Tiger Shroff ଓ Disha Patani ଙ୍କ ନାଁରେ FIR ଦର୍ଜ କଲା ମୁମ୍ବାଇ ପୋଲିସ, ଏହି କାମ ପାଇଁ ଏବେ ଯିବେ ଜେଲ, ଜାଣନ୍ତୁ ପୁରା ଘଟଣା

ବଲିଉଡ ଅଭିନେତା ଟାଇଗର ଶ୍ରଫ୍ ଓ ଦିଶା ପାଟନି ନିଜ ପ୍ରେମ ସମ୍ପର୍କକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । ମାତ୍ର ଏଥର ସେମାନେ ନିଜ ସମ୍ପର୍କ ପାଇଁ ନୁହେଁ, ତାଙ୍କ ଦୁହିଁଙ୍କ ନାମରେ ଏକ FIR ରୁଜ୍ଜୁ ହୋଇଥିବାରୁ ଚର୍ଚ୍ଚାରେ ଆସିଛନ୍ତି ।

ମୁମ୍ବାଇ ପୋଲିସ କୋଭିଡ୍-୧୯ ନିୟମ ଉଲ୍ଲଙ୍ଘନ ନେଇ ଦୁଇ ଜଣଙ୍କ ଖିଲାଫରେ FIR ଦର୍ଜ କରିଛି । ତେବେ ନିଜ ଅଫିସିଆଲ୍ ଟ୍ବିଟର ହ୍ଯାଣ୍ଡେଲରେ ମୁମ୍ବାଇ ପୋଲିସ କୌତୁକ ଢଙ୍ଗରେ ଏହାର ସୂଚନା ଦେଇଛି । ତେବେ ମୁମ୍ବାଇର ବାନ୍ଦ୍ରା ପୋଲିସ ଥାନାରେ ଟାଇଗର ଶ୍ରଫ୍ ଓ ଦିଶା ପାଟନିଙ୍କ ବିରୁଦ୍ଧରେ ହିରୋପନ୍ତି ଦେଖାଇବାକୁ ନେଇ FIR ରୁଜ୍ଜୁ ହୋଇଛି । ତେବେ ଏହି ଦୁଇ ସେଲିବ୍ରିଟିଙ୍କ ସମେତ ଆହୁରି ଅନେକ ଲୋକଙ୍କ ନାମରେ ମଧ୍ୟ ମୁମ୍ବାଇ ପୋଲିସ ମାମଲା ରୁଜୁ କରିଛି ।

ଏହା ପରେ ମୁମ୍ବାଇ ପୋଲିସ ଟ୍ବିଟ୍ କରି ଜଣାଇ ଥିଲା, କେହି ମଧ୍ୟ ବିନା କାରଣରେ ରାସ୍ତାକୁ ଆସି ହିରୋପନ୍ତି ଦେଖାନ୍ତୁ ନାହିଁ । ତେବେ ନିଜ ଟ୍ବିଟରେ ମୁମ୍ବାଇ ପୋଲିସ ଦୁଇ ସେଲିବ୍ରିଟିଙ୍କ ନାମ ସିଧାସଳଖ ନ ନେଇ ତାଙ୍କ ଆଡ଼େ ଈଶାରା କରି ସୂଚନା ଦେଇଛି । ଟ୍ବିଟରେ ଏ ପ୍ରକାର ଲେଖା ଯାଇଥିଲେ ଯେ, “କୋଭିଡ୍ ବିରୁଦ୍ଧରେ ‘ୱାର୍’ ଚାଲିଥିବା ବେଳେ ବିନା କାରଣରେ ବାନ୍ଦ୍ରା ରାସ୍ତା ଉପରେ ‘ମଲଙ୍ଗ’ କରୁଥିବାରୁ ଦୁଇ ବଲିଉଡ଼ କଳାକାରଙ୍କ ଉପରେ ଧାରା ୧୮୮ ଓ ଆଇପିସି ଧାରା ୩୪ ରେ ମାମଲା ରୁଜୁ ହୋଇଛି ।

