କରୋନା ରିପୋର୍ଟ ପଜିଟିବ ବାହାରିଲେ ନିଶ୍ଚିତ କରନ୍ତୁ ଏହି ୧୦ଟି କାମ

କରୋନା ଭାଇରସ ମାମଲା ପୁରା ଦୁନିଆରେ ଦେଖିବାକୁ ମିଳୁଛି । ଭାରତରେ ଏହି ରୋଗର ସଂଖ୍ୟା ବଢି ୫ ଲକ୍ଷ ପାର ହୋଇ ଯାଇଛି । ଏହା ସହିତ ପଜିଟିବ ଆସିବା ମାତ୍ରେ ହିଁ ଲୋକମାନଙ୍କୁ ଘରେ ଆଇସୋଲେଟ ରହିବା କିମ୍ବା କ୍ୱାରେନ୍ଟିନ ସେଣ୍ଟର ଯିବାର ଉପଦେଶ ଦିଆ ଯାଉଛି । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କି ଯଦି ଆପଣ କରୋନା ପଜିଟିବ ହେଉଛନ୍ତି ତେବେ କ୍ୱାରନଟୀନ ସେଣ୍ଟର ଯିବା ପୂର୍ବରୁ ଅର୍ଥାତ ଚିକତ୍ସା ହେବା ପୂର୍ବରୁ ଏହି ୧୦ ଟି କଥାର ଧ୍ୟାନ ଅବଶ୍ୟ ରଖନ୍ତୁ । ଯାହା ଆପଣଙ୍କ ପାଇଁ ଓ ଆପଣ ଆଖପାଖର ଲୋକମାନଙ୍କ ପାଇଁ ବହୁତ ଜରୁରୀ ଅଟେ ।

୧. ଇଂସୁରାନ୍ସ

କୌଣସି ବି ପ୍ରାଇବେଟ ଓ ଭଲ ସୁବିଧାର ଲାଭ ଉଠାଇବା ପାଇଁ ସର୍ବ ପ୍ରଥମେ ଇଂସୁରାନ୍ସ ପଲିସିକୁ ନିଶ୍ଚିତ ରୂପରେ ଚେକ କରି ନିଅନ୍ତୁ । ଆପଣଙ୍କ ପାଖରେ କମ ସେ କମ ୭ ଦିନ ପର୍ଯ୍ୟନ୍ତ ରହିବା ପାଇଁ ପର୍ଯ୍ୟାପ୍ତ ଟଙ୍କା ଥିବା ଦରକାର । ଏକ ଭଲ ହସ୍ପିଟାଲରେ ଏହାର ଖର୍ଚ ୩.୫ ଲକ୍ଷ ପର୍ଯ୍ୟନ୍ତ ଆସିପାରେ, ଯଦି ଆପଣ ଫୈମିଲୀ ଫ୍ଲୋଟର ପ୍ଲାନ କିମ୍ବା ଅଫିସ ପ୍ଲାନ ଉପରେ ବିଶ୍ଵାସ କରୁଛନ୍ତି ତେବେ ଆପଣଙ୍କୁ ଜଣା ଥିବା ଦରକାର କି ଆପତ୍କାଳୀନ ସ୍ଥିତିରେ ଆପଣ ନିଜର ପରିବାର ପାଇଁ କିଛି ରାଶି ସଞ୍ଚୟ କରୁଛନ୍ତି, କାରଣ କୋଭିଡ – ୧୯ର ଭ୍ୟାକ୍ସିନରେ ଆହୁରି ସମୟ ଲାଗିବ ।

୨. ବେଡର ଉପଲବ୍ଧତା

ସରକାରଙ୍କ ତୁଳନାରେ ପ୍ରାଇଭେଟ ସୁବିଧା ବହୁତ କମ ଅଛି । ଆପଣ ପୂର୍ବରୁ ହିଁ ନିଜକୁ ଦୁଇଟି ସ୍ଥିତି ପାଇଁ ପ୍ରସ୍ତୁତ କରି ରଖନ୍ତୁ । ଯଦି ଆପଣଙ୍କ ପାଖରେ ଦୁଇଟି ବିକଳ୍ପ ଅଛି ତେବେ କୋଭିଡ ୱାର ରୁମ କିମ୍ବା ସୀଏମଓ ଅଫିସର ସୁବିଧାର ବ୍ୟୋରା କରିବା ପାଇଁ ଆଗ୍ରହ କରନ୍ତୁ ଓ ପୁଣି ଦାଖିଲ ହୋଇ ଯାଆନ୍ତୁ ।

୩. ଆଈଡୀ ଓ କୋଭିଡ ରିପୋର୍ଟ

ଦାଖିଲ ହେବା ସମୟରେ ନିଜ ସହିତ ଜରୁରୀ କାଗଜପତ୍ର ଯେମିତି କି ଅଫିସର ଆଇ କାର୍ଡ, ଆଧାର କାର୍ଡ ଓ କୋବିଡ ୧୯ର ରିପୋର୍ଟ ଆଣିବାକୁ ଭୁଲିବେ ନାହିଁ । ଆପଣଙ୍କୁ କେତେବେଳେ ବି ଏହାର ଦରକାର ପଡିପାରେ ।

