କେଶକୁ ଲମ୍ବା ଓ ଘାନା ବନେଇ ଦେବ ମାତ୍ର 5 ଟଙ୍କାର ଏହି ଜିନିଷ ! ବାସ ଜାଣନ୍ତୁ କେମିତି କରିବେ ବ୍ଯବହାର !

ଆପଣ କେବଳ ୫ ଟଙ୍କା ଖର୍ଚ କରି ନିଜର କେଶ ସମସ୍ୟାକୁ ଦୂର କରି ପାରିବେ ଓ ଦୁଇ ସପ୍ତାହ ମଧ୍ୟରେ ଆପଣଙ୍କ କେଶ ସମସ୍ୟା ବି ଦୂର ହୋଇଯିବ । ଆପଣ ଯଦି ଏହି ଆୟୁର୍ବେଦିକ ଉପାୟକୁ ବ୍ୟବହାର କରିବେ ତେବେ ଆପଣ ନିଜର କେଶର ସମସ୍ତ ସମସ୍ୟାକୁ ଦୂର କରି ଦେବେ । ଆପଣଙ୍କ କେଶ ଲମ୍ବା, ଘନ ଓ ମଜବୁତ ହେବ । ଏହି ତେଲ ପାଇଁ ଆପଣଙ୍କୁ ବହୁତ କମ ଟଙ୍କା ଖର୍ଚ କରିବାକୁ ପଡିବ । ଯଦି ଆପଣ ଲଗାତାର ଦୁଇ ସପ୍ତାହ ପର୍ଯ୍ୟନ୍ତ ଏହି ତେଲକୁ ଲଗାଇବେ ତେବେ ଆପଣଙ୍କ କେଶ ଲମ୍ବା ହୋଇଯିବ ।

ତେବେ ଚାଳନ୍ତୁ ଜାଣିବା ସେହି ତେଲ ବିଷୟରେ । ଏହି ତେଲକୁ ତିଆରି କରିବା ପାଇଁ ଆପଣଙ୍କୁ ପାନ ପତ୍ର, ରସୁଣ ଓ ମେଥି ଦାନା ଦରକାର । କହିଦେଉଛୁ କି ପାନ ପତ୍ର ଆମର କେଶ, ସୁନ୍ଦର ଚେହେରା ଓ  ଶରୀର ପାଇଁ ବହୁତ ହିଁ ଲାଭଦାୟକ ଅଟେ । ଯେଉଁମାନଙ୍କ କେଶ ପତଳା ଅଛି ଓ ନିଜର କେଶକୁ ମୋଟା କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ପାନପତ୍ର ବହୁତ ଅଧିକ ଲାଭଦାୟକ ଅଟେ ।

କେଶ ଝଡିବା, କେଶ ଦୁଇ ମୁହାଁ ଭଳି ସମସ୍ୟା ପାଇଁ ପାନପତ୍ର ଉପାୟ ବହୁତ ହିଁ ଲାଭଦାୟକ ଅଟେ । ପ୍ରଥମେ ଆପଣ ଗୋଟିଏ ପାନ ପତ୍ରକୁ ନେଇ ତାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ୫ ରୁ ୬ ଟି କଞ୍ଚା ରସୁଣ ନେଇ ତାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଆପଣ ଏକ ଲୁହା କଢେଇ ନେଇ ସେଥିରେ ୧୦୦ ରୁ ୧୫୦ ଗ୍ରାମ ନଡିଆ ତେଲ ଦିଅନ୍ତୁ ।

ଏଥିରେ ଦୁଇ ରୁ ତିନି ଚାମଚ ମେଥି ଦାନା ମିଶାନ୍ତୁ । ଏଥିରେ ରସୁଣ ଓ ପାନ ପତ୍ର ମିଶାଇ ଦିଅନ୍ତୁ । ବର୍ତ୍ତମାନ ଆପଣ ଗ୍ୟାସକୁ କମ କରି ଏହାକୁ ଗରମ କରନ୍ତୁ । ସେହି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ ଯେଉଁ ସମୟ ପର୍ଯ୍ୟନ୍ତ ପାନ ପତ୍ର ଓ ରସୁଣ କଳା କଳା ନ ହୋଇ ଯାଇଛି । ଯେତେବେଳେ ଏହାର ରଙ୍ଗ ବଦଳିଯିବ ତେବେ ଆପଣ ଏହି ତେଲକୁ ଥଣ୍ଡା କରି ଗୋଟିଏ ପାତ୍ରରେ ଛାଣି ବାହାର କରି ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କ ତେଲ ପ୍ରସ୍ତୁତ ହୋଇଗଲା । ଆପଣ ଏହି ତେଲକୁ କୌଣସି ବି କାଚ ବୋତଲରେ ରଖି ପାରିବେ ।

କିନ୍ତୁ ତେଲକୁ ତିଆରି କରିବା ଠାରୁ ତାକୁ କେମିତି ପ୍ରୟୋଗ କରିବେ ଏହା ଜାଣିବା ନିହାତି ଆବଶ୍ୟକ । କିନ୍ତୁ ଏହି ତେଲକୁ ଲଗାଇବା ସମୟରେ ଆପଣ ଦୁଇଟି କଥା ପ୍ରତି ଧ୍ୟାନ ରଖିବେ ଯେମିତି ଏହି ତେଲ ଲଗାଇବା ପୂର୍ବରୁ ଆପଣଙ୍କ ମୁଣ୍ଡରେ ଅନ୍ୟ କୌଣସି ବି ତେଲ ଲାଗି ନ ଥିବା । ଏହି ତେଲକୁ ଲଗାଇବା ପୂର୍ବରୁ ଏହାକୁ ଭଲ ଭାବରେ ମିକ୍ସ କରି ଲଗାନ୍ତୁ । ଯଦି ଆପଣ ପୁରୁଷ ତେବେ ଏକ ଚାମଚ ଓ ମହିଳା ହେଲେ ଦୁଇ ଚାମଚ ନିଜ କେଶରେ ଲଗାନ୍ତୁ ।

ଆପଣ ଏହି ତେଲକୁ ନିଜର ଆଙ୍ଗୁଠି ଦ୍ଵାରା ନିଜ କେଶର ମୂଳରେ ଭଲ ଭାବରେ ମସାଜ କରନ୍ତୁ । ବର୍ତ୍ତମାନ ଆପଣ ଏହି ତେଲକୁ ନିଜ କେଶରେ ଲଗାନ୍ତୁ । ଏହି ତେଲକୁ ଆପଣ ସପ୍ତାହକୁ ଦୁଇରୁ ତିନି ଥର ଲଗାନ୍ତୁ । ତେଲ ଲଗାଇବା ପରେ ନିଜ କେଶକୁ କୌଣସି ଶ୍ୟାମ୍ପୁ ଦ୍ଵାରା ଧୋଇ ଦିଅନ୍ତୁ । କିଛି ଦିନ ବ୍ୟବାହାର କରିବା ପରେ ଆପଣ ଏହାର ଲାଭ ଦେଖି ପାରିବେ ।