ଠାକୁର ପୂଜା କରିବା ସମୟରେ ମୁଣ୍ଡରେ ବସ୍ତ୍ର ଦେଲେ କେଉଁ ଲାଭ ପ୍ରାପ୍ତ ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ଆମ ଜୀବନକୁ ସରଳ ଓ ସୁଖମୟ କରିବା ପାଇଁ ଆସନ୍ତୁ ଜାଣିବା ଶାସ୍ତ୍ରଲିଖିତ କିଛି ଅନୁଚିନ୍ତା ତଥା ନୀତିନିୟମ ବିଷୟରେ । ହାତରୁ ବାରମ୍ବାର ଲୁଣ ପଡିବା ଅଶୁଭ ଅଟେ । ଏହାଦ୍ବାରା ବୈବାହିକ ଜୀବନରେ ସମସ୍ଯା କିମ୍ବା ମନୋମାଳିନ୍ୟ ଦେଖାଦେବାର ସମ୍ଭାବନା ରହିଥାଏ । ହାତରୁ ବାରମ୍ବାର ତେଲ ଢାଳି ହେବା ଅମଙ୍ଗଳକାରୀ ହୋଇଥାଏ ଏବଂ ଘର ଉପରେ କୌଣସି ସମସ୍ଯା ଦେଖାଦେବା ସହ ଋଣଭାର ବୃଦ୍ଧି ହୋଇଥାଏ ।

ପୂଜା କରିବା ସମୟରେ ହାତରୁ ପୂଜାଥାଳି ପଡିଯିବା ଅଶୁଭ ହୋଇଥାଏ ଏବଂ ଆଗାମୀ ଦିନରେ କୌଣସି ସମସ୍ଯା ଦେଖାଦେବାର ସଙ୍କେତ ହୋଇଥାଏ । ଖାଇବା ସମୟରେ ହାତରୁ ଖାଦ୍ୟ ଜିନିଷ ତଳେ ପଡିଯିବା ଅଶୁଭ ହୋଇଥାଏ ଏବଂ ନକରାତ୍ମକ ଶକ୍ତି ବୃଦ୍ଧି ପାଇବା ସହ ଆଗାମୀ ସମୟରେ ଦରିଦ୍ରତା ଦେଖାଦେବାର ସଙ୍କେତ ହୋଇଥାଏ । ଖାଇବା ସମୟରେ ଖାଦ୍ଯରୁ ବାଳ ବାହାରିବ ଅଶୁଭ ହୋଇଥାଏ ଏବଂ ରାହୁଙ୍କ ଖରାପ ପ୍ରଭାବ ପଡିବାର ସଙ୍କେତ ଦେଇଥାଏ ।

ରାହୁଙ୍କ ଖରାପ ପ୍ରଭାବ ଯୋଗୁଁ ମତିଭ୍ରମର ଶିକାର ହେବାକୁ ପଡିଥାଏ ଏବଂ ଠିକ୍ ଭୁଲ୍ ନିର୍ଣ୍ଣୟ କରିବା କଷ୍ଟକର ହେବା ସହ କୁସଙ୍ଗ ବୃଦ୍ଧି ହୋଇଥାଏ । ଯଦି ରାହୁ ଅଶୁଭ ପ୍ରଭାବ ପ୍ରଦାନ କରୁଥାନ୍ତି ତେବେ ବ୍ୟବହାରରେ ଅହଙ୍କାରପୂର୍ଣ୍ଣ ବାର୍ତ୍ତାଳାପ ଦେଖା ଦେଇଥାଏ ଏବଂ ମୁଖରୁ ଖରାପ ଶବ୍ଦ ବାହାରିଥାଏ । ରାହୁ ଅଶୁଭ ହେଲେ ଆତ୍ମବିଶ୍ଵାସ ଦୁର୍ବଳ ହୋଇଥାଏ ଏବଂ ନିଜ ଉପରେ ଭରସା ଉଠିଯିବା ସହିତ ଏହାର ପ୍ରଭାବ ରୋଜଗାର ଉପରେ ପଡିଥାଏ ।

