Tattoo କରୁଛନ୍ତି କି ? ହୋଇଯାନ୍ତୁ ସତର୍କ, ଜାଣନ୍ତୁ Tattoo ଆରିବା କେତେ ନିରାପଦ, ଏହା ପାଇଁ କଣ ହୋଇଥାଏ ସ୍ୱାସ୍ଥ୍ୟ ସମସ୍ଯା

ଟାଟୁ କରୁଛନ୍ତି କି ? ତାହା ସୌନ୍ଦର୍ଜ୍ୟ ବଦଳରେ କରିଆରେ କ୍ଷତି । ହଁ ଦର୍ଶକ ବନ୍ଧୁ ଆଜିକାଲି ଟାଟୁ କରିବା ଲାଗି ସମସ୍ତଙ୍କର ଆଗ୍ରହ ଅଧିକ ରହିଛି । ଏମିତିକି ସବୁ ଆଡେ ତତଉ ଟ୍ରେଣ୍ଡ ବି ଚାଲିଛି । ଟାଟୁ କୁ ନେଇ ଏମିତି ଟ୍ରେଣ୍ଡ ବଢି ଚାଲିଛି କି ଛୋଟ ଠାରୁ ଆରମ୍ଭ କରି ବଡ ଯାଏଁ ସମସ୍ତେ ଟାଟୁ କରିବାକୁ ବେସ ଆଗ୍ରହୀ ହେଉଛନ୍ତି । ଏମିତି କି ସହର ହେଉ କି ଗାଁ ସବୁ ଆଡେ ଖୋଲା ଯାଇଛି ଟାଟୁ ଦୋକାନ ।

ଆଉ ଟାଟୁ ଦୋକାନ ରେ ଦେଖିବାକୁ ମିଳୁଛି ଅଧିକ ଗହଳି । କିଏ ହାତରେ ତ ଆଉ କିଏ ବେକରେ ଟାଟୁ କରୁଛି । ଭିନ୍ନ ଭିନ୍ନ ଷ୍ଟାଇଲ ରେ ଭିନ୍ନ ଭିନ୍ନ ରଙ୍ଗରେ କରୁଛନ୍ତି ଲୋକେ କରୁଛନ୍ତି ଟାଟୁ । ହେଲେ ଏହା ଜୀବନ ପ୍ରତି ବିପଦ ଆଣୁଥିବା ନେଇ ଏବେ ଚର୍ଚ୍ଚା ହେଉଛି । ଏହା ପରେ ଯେଉଁ ମାନେ ଟାଟୁ କରୁଛନ୍ତି ସେମାନଙ୍କର ବଢିଲାଣି ଚିନ୍ତା । ଟାଟୁ କରିବାକୁ ହେଲେ ଛୁଞ୍ଚି, ରଙ୍ଗରେ ଭିନ୍ନ ଭିନ୍ନ ଚିତ୍ର ବା କିଛି ନାମ ଲେଖିବାର ଟ୍ରେଣ୍ଡ ଚାଲିଛି ।

ହେଲେ ଆଜିର ଯୁବ ପିଢୀ ଟାଟୁ ନାଁ ରେ ନିଜର ପ୍ରାକୃତିକ ସୌନ୍ଦର୍ଜ୍ୟ କୁ ନଷ୍ଟ କରିବା ସହ ପ୍ଲାଷ୍ଟିକ ସର୍ଜରୀ ଭଳି ଉପାୟକୁ ଆପଣେଇଛନ୍ତି । ହେଲେ ସାମାନ୍ୟତମ ଅସାