଟ ଆଇନଷ୍ଟାଇନ ତାଙ୍କ “ରିଲେଟିଭିଟି” ବୁକ୍ ରେ ଟାଇମ ଟ୍ରାଭେଲକୁ ନେଇ ଯେଉଁ ତଥ୍ୟ ଉଲ୍ଲେଖ କରିଛନ୍ତି ତାକୁ ଆଜିର ଅନେକ ବୈଜ୍ଞାନିକ ମାନେ ସମର୍ଥନ କରନ୍ତି । ଆଜି ଆମେ ଆପଣଙ୍କୁ ଟାଇମ ଟ୍ରାଭେଲର ଏମିତି କିଛି ସତ ଘଟଣା ବିଷୟରେ କହିବୁ ଯାହା ଦେଖି ବୈଜ୍ଞାନିକ ମାନେ ବି ଆଜି ଯାଏଁ ଦ୍ଵନ୍ଦରେ ଅଛନ୍ତି ।

୧- ଫିଲୋଡେଲଫିଆ ଏକ୍ସପେରିମେଣ୍ଟ

୨୮ ଅକ୍ଟୋବର ୧୯୪୩ ମସିହାରେ ଆମେରିକାର ଏକ ସମୁଦ୍ର ମଝିରେ ଫିଲୋଡେଲଫିଆ ନାମ ଏକ ମିଲିଟାରୀ ଏକ୍ସପେରିମେଣ୍ଟ କରା ଯାଇଥିଲା । ସତୃମାନଙ୍କ ରାଡ଼ାରରୁ କିପରି ଜାହାଜକୁ ଲୁଚା ଯାଇପାରିବ ସେଥିପାଇଁ ଏହି ଏକ୍ସପେରିମେଣ୍ଟ କରା ଯାଉଥିଲା । କିନ୍ତୁ ଏହି ପରୀକ୍ଷଣର ସାଇଡ ଇଫେକ୍ଟ ଯୋଗୁଁ ଜାହାଜଟି ଟାଇମ ଟ୍ରାଭେଲ କରିଗଲା । ୟୁଏସ ନେଭିର ଏହି ଫାଇଟର ଜାହାଜ USS ELDRIDGE BE-173 ଥିଲା, ସମୁଦ୍ର ମଝିରୁ ହଠାତ ଗାୟବ ହୋଇ ଯାଇଥିଲା ।

ଏହାପରେ ଜାହାଜକୁ ନର୍ଥ ଭର୍ଜିନିଆ ଠାରେ ଦେଖିବାକୁ ମିଳିଥିଲା । ଦେଖା ଯାଇଥିଲା କି କିଛି ଲୋକଙ୍କ ଶରୀର ଜାହାଜର କାନ୍ଥରେ ଲାଗି ରହିଛି ଓ ଆଉ କିଛି ଲୋକ ଗାୟବ ମଧ୍ୟ ହୋଇ ଯାଇଥିଲେ । ଏହି ସତ ଘଟଣାଟି ଟାଇମ ଟ୍ରାଭେଲର ଏକ ଜୀବିତ ପ୍ରମାଣ ଅଟେ ।

୨- ମିଷ୍ଟିରିୟସ ମ୍ୟାନ ଇନ ଦି ବୁକ

କିଛି ଆର୍କିଓଲୋଜିଷ୍ଟ ମାନଙ୍କୁ ୧୯୭୪ ମସିହାର ଏକ ବହି ମିଳିଲା, ଯେଉଁଥିରେ ପୁରୁଣା ସମୟର ଏକ ଫଟୋ ସହ କିଛି ଷ୍ଟୋରି ଲେଖାଥିଲା । ଆମେରିକା ଓ କାନାଡା ମଧ୍ୟରେ ଥିବା ଏକ ସ୍ଥାନ କ୍ୟାପ୍ସକଟ ର ଏକ ଫଟୋ ଏମିତି ଥିଲା ଯାହା ସାରା ଦୁନିଆର ହୋସ୍ ଉଡେଇ ଦେଇଥିଲା । ଆର୍କିଓଲୋଜିଷ୍ଟ ମାନେ ଧ୍ୟାନରେ ଦେଖିବା ପରେ ଜାଣି ପାରିଥିଲେ କି ସେହି ଫଟୋରେ ଥିବା ସବୁ ଲୋକ ୧୯୧୭ ମସିହାର ଡ୍ରେସ ପିନ୍ଧିଥିବା ବେଳେ ଗୋଟିଏ ବ୍ୟକ୍ତି କେବଳ ମଡର୍ଣ୍ଣ ପୋଷାକ ଓ ହେୟାରଷ୍ଟାଇଲରେ ଅଛି ।