୪. ଏହି ଜିନିଷ ନିଅନ୍ତୁ ସାଥିରେ

ପାଣିକୁ ଗରମ ରଖିବାର ବୋତଲ, ଗିଲୟର ଜୁସ, ଚୱନପ୍ରାସ, ବିସ୍କୁଟ, କମ ସେ କମ ୫ ଯୋଡି କପଡା, ସାବୁନ, ଟୁଥ ପେସ୍ଟ ଓ ପରିଷ୍କାର ପରିଛନ୍ନ ହେବାର ସମସ୍ତ ଜିନିଷ ବ୍ୟାଗରେ ରଖି ଦିଅନ୍ତୁ । ଆପଣ କିଛି ଫଳ ବି ନିଜ ସହିତ ନେଇ ପାରିବେ । ଗୋଟିଏ ଛୁରୀ, ଟିଶୁ ପେପର, ଲୁଣ, ଚିନୀ, ଚା, ମଗ, ପେପର ପ୍ଳେଟ ଓ ଡିସ୍ପୋଜେବଲ ସ୍ପୂନ ବି ନିଜ ସହିତ ରଖି ଦିଅନ୍ତି ।

୫. ଆପଣଙ୍କ ମନ ପସନ୍ଦ ବହି

କ୍ୱାରନଟୀନ ସେଣ୍ଟରରେ ଆପଣଙ୍କ ପାଖରେ ଶୋଇବା ଓ ଆରାମ କରିବା ପାଇଁ ପର୍ଯ୍ୟାପ୍ତ ସମୟ ରହିବ । କିନ୍ତୁ ପୁଣି ବି ଏହି ସମୟ ଏତେ ସହଜରେ ବିତିବ ନାହିଁ । ଏହି ସମୟରେ ଆପଣ କିଛି ବହି ପଢି ପରିବେ । ଯାହା ଆପଣଙ୍କ ମନକୁ ହାଲୁକା ଓ ଚିନ୍ତାମୁକ୍ତ ରହିବାରେ ସାହାର୍ଯ୍ୟ କରିବ ।

୬. ଅନଲାଇନ କଣ୍ଟେଣ୍ଟ

ଏହି ସମୟରେ ଆପଣ ଫିଲ୍ମ ଓ ଅନଲାଇନ ଫିଲ୍ମ ଦେଖି ସମୟ ବ୍ୟତିତ କରି ପାରିବେ ।

୭. ଲ୍ୟାପଟପ

ଲ୍ୟାପଟପ ଦ୍ଵାରା ଆପଣ କାହାକୁ ମ୍ୟାସେଜ କରି ପାରିବେ । ଟିଭି ଦେଖିବା ଓ ବନ୍ଧୁମାନଙ୍କ ସହିତ ସ୍କ୍ରିନରେ ୱାଚ ପାର୍ଟି ଜଏନ କରିବାରେ ଏହା କାମରେ ଆସିବ । ଏହା ସହିତ ଭିଡିଓ କଲ ବି କରି ପାରିବେ ।

୮. ପରିବାରର ଧ୍ୟାନ ରଖନ୍ତୁ

କ୍ୱାରନଟୀନ ସେଣ୍ଟରରେ ରହିବା ସମୟରେ ନିଜର ପରିବାରର ଧ୍ୟାନ ରଖନ୍ତୁ ଓ ତାଙ୍କୁ ଫୋନ କରି ନିଜ ମନକୁ ହାଲୁକା କରନ୍ତୁ ।

୯. ଘରକୁ କରନ୍ତୁ ସୁରକ୍ଷିତ

ସରକାରଙ୍କ ଉଚ୍ଚ ଅଧିକାରୀଙ୍କ ସହ କଥାବାର୍ତ୍ତା କରି ଆପଣ ନିଜର ଘରକୁ କ୍ୱାରନଟୀନ କରନ୍ତୁ ।

୧୦. ନୋ ଆମ୍ବୁଲାନ୍ସ

କୋବିଡ – ୧୯ ସେଣ୍ଟର ଅଫସିରଙ୍କୁ ରୋଗୀକୁ ନିଜ ଗାଡିରେ ସେଣ୍ଟର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଅନୁମତି ମାଗନ୍ତୁ । ଏହା କରିବା ସମ୍ଭବ ଅଟେ । ଅଳ୍ପ ଓ ମାଧ୍ୟମ ଲକ୍ଷଣ ଦେଖିବା ଉପରେ ଆପଣ ରୋଗୀଙ୍କୁ ନିଜ ଗାଡିରେ ବି ନେଇ ପାରିବେ ।

ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।