ଆମେ ମୁମ୍ବାଇ ଲୋକଙ୍କୁ ଅନୁରୋଧ କରୁଛୁ ଯେ କୋଭିଡ୍-୧୯ ସଚେତନତା ବିରୁଦ୍ଧରେ ଯାଇ ରାସ୍ତା ଉପରେ ହିରୋପନ୍ତି କରନ୍ତୁ ନାହିଁ । “ମୁମ୍ବାଇ ପୋଲିସ ଦୁଇ ଜଣଙ୍କ ଉପରେ ଭାରତୀୟ ଦଣ୍ଡ ବିଧାନ ଧାରା ୧୮୮ ଓ ଆଇପିସି ଧାରା ୩୪ କୁ ନେଇ ମାମଲା ରୁଜୁ କରିଛି । ତେବେ ଏହା ଏକ ଜାମିନ ପ୍ରାପ୍ତ ଧାରା ହୋଇଥିବାରୁ ପୋଲିସ କାହାକୁ ମଧ୍ୟ ଗିରଫ କରି ପାରିନାହିଁ ।

ବାନ୍ଦ୍ରା ପୋଲିସ ଥାନାର ଡିସିପି ଅଭିଷେକ ତ୍ରିମୁଖେ ମଧ୍ୟ ଏହି ସୂଚନା ସତ୍ୟ ବୋଲି ନିଶ୍ଚିତ କରିଛନ୍ତି । କୋଭିଡ୍ ଯୋଗୁଁ ମୁମ୍ବାଇରେ ଲୋକଙ୍କୁ ଦ୍ୱିପ୍ରହର ୨ଟା ପରେ ରାସ୍ତାକୁ ବାହାରିବା ଉପରେ କଟକଣା ଲଗା ଯାଇଛି । ଏପରି ସମୟରେ ଟାଇଗର ଓ ଦିଶା ସନ୍ଧ୍ୟା ପର୍ଯ୍ୟନ୍ତ ବାନ୍ଦ୍ରା ବସ୍ ଷ୍ଟାଣ୍ଡ ଆଖପାଖରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ପୋଲିସ ମୁତାବକ ସେମାନେ ଘରୁ ବାହାରି ଥିବାର କୌଣସି ବୈଧ ଉତ୍ତର ଦେଇ ପାରି ନ ଥିଲେ । ସେଥିପାଇଁ ତାଙ୍କ ଉପରେ ଏହି ମାମଲା ରୁଜୁ କରାଯାଇଛି । ବର୍ତ୍ତମାନ ମୁମ୍ବାଇରେ ଜରୁରୀ ସାମଗ୍ରୀ ଦୋକାନ ଗୁଡ଼ିକୁ ସକାଳ ୭ଟା ସମୟରୁ ଦିନ ୨ଟା ସମୟ ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ଦିଆ ଯାଇଛି ।

ଜୁନ୍ ଶେଷ ପର୍ଯ୍ୟନ୍ତ ପୁରା ରାଜ୍ୟରେ ଲକ୍ ଡାଉନ୍ ଲାଗୁ ହୋଇଛି ଓ ବିନା କାରଣରେ ଘରୁ ନ ବାହାରିବା ପାଇଁ ମଧ୍ୟ ଦୃଢ଼ ଭାବେ ଘୋଷଣା କରା ଯାଇଛି । ଦୁଇଜଣ ବୁଲୁଥିବା ସମୟର କିଛି ଫଟୋ ମଧ୍ୟ ସାମନାକୁ ଆସିଛି । ଯାହା ଖୁବ୍ ଜୋର୍ ରେ ଭାଇରାଲ ମଧ୍ୟ ହେଉଛି । ରିପୋର୍ଟ ଅନୁସାରେ ଦିଶା କାର୍ ର ସାମନା ସିଟ୍ ରେ ଓ ଟାଇଗର ପଛ ସିଟ୍ ରେ ବସି ରାଇଡ୍ ଉପଭୋଗ କରୁଥିଲେ । ଏହି ସମୟରେ ରାସ୍ତାରେ ମୁମ୍ବାଇ ପୋଲିସ ତାଙ୍କୁ ଅଟକାଇ ଥିଲା ଏବଂ ପଚରା ଉଚରା କରି ସାରିବା ପରେ ଅନ୍ୟ ଫର୍ମାଲିଟି ପୂରଣ କରିବା ପରେ ହିଁ ସେମାନଙ୍କୁ ଯିବାକୁ ଦେଇଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।