ଏହି ଟ୍ୟାକ୍ସି ବାଲା ନିଜର ସବୁକିଛି ବିକ୍ରି କରି ବଞ୍ଚାଇ ଥିଲା ଏହି ଝିଅଟିର ଜୀବନ, 3 ବର୍ଷ ପରେ ଝିଅଟି ଏମିତି ସୁଝିଲା ଋଣ !

ରାଜବୀର ନାମକ ଜଣେ ଟ୍ୟାକ୍ସି ଡ୍ରାଇଭର ଦିଲ୍ଲୀର ରାଜରାସ୍ତାରେ ନିଜର ଟ୍ୟାକ୍ସି ନେଇ ଯାଉଥିଲା । ରାସ୍ତାରେ ଯାଉଥିବା ସମୟରେ ଅଚାନକ ସେ ଦେଖିଲା କି ରାସ୍ତାରେ ଭିଡ ଲାଗିଛି । ରାଜବୀର ଯେତେବେଳେ ସେହି ଭିଡ ପାଖକୁ ଯାଇ ଦେଖିଲା ତେବେ ତାର ହୋସ ଉଡି ଗଲା । କାରଣ ସେଠି ଜଣେ ସୁନ୍ଦର ଯୁବତୀ ରକ୍ତରେ ଜୁଡୁବୁଡୁ ହୋଇ ରାସ୍ତାରେ ପଡିଥିଲା । ରାଜବୀର ଦେଖିଲା କି ସେଠି ୫୦୦ ପାଖାପାଖି ଲୋକମାନଙ୍କ ଭିଡ ଲାଗିଛି । ତଥାପି ସେହି ଯୁବତୀକୁ କେହି ବି ସାହାର୍ଯ୍ୟ କରୁ ନ ଥିଲେ ।

ପଚାରିବା ପରେ ଜଣା ପଡିଲା କି ଗୋଟିଏ କାର ବାଲା ଏହି ଯୁବତୀକୁ ଧକା ମାରି ଚାଲି ଯାଇଛି । ରାଜବୀର କିଛି ଚିନ୍ତା ନ କରି ସଙ୍ଗେ ସଙ୍ଗେ ସେହି ଯୁବତୀକୁ ହସ୍ପିଟାଲ ନେଇ ଗଲା । ରାଜବୀର ସେହି ଯୁବତୀକୁ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ହସ୍ପିଟାଲ ନେଇ ଗଲା । ହସ୍ପିଟାଲରେ ଯୁବତୀର ଚିକିତ୍ସା ଚାଲିଲା ।

ହସ୍ପିଟାଲରେ ଭର୍ତ୍ତି ହେବାର ୩ ଘଣ୍ଟା ପରେ ରାଜବୀର ଡାକ୍ତରକୁ ଯୁବତୀର ଅବସ୍ଥା ବିଷୟରେ ପଚାରିଲେ । ତେବେ ଡାକ୍ତର କହିଲେ କି ଯୁବତୀର ଅବସ୍ଥା ବହୁତ ଖରାପ ଅଛି । ଦୁର୍ଘଟଣା କାରଣରୁ ଯୁବତୀର ଶରୀରରୁ ବହୁତ ରକ୍ତ ବାହାରି ଯାଇଛି । ରାଜବୀର କହିଲେ କି ଦୟାକରି ସେହି ଯୁବତୀର ଜୀବନ ବଞ୍ଚାଇ ଦିଅନ୍ତୁ । ଡାକ୍ତର କହିଲେ କି ଯୁବତୀ ବଞ୍ଚାଇବାର ଗୋଟିଏ ରାସ୍ତା ଅଛି ଯାହା ଦ୍ଵାରା ଯୁବତୀ ବଞ୍ଚି ପାରିବ । ଯୁବତୀର ମୁଣ୍ଡର ଅପରେସନ କରିବାକୁ ପଡିବ ଓ ଯାହା ପାଇଁ ୨ ଲକ୍ଷ ଟଙ୍କା ଦରକାର ଓ ୩ ବୋତଲ ରକ୍ତ ।

