ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିରକୁ ୧ କୋଟି ଟଙ୍କାର ନଗଦ କ୍ୟାଶ ଦାନ ଦେଲେ ତେଲେଙ୍ଗାନା ମନ୍ତ୍ରୀ Malla Reddy, ରାଲି କରି ନେଲେ ଟଙ୍କା, ଦେଖନ୍ତୁ viral video

ତେଲେଙ୍ଗାନାର ୟଦାଦ୍ରିରେ ଅବସ୍ଥିତ ପ୍ରସିଦ୍ଧ ଶ୍ରୀ ଲକ୍ଷ୍ମୀ ନୃସିଂହ ସ୍ଵାମୀ ମନ୍ଦିରର ଏକ ବିଶେଷ ଦ୍ଵାର ‘ଗୋପୁରମ’ କୁ ସଂପୂର୍ଣ୍ଣ ଭାବେ ସୁନାରେ ଆଚ୍ଛାଦିତ କରାଯିବ । ସେଥିପାଇଁ ମନ୍ଦିର ପ୍ରଶାସନ ପ୍ରାୟ ୧୨୫ କିଲୋଗ୍ରାମର ସୁନା ଯୋଗାଡ କରିବାରେ ଲାଗିପଡିଛି । ସୁନା କିଣିବା ପାଇଁ ତେଲେଙ୍ଗାନା ରାଜ୍ୟ ସରକାର ଭାରତୀୟ ରିଜର୍ଭ ବ୍ଯାଙ୍କ ସହ ମଧ୍ୟ କଥା ହୋଇଛି । ମନ୍ଦିର କାର୍ଯ୍ୟ ପାଇଁ ଶୁଦ୍ଧ ସୁନା ଆଣିବା ପାଇଁ ମନ୍ଦିର ସିଧା ରିଜର୍ଭ ବ୍ଯାଙ୍କ ସହ ହିଁ କଥା ହୋଇଛି ।

ସରକାର କହିଛନ୍ତି କି ସେ ଅର୍ଥ ଏକାଠି କରି ଭାରତୀୟ ରିଜର୍ଭ ବ୍ଯାଙ୍କ ଠାରୁ ହିଁ ସୁନା କିଣିବେ । ଏପରି ସ୍ଥଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ମଧ୍ୟ ନିଜ ନିଜ ସକ୍ଷମ ଅନୁସାରେ ଦାନ ଦେଉଛନ୍ତି । ତେବେ ମନ୍ଦିର ପାଇଁ ଜଣେ ମନ୍ତ୍ରୀଙ୍କ ଅର୍ଥ ଦାନର ଭି-ଡି-ଓ ଏବେ ଖୁବ ଚର୍ଚ୍ଚାରେ ରହିଛି ଓ ସୋ-ସି-ଆ-ଲ ମି-ଡି-ଆ-ରେ ମଧ୍ୟ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ତେଲେଙ୍ଗାନାର ମନ୍ତ୍ରୀ ମଲ୍ଲା ରେଡ୍ଡି ୟଦାଦ୍ରିରେ ଶ୍ରୀ ଲକ୍ଷ୍ମୀ ନୃସିଂହ ସ୍ଵାମୀ ମନ୍ଦିରର ଗୋପୁରମରେ ସୁନା ଆଚ୍ଛାଦନ କରିବା ପାଇଁ ୧ କୋଟି ୭୫ ଲକ୍ଷ ଟଙ୍କା ଦାନ କରିଛନ୍ତି ।

ମଲ୍ଲା ରେଡ୍ଡି ମନ୍ଦିରକୁ ୧ କୋଟି ଟଙ୍କାର ନଗଦ କ୍ୟାଶ ଦେଇଥିବା ବେଳେ ଆଉ ୭୫ ଲକ୍ଷ ଟଙ୍କା ଅନଲାଇନ ଟ୍ରାନ୍ସଫର ମାଧ୍ୟମରେ ଦେଇଛନ୍ତି । ତାଙ୍କର ସମର୍ଥକ ମାନେ କହିଛନ୍ତି ମେଡଚଲ ବିଧାନସଭା କ୍ଷେତ୍ର ତରଫରୁ ମଲ୍ଲା ରେଡ୍ଡି ଏହି ଟଙ୍କା ସମର୍ପଣ କରିଛନ୍ତି । ଏହା ବ୍ଯତୀତ ସେ କିଛି ପରିମାଣରେ ସୁନା ମଧ୍ୟ ମନ୍ଦିର ପାଇଁ ଦାନ କରିଛନ୍ତି । ସେଥିରୁ କିଛି ବିଧାନସଭା ପକ୍ଷରୁ ଦାନ କରିଛନ୍ତି ଏବଂ ଆଉ କିଛି ସୁନା ନିଜ ପରିବାର ପକ୍ଷରୁ ଦାନ ଦେଇଛନ୍ତି ବୋଲି ସେ କହିଛନ୍ତି ।

ତେବେ ମଲ୍ଲା ରେଡ୍ଡି ଦାନ କରିଥିବା ୧ କୋଟି ଟଙ୍କାର ନଗଦ କ୍ୟାଶକୁ ସେ ଓ ତାଙ୍କ ସମର୍ଥକ ମାନେ ଏକ ରାଲି କରି ନେଇ ମନ୍ଦିର ପ୍ରଶାସନକୁ ସମର୍ପଣ କରିଛନ୍ତି । ଏହି ସମୟର ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ଏତେ ବିପୁଳ ପରିମାଣର ଅର୍ଥ ଖୋଲାଖୋଲି ଭାବେ ରାଲି କରି ନିଆ ଯାଉଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।