ଯେତେବେଳେ ୧୩ ବର୍ଷର ଝିଅ ଏମିତି ଅବସ୍ଥାରେ ୩ ଦିନ ପର୍ଯ୍ୟନ୍ତ ଫସି ରହି ପ୍ରାଣ ହରେଇଲା, ରେସ୍କ୍ଯୂ ଟୀମକୁ କହିଥିଲା ‘ଘରକୁ ଯାଇ ଆରାମ କର…’

ଆଜି ଆମେ ଆପଣଙ୍କୁ ଏକ ଏମିତି ଘଟଣା ବିଷୟରେ କହିବାକୁ ଯାଉଛୁ । ଯେଉଁ କାରଣରୁ କେତେକ ଲୋକମାନଙ୍କର ଜୀବନ ଚାଲିଯାଇଥିଲା । ଏମାନଙ୍କ ମଧ୍ୟରୁ ଜଣେ ୧୩ ବର୍ଷୀୟ Omayra Sanchez ନାମକ ଏକ ଝିଅ ଥିଲା ଯାହାର ମୁର୍ତ୍ୟୁ ପୁରା ଦୁନିଆର ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଥିଲା । ଏହାର କାହାଣୀ ଶୁଣିଲେ ଆପଣ ବି କାନ୍ଦି ପକାଇବେ । ଏହି ଝିଅର ଦେହାନ୍ତ ପରେ ସରକାରର ବି ବହୁତ ନିନ୍ଦା ହେଲା ।

କହିବାକୁ ଗଲେ ଏହି ଘଟଣା କୋଲଂବିୟା ର Armero ସହରର ଅଟେ । କଥା ୧୩ ନଭେମ୍ବର ୧୯୮୫ର ଅଟେ, ଏହା ସେହି କଳା ଦିନ ଥିଲା ଯେତେବେଳେ Nevado del Ruiz ନାମକ ଏକ ଜ୍ଵାଳାମୁଖୀ ଫାଟିଥିଲା ଯେଉଁ କାରଣରୁ ୨୦ ହଜାର ରୁ ବି ଅଧିକ ଜୀବନ ଚାଲି ଯାଇଥିଲା । ଏହାକୁ ଇତିହାସର ସବୁଠୁ ଖରାପ ଜ୍ୱାଲାମୁଖୀ ବିସ୍ଫୋଟ ବୋଲି କୁହାଯାଏ ।

ଯେତେବେଳେ ଏହା ଫାଟିଲା ତେବେ ଏହା କାରଣରୁ କେତେ ଟନ ମାଟି ଓ ଅବଶେଷ ୬ ସେକନ୍ଡ ପ୍ରତି ମିଟରରେ Armero ସହରରେ ପସି ଯାଇଥିଲା । ଜ୍ୱାଲାମୁଖୀର କିଛି ଦୂର ତଳ ଅଂସରେ ବସିଥିବା ଏହି ସହର ଏହି ଅବଶେଷ ଦ୍ଵାରା ଢାଙ୍କି ହୋଇଯାଇଥିଲା । ଅଧିକାରୀମାନେ ଏହାର ସଂକେତ ବି ଦେଇଥିଲେ କିନ୍ତୁ ସେଠିକାର ସରକାର ପୂର୍ବରୁ ସାବଧାନ ହେବା ଓ ସମୟରେ ସହର ଖାଲି କରିବାରେ ଅସଫଳ ହେଲା । ଏହି କାରଣରୁ ଦୁନିଆ ସାରା ଏହି ସରକାରକୁ ଅପମାନ କରାଗଲା ।

ଯେତେବେଳେ ଜ୍ୱାଲାମୁଖୀ ଫାଟିଲା ଓ ଏହାର ଅବଶେଷ ଗ୍ରାମରେ ପସିଲା ତେବେ ୧୩ ବର୍ଷ Omayra ଘର ବି ଭାଙ୍ଗି ଗଲା । ଦୁର୍ଭାଗ୍ୟ ବଶତଃ ଏହି ସମୟରେ Omayra ର ଅଣ୍ଟା ର ତଳ ଅଂସ କାଂକ୍ରୀଟ ତଳେ ଫସି ରହିଗଲା । ଏହା ଛଡା ତାଙ୍କର ଆଣ୍ଟି ଯିଏକି ସେହି କାଂକ୍ରୀଟ ତଳେ ମୃତ ଅବସ୍ଥାରେ ଥିଲେ ଓ ତାଙ୍କର ହାତ Omayra ଗୋଡକୁ ବହୁତ ଜୋରରେ ଜାବୁଡି ଧରି ରଖିଥିଲା ।