ରାଜବୀର ଶେଷରେ କୌଣସି ଉପାୟ ନ ପାଇ ନିଜର ଟ୍ୟାକ୍ସିକୁ ୨.୫ ଲକ୍ଷ ଟଙ୍କାରେ ବିକ୍ରି କରି ୨ ଲକ୍ଷ ଟଙ୍କା ଡାକ୍ତରକୁ ଦେଇ ଦେଲେ । ୩ ମାସ ପରେ ଯୁବତୀ ଜଣକ ସମ୍ପୂର୍ଣ ରୂପରେ ଠିକ ହୋଇଗଲେ । ଯୁବତୀକୁ ଯେତେବେଳେ ରାଜବୀର ବିଷୟରେ ଜଣା ପଡିଲା ତେବେ ସେ ରାଜବୀରକୁ ଆଲିଙ୍ଗନ କରି ବହୁତ କାନ୍ଦିଲେ । କହିଦେଉଛୁ କି ସେହି ଯୁବତୀର ନାଁ ଆସିମା ଭାନୁ ଥିଲା ଓ ସେ ରାଜସ୍ଥାନ ଜିଲ୍ଲାର ବାସିନ୍ଦା ଥିଲେ ଓ ଦୁର୍ଘଟଣା ଦିନ ଆସିମା କଲେଜରୁ ନିଜ ରୁମକୁ ଯାଉ ଥିଲେ । ସେହି ସମୟରେ ଏହି ଦୁର୍ଘଟଣା ହୋଇଥିଲା ।

ଏହି ଘଟଣାର ୩ ବର୍ଷ ପରେ ଦିନେ ଆସିମା ରାଜବୀର ଘରକୁ ଆସିଲେ । ପ୍ରଥମେ ତ ରାଜବୀର ଓ ତାର ମା ଆସିମାକୁ ଦେଖି ଚିହ୍ନି ପାରିଲେ ନାହିଁ । କିନ୍ତୁ ଶେଷରେ ରାଜବୀର ଆସିମାକୁ ଚିହ୍ନି ପାରିଲେ । ସେହି ସମୟରେ ରାଜବୀର ଗୋଟିଏ ଛୋଟ ଚାଳଘରେ ରହୁଥିଲେ । ଆସିମା କହିଲେ କି ଗତକାଲି ମୋତେ ଡିଗ୍ରୀ ମିଳିବ, ସେଠି ଆପଣ ଓ ମାକୁ ଆସିବାକୁ ପଡିବ । ବହୁତ କହିବା ପରେ ରାଜବୀର ଓ ତାର ମା ସେହି ହଲକୁ ଗଲେ ଓ ହଲରେ ସବୁଠୁ ପଛରେ ବସିଗଲେ ।

ରାଷ୍ଟ୍ରପତି ଯେତେବେଳେ ଆସିମାକୁ ଗୋଲ୍ଡ ମେଡାଲ ପିନ୍ଧାଇବା ଯାଉଥିଲେ ତେବେ ସେହି ସମୟରେ ଆସିମା କହିଲେ କି ଏହି ଗୋଲ୍ଡ ମେଡାଲର ଅସଲ ହକଦାର ମୋର ଭାଇ ଅଟେ । ଏହା ଶୁଣି ହଲରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଆସିମା ରାଜବୀର ବିଷୟରେ ସମସ୍ତଙ୍କୁ କହିଲେ । ଏହା ଶୁଣି ସେଠି ଉପସ୍ଥିତ ଥିବା ସମସ୍ତ ଲୋକମାନଙ୍କ ଆଖିରୁ ଲୁହ ଚାଲି ଆସିଲା ଓ ଶେଷରେ ଆସିମା ରାଜବୀରକୁ ଗୋଲ୍ଡ ମେଡାଲ ପିନ୍ଧାଇଲେ । କିଛି ଦିନ ପରେ ଆସିମାର ଚାକିରି ଲାଗି ଗଲା ଓ ସର୍ବେ ପ୍ରଥମେ ସେ ନିଜର ଭାଇକୁ ନୂଆ ଟ୍ୟାକ୍ସି କିଣି ଦେଲା । ବର୍ତ୍ତମାନ ସମସ୍ତେ ସମସ୍ତେ ଏକାଠି ରହୁଛନ୍ତି ।