ସବୁଠୁ ବଡ ଖବର, ଏବେ ହ୍ଵାଟ୍ସଆପ ରେ ମାତ୍ର ଗୋଟିଏ କ୍ଲିକରେ ହିଁ ପାଇ ପାରିବେ ଟୀକାକରଣ କେନ୍ଦ୍ର ର ସଂପୂର୍ଣ୍ଣ ତଥ୍ୟ

ପୁରା ବିଶ୍ବରେ କୋରୋନା ଭାଇରସର ଦିତୀୟ ଲହର ପୁଣି ଠାରେ ମାତିବାରେ ଲାଗିଛି । ଯାହାକୁ ରୋକିବା କାହା ପକ୍ଷେ ସମ୍ଭବ ହେଉ ନାହି । କୋରୋନା ମହାମାରୀ କେତେ ଯେ ଲୋକଙ୍କର ଜୀବନ ନେଇ ସାରିଲାଣି ତାହାର ଗଣନା କରାଯାଇ ପାରିବ ନାହି । କୋରୋନାରୁ ରକ୍ଷା ପାଇବା ପାଇଁ ଆମ ଦେଶରେ କୋଭିଡ ଭ୍ୟାକ୍ସିନ ବା କୋଭିଡ ଟୀକାକରଣ ବାହିରିଛି ।ଯାହା ୪୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ନେଇ ପାରିବେ । ବର୍ତ୍ତମାନ ମେ ୧ରୁ ୧୮ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ପାଇଁ କୋଭିଡ ଟୀକା କାରଣ ଲାଗୁ କରା ଯାଇଛି ।

ପୁରା ରାଜ୍ୟରେ ସବୁ ଟୀକାକରଣ କେନ୍ଦ୍ରରେ ଟୀକା ଦିଆଯାଉଛି । ଆଜି ଆମେ ଆପଣ ମାନଙ୍କୁ ୱ୍ହାଟସପ ମାଧ୍ୟମରେ କିଭଳି ଭାବେ କୋଭିଡ ଟୀକା ନେବା ପାଇଁ ବୁକିଂ କରା ଯାଉଛି ସେହି ବିଷୟରେ କିଛି ଜରୁରୀ ସୂଚନା କହିବାକୁ ଯାଉଛୁ ।

ମାଇଁ ଜିଓ ଇଣ୍ଡିଆ କିଭଳି ଭାବେ ଟୀକା କେନ୍ଦ୍ର ଖାଲି ଅଛି କି ନାହି ସେ ବିଷୟରେ ୱ୍ହାଟସପ ମାଧ୍ୟମରେ କିପରି ଜଣାଯିବ ତାହାର ସୂଚନା ଦେଇଛନ୍ତି । ଏଥି ପାଇଁ କିଛି ଜରୁରୀ କାମ କରିବାକୁ ପଡିବ । ସେଥି ପାଇଁ ଆପଣଙ୍କ ୱ୍ହାଟସପରେ ୯୦୧୩୧୫୧୫୧୫ ନମ୍ବରରେ ଇଂରାଜୀରେ ନମସ୍ତେ ଲେଖି ପଠାଇ ଦିଅନ୍ତୁ । ଆପଣଙ୍କ ମେସେଜର ଉତ୍ତର ଦେବାକୁ ଏକ ସ୍ପେଶାଲ ରିପୋର୍ଟ ପ୍ରସ୍ତୁତ କରା ଯାଇଛି ।

ଯାହା ଜରିଆରେ ଆପଣଙ୍କୁ ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର ମିଳିବ । ଏହା ସଂପୂର୍ଣ୍ଣ ଅଟୋ ମେଟିକ ଭାବେ କାମ କରିବ । ୱ୍ହାଟସପରେ ନମସ୍ତେ ଲେଖି ପଠାଇବା ପରେ ଆପଣଙ୍କୁ କୋରୋନା ବାବଦରେ ଅନେକ ବିକଳ୍ପ ସାମନାକୁ ଆସିବ । ଯଦି ଆପଣ କୋରୋନା କେନ୍ଦ୍ର ବିଷୟରେ ଜାଣିବାକୁ ଚାହୁ ନ ଥିବେ ତେବେ ସେହି ବିକଳ୍ପ ମଧ୍ୟରୁ ଗୋଟିଏକୁ ବାଛନ୍ତୁ ।

ଏହା ପରେ ଆପଣ ନିଜ ନିକଟସ୍ଥ କୋରୋନା କେନ୍ଦ୍ରର ପିନ କୋଡ ବିଷୟରେ ଜାଣି ପାରିବେ । ପିନ କୋଡ ପଠେଇବା ପରେ ଆପଣଙ୍କ ଅଞ୍ଚଳରେ ଥିବା କୋରୋନା କେନ୍ଦ୍ର ଖାଲି ଅଛି କି ନାହି ସେ ବିଷୟରେ ଆପଣଙ୍କୁ ଏକ ମେସେଜ ଆସିବ । ଯଦି ଆପଣଙ୍କ ଅଞ୍ଚଳରେ ଟୀକା କେନ୍ଦ୍ର ଖାଲି ନ ଥିବ ତେବେ ଆପଣ ଅନ୍ୟ କୌଣସି ଅଞ୍ଚଳର ପିନ କୋଡ ଦେଇ ଜାଣି ପାରିବେ ଯେ ଟୀକା କରଣ ପାଇଁ ସ୍ଲଟ ଖାଲି ଅଛି କି ନାହି ।

ଏହି ଚ୍ୟାଟ ମାଧ୍ୟମରେ ଆପଣ ଘରେ ବସି କୋରୋନା ସହ ଜଡିତ ସମସ୍ତ ତଥ୍ୟ ଯେମିତିକି କୋରୋନାର ଲକ୍ଷଣ, ଶରୀରରେ ଇମୁନୀଟି ପାୱାର କିପରି ବଢି ପାରିବ, କୋରୋନା ବାବଦରେ ସଠିକ ଖବର, କିପରି କୋରୋନା ସହ ଲଢିବେ ଓ କୋରୋନା ବାବଦରେ କେଉଁଠି ସହାୟତା ଦିଆ ଯାଉଛି ସେ ସବୁ ବିଷୟରେ ଜାଣି ପାରିବେ । ଏହା ସହ ଟୀକା କାରଣ ପାଇଁ ରେଜିଷ୍ଟ୍ରେସନ କରିବା ପାଇଁ ଲିଙ୍କ ମଧ୍ୟ ଏହି ଚ୍ୟାଟ ଜରିଆରେ ପାଇ ପାରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।