ରାହୁଙ୍କ ଖରାପ ପ୍ରଭାବ ପଡିଥିଲେ ଖାଦ୍ୟରୁ ବାଳ ବାହାରିଲେ ସେହି ଖାଦ୍ଯ ଫିଙ୍ଗିଦେବା ଉଚିତ ଏବଂ କଳା କୁକୁରକୁ ଖାଦ୍ଯ ଦେବା ଦ୍ଵାରା ଅଶୁଭତ୍ଵ ଦୂର ହୋଇଥାଏ । ଯଦି କୌଣସି ଲୋକ ଆଇନକାନୁନ କିମ୍ବା କୌଣସି ନିୟମ ମାନନ୍ତି ନାହିଁ ତେବେ ଅମଙ୍ଗଳକାରୀ ହୋଇଥାଏ ଏବଂ ଗ୍ରହରାଜ ଶନିଦେବଙ୍କ କୋପ ଦୃଷ୍ଟିର ଶିକାର ହୋଇଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ କୁଣ୍ଡଳୀରେ ଗୁରୁ ଏବଂ ସୁକର ଗ୍ରହଙ୍କ ସ୍ଥିତି ଦୁର୍ବଳ ହେବା କାରଣରୁ ଧନର ଅଯଥା ଅପଚୟ ହୋଇଥାଏ ।

ଗାଧୋଇ ସାରିବା ପରେ ବାଲଟିରେ କେବେବି ଗାଧୁଆ ପାଣି ଛାଡିବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହେବାସହ କାଙ୍ଗାଳ ହେବାର ସମ୍ଭାବନା ରହିଥାଏ । ଗାଧୋଇବା ସମୟରେ ଝଡିଥିବା ଛୁଟି କେବେବି ଗାଧୁଆ ଘରେ ଛାଡିବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହେବାସହ ବ୍ୟବସାୟରେ ବାଧାବିଘ୍ନ ଆସିଥାଏ ଏବଂ ଜୀବନରେ ଉନ୍ନତି ବାଧାପ୍ରାପ୍ତ ହୋଇଥାଏ ।

ଗାଧୋଇ ସାରିବା ପରେ କେବେବି କପଡା ଢୋଇବା ଉଚିତ ନୁହେଁ, ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହେବାସହ ଦରିଦ୍ରତା ଦେଖାଦେବାର ସମ୍ଭାବନା ରହିଥାଏ । ଗାଧୋଇ ସାରିବା ପରେ ଓଦା କପଡା ଗାଧୁଆ ଘରେ ରଖିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ଏବଂ ଜୀବନରେ ସମ୍ମାନହାନି ହେବାର ସମ୍ଭାବନା ଦେଖା ଦେଇଥାଏ । ସ୍ତ୍ରୀ ଲୋକମାନେ ଗାଧୋଇବାର ତୁରନ୍ତ ପରେ ସିନ୍ଦୂର ଲଗାଇବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଏବଂ ମନରେ ଖରାପ ଭାବନା ଆସିବା ସହ ଆର୍ଥିକ ସଙ୍କଟ ଦେଖା ଦେଇଥାଏ ।

ଯଦି ଘରୁ କୌଣସି କାର୍ଯ୍ୟରେ ସମସ୍ତ ପରିବାର ବାହାରକୁ ଯାଉଛନ୍ତି ତେବେ ଠାକୁରଘର କେବେବି ତାଲା ପକାଇବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ । ପୁରୁଷ ହୁଅନ୍ତୁ କିମ୍ବା ମହିଳା ଠାକୁର ପୂଜା କରିବା ସମୟରେ ମୁଣ୍ଡକୁ ବସ୍ତ୍ର ଦ୍ଵାରା ଘୋଡାଇବା ଉଚିତ, ଏହା ଶୁଭ ହୋଇଥାଏ ଏବଂ ଚଞ୍ଚଳମନ ସ୍ଥିର ହେବ ସହ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।