କେବଳ 2 ମିନିଟରେ ମୋତି ଭଳି ଚମକିବ ଦାନ୍ତ, ଆଜି ହିଁ କରି ଦେଖନ୍ତୁ ଏହି ଚମତ୍କାରୀ ଘରୋଇ ଉପାୟ (Teeth Whitening Home Remedy)

ଦାନ୍ତ ଆମ ସୁନ୍ଦରତାକୁ ବଢାଇଥାଏ । କିନ୍ତୁ ଆମ ଦାନ୍ତ ଥରେ କଳା କିମ୍ବା ହଳଦିଆ ହୋଇଗଲେ ଯେତେ ରଗଡିଲେ ମଧ୍ୟ ତାହା ଭଲ ହୁଏ ନାହିଁ । ଦାନ୍ତ ଭଲ ନ ଦିଶୁଥିଲେ ଆମେ ମନ ଖୋଲି ହସିବାକୁ ମଧ୍ୟ କୁଣ୍ଠାବୋଧ କରିଥାଉ । ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ସହଜ ଏବଂ ଚମତ୍କାରୀ ଘରୋଇ ଉପାୟ ନେଇ ଆସିଛୁ । ଯାହାର ପ୍ରୟୋଗ କରିବା ଦ୍ଵାରା ଆପଣଙ୍କ ହଳଦିଆ କଳା ଦାନ୍ତକୁ କେବଳ ଦୁଇ ମିନିଟରେ ଧଳା କରିଦେବ ।

ଆପଣଙ୍କ ଦାନ୍ତ ସଫା କରିବା ପାଇଁ ଘରୋଇ ଉପଚାର ପ୍ରସ୍ତୁତ କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ଆବଶ୍ୟକ ହେବ କିଛି କଫି ପାଉଡର, ଯାହା ଆପଣଙ୍କ ଦାନ୍ତରେ ଚମକ ଆଣିବାରେ ସାହାଯ୍ୟ କରିବ । ଏଥିପାଇଁ ଏକ ଛୋଟ ଗିନାରେ ଏକ ଛୋଟ ଚାମୁଚ କଫି ପାଉଡର ନିଅନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଅଦା । ଅଦାରେ ଥିବା ଆଣ୍ଟି ଇନଫ୍ଲେମେଟୋରି ଗୁଣ ଆପଣଙ୍କ ପାଟି ଭିତରର କୋଷକୁ ସୁସ୍ଥ ଓ ସତେଜ ରଖିବା ସହ ଦାନ୍ତରେ ଚମକ ମଧ୍ୟ ଆଣିଥାଏ ।

ଏଥିପାଇଁ ଏକ ଛୋଟ ଖଣ୍ଡ ଅଦାକୁ ଚୋପା ଛଡେଇ ଭଲ ଭାବେ ଗ୍ରେଟ କରି ନିଅନ୍ତୁ । ପୂର୍ବରୁ ଗିନାରେ କାଢି ରଖିଥିବା କଫି ପାଉଡରରେ ଏହି ଗ୍ରେଟ ହୋଇଥିବା ଅଦାରୁ ଚିମୁଟାଏ ନେଇ ମିଶାଇ ଦିଅନ୍ତୁ । ଏବେ ଆପଣଙ୍କୁ ଆବଶ୍ୟକ ହେବ କିଛି ଟୁଥ ପେଷ୍ଟର ।

ଆପଣ ସେହି ଟୁଥ ପେଷ୍ଟ ଏଥିରେ ବ୍ୟବହାର କରନ୍ତୁ ଯାହା ଆପଣ ପ୍ରତିଦିନ ଦାନ୍ତ ଘଷିବା ପାଇଁ ବ୍ୟବହାର କରିଥାନ୍ତି ।ନଚେତ କୋଲଗେଟ ମଧ୍ୟ ନେଇପାରିବେ । ଏବେ ଆପଣ ଯେତିକି ପେଷ୍ଟରେ ସବୁଦିନ ଦାନ୍ତ ଘଷନ୍ତି ସେତିକି ପେଷ୍ଟ ନେଇ ସେହି କଫି ଆଉ ଅଦାରେ ପକାନ୍ତୁ । ଏବେ ଆପଣଙ୍କୁ ଆବଶ୍ୟକ ହେବ ଏକ ଛୋଟ ଚାମୁଚ ନଡିଆ ତେଲ । ନଡିଆ ତେଲ ଆମ ମାଢି ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଆମ ମାଢି ସୁସ୍ଥ ରହିଲେ ହିଁ ଦାନ୍ତ ମଧ୍ୟ ସୁସ୍ଥ ରହିଥାଏ । ନଡିଆ ତେଲ ମାଢି ଫୁଲାକୁ କମ୍ କରିବା ସହ ଦାନ୍ତ ଆଖପାଖରେ ଥିବା ଯେକୌଣସି ବ୍ୟାକ୍ଟେରିଆଙ୍କୁ ନଷ୍ଟ କରିଦିଏ । ବର୍ତ୍ତମାନ ଆପଣ ଏହି ସମସ୍ତ ସାମଗ୍ରୀକୁ ଏକାଠି ମିଶାଇ ଦିଅନ୍ତୁ ।

ଏହାକୁ ସେତେ ପର୍ଯ୍ୟନ୍ତ ମିଶାନ୍ତୁ ଯେତେ ଯାଏଁ କଫି ଏବଂ ଅନ୍ୟ ସାମଗ୍ରୀ ଗୁଡିକ ଭଲ ଭାବେ ମିଶି ଏକ ମାଟିଆ ରଙ୍ଗର ପେଷ୍ଟ ପ୍ରସ୍ତୁତ ନ ହୋଇଛି । ଆପଣ ପ୍ରତିଦିନ ଯେତିକି ପେଷ୍ଟ ନେଇ ଦାନ୍ତ ଘଷନ୍ତି ଏହି ପେଷ୍ଟରୁ ସେତିକି ନେଇ ୨-୩ ମିନିଟ ପର୍ଯ୍ଯନ୍ତ ଭଲଭାବେ ଘଷନ୍ତୁ ଓ ଏହାପରେ ଏକ ମିନିଟ ଦାନ୍ତରେ ଲାଗି ରହିବାକୁ ଦିଅନ୍ତୁ । ତା’ପରେ ଭଲ ଭାବେ ପାଟି ଧୋଇ ଦିଅନ୍ତୁ ।

ଆପଣ ଏହି ଉପାୟକୁ ସପ୍ତାହରେ କେବଳ ତିନି ଦିନ ପ୍ରୟୋଗ କରି ଦେଖନ୍ତୁ ଓ ଅଲଗା ଦିନ ସାଧାରଣ ପେଷ୍ଟରେ ଦାନ୍ତ ଘଷନ୍ତୁ । ଦେଖିବେ ଆପଣଙ୍କ ଦାନ୍ତ ଏକଦମ ପରିଷ୍କାର ହୋଇ ମୋତି ଭଳି ଚମକିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।