ଏହି କାରଣରୁ Omayra ସେହି କାଂକ୍ରୀଟରୁ ବାହାରକୁ ଆସିବା ଅସମ୍ଭବ ହୋଇଯାଇଥିଲା । ଝିଅକୁ ବଞ୍ଚାଇବା ପାଇଁ ରେସ୍କ୍ଯୂ ଟୀମ ବି ଆସିଲେ କିନ୍ତୁ ସେମାନେ ଅସଫଳ ରହିଲେ । ଏହି ସମୟରେ Omayra ନିଜର ଏକ ହାତ କୌଣସି ପ୍ରକାରରେ ଅବଶେଷରୁ ବାହର କରିଥିଲା । ରେସ୍କ୍ଯୂ ଟୀମ ତାହର ଶରୀରରକୁ ବାହାର କରିବାକୁ ଚେଷ୍ଟା କରିଲେ କିନ୍ତୁ ଏହା କରିବା ଦ୍ଵାରା ଅବଶେଷରେ ଫସି ଥିବା ତାହାର ଗୋଡ ଭାଙ୍ଗି ଯାଇ ଥାନ୍ତା ।

କିନ୍ତୁ ଏହି ସ୍ଥିତିରେ ବି ସେ ଶାନ୍ତ ଥିଲା ଓ ତାହାର ଚିନ୍ତାଧାର ପଜିଟିବ ଥିଲା । ଏତିକି ନୁହେଁ ଏହି ଅବସ୍ଥାରେ ସେ ଗୀତ ବି ଗାଉଥିଲା ଓ ସାମ୍ବାଦିକମାନଙ୍କୁ ଇଣ୍ଟରଭିୟୁ ବି ଦେଲା । ସବୁଠୁ ଦୁଖ ଓ ହୃଦୟ ଭାଙ୍ଗିଦେବା ବାଲା ସମୟ ଏହା ଥିଲା କି ରେସ୍କ୍ଯୂ କରୁଥିବା ଲୋକମାନଙ୍କୁ ସେ କହିଲା କି ଆପଣମାନେ ଘରକୁ ଚାଲି ଯାଆନ୍ତୁ ଓ ବିଶ୍ରାମ କରନ୍ତୁ ।

ଏହା ମଧ୍ୟରେ ତିନି ଦିନ ବୀତି ଯାଇଥିଲା ଓ Omayra ବର୍ତ୍ତମାନ ପର୍ଯ୍ୟନ୍ତ ବି ସେହି ଅବଶେଷରେ ଫସି ଥିଲା । ତାହାର ଚେହେରା ଫୁଲି ଯାଇଥିଲା । ହାତ ଧଳା ପଡି ଯାଇଥିଲା ଓ ଆଖି ନାଲି ହୋଇ ଯାଇଅଥିଲା ।

ପରେ ରେସ୍କ୍ଯୂ ଟୀମ ଡିସାଇଡ କରିଲେ କି ସେ ପମ୍ପର ବ୍ୟବହାର କରିବେ, କିନ୍ତୁ ସେ ଯଦି ତାକୁ ବଞ୍ଚାଇ ବି ଥାନ୍ତେ ତେବେ ତାହାର ବହୁତ ରକ୍ତ ବାହାରି ଯାଇ ଥାନ୍ତା । ଏମିତିରେ ରେସ୍କ୍ଯୂ ଟୀମ ପାଖରେ ସଠିକ ସର୍ଜିକଲ ଉପକରଣ ବି ନ ଥିଲା । ଏହି ସମୟରେ ଏକ ଦୃଶ୍ୟକୁ ଏକ ଫ୍ରେଂଚ ରିପୋର୍ଟର Frank Fournier ଏକ ଫଟୋରେ କ୍ୟାପଚର କରି ନେଇଥିଲେ ଓ ତାକୁ ସେ ଟାଇଟେଲ ଦେଇଥିଲେ “The Agony of Omayra Sanchez.” (Omayra Sanchez ର ଯନ୍ତ୍ରଣା) ।

ଶେଷରେ ଝିଅଟି ଜୀବନର ଯୁଧ୍ୟକୁ ହାରିଗଲା । ତାହାର ମୁର୍ତ୍ୟୁ ଦୁନିଆର ଧ୍ୟାନ ଆକର୍ଷିତ କରିଥିଲା । ଏହି ଘଟଣା ପରେ କୋଲଂବିୟା ସରକାରଙ୍କୁ ଏକ ଉଚିତ ଶିକ୍ଷା ମିଳିଲା । ଏହା ପରେ ସରକାର ଏହିଭଳି ପ୍ରକାରର ସମସ୍ୟା ପାଇଁ ସାବଧାନ ରହିଲେ ଓ ସଠିକ ସମୟରେ ଏକ୍ଶନ ନେବା ପାଇଁ ବାଧ୍ୟ ହୋଇଥିଲେ ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।