ତା’ ପାଖରେ ବସିଥିବା ଲୋକମାନେ ସେହି ଲୋଟିକୁ ଆଶ୍ଚର୍ଯ୍ୟ ହୋଇ ଦେଖୁଛନ୍ତି । ଏକ୍ସପର୍ଟ ମାନଙ୍କ ମତରେ ଏହି ଫଟୋକୁ ଏଡିଟ କରାଯାଇ ନାହିଁ । ଏହାର ଅର୍ଥ କଣ ସେହି ବ୍ୟକ୍ତି ସତରେ ଭବିଷ୍ୟତରୁ ଟାଇମ ଟ୍ରାଭେଲ କରି ଆସିଛି ।

୩- ଚାଇନିଜ ସୁଇସ ୱାଚ

୨୦୦୮ରେ କିଛି ଚାଇନିଜ ଗବେଷକମାନେ ଗୋଟିଏ ୪୦୦ ବର୍ଷର ପଥରକୁ ପରୀକ୍ଷା କରୁଥିବା ବେଳେ ସେମାନଙ୍କୁ ସେହି ପଥର ତଳୁ ଶହେ ବର୍ଷ ପୁରୁଣା ଗୋଟିଏ ମୁଦି ଆକାରର ଘଣ୍ଟା ମିଳିଥିଲା । ୧୦ଟା ବାଜି ୬ମିନିଟରେ ସେହି ଅଟକି ଯାଇଥିଲା ।

ରିସର୍ଚ୍ଚରୁ ଜଣାପଡିଛି ଯେ ଘଡିଟିକୁ ସୁଇଜରଲ୍ୟାଣ୍ଡରେ ତିଆରି କରାଯାଇଥିଲା । ୪୦୦ ବର୍ଷ ତଳେ ସୁଇଜରଲ୍ୟାଣ୍ଡର ଅସ୍ତିତ୍ଵ ହିଁ ନଥିଲା, ତେବେ ଏହି ପଥର ତଳୁ ଏହି ଘଡିଟି କେଉଁଠୁ ଆସିଲା ?

୪- ଦି ଟାଇମ ଟ୍ରାଭେଲ ମମ୍ମି

ମଙ୍ଗୋଲିଆର ଅଲତାଇ ପାହାଡର ଦଶ ଫୁଟ ଗଭୀର ଗୁମ୍ଫାରେ ଅନୁସନ୍ଧାନକାରୀ ମାନଙ୍କୁ ଗୋଟିଏ ୧୫୦୦ ବର୍ଷର ମମ୍ମି ମିଳିଲା । ଏହା ସାମାନ୍ଯ ମମ୍ମି ନଥିଲା । କାରଣ ମମ୍ମିଟି ପିନ୍ଧିଥିବା କପଡା ଓ ଜୋତା ବର୍ତ୍ତମାନର ଆଡିଡାସ ଜୋତା ପରି ଦିଶୁଛି । ପ୍ରଶ୍ନ ଉଠୁଛି ୧୫୦୦ ବର୍ଷ ତଳେ ମମ୍ମି ପାଖେ ଏହି ଷ୍ଟାଇଲିଶ କେଉଁଠୁ ଆସିଲା ?

ଏକ୍ସପର୍ଟ ମାନଙ୍କ ମତରେ ଏହି ବ୍ୟକ୍ତି ଜଣେ ଟାଇମ ଟ୍ରାଭେଲର ଥିଲେ । ଜିଏକି ଭବିଷ୍ୟତରୁ ଅତୀତକୁ କୌଣସି କାମ ପାଇଁ ଟାଇମ  ଟ୍ରାଭେଲ କରିଥିବ । କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କ ସହ ଅତୀତରେ ହିଁ ଏମିତି କିଛି ଘଟିଛି ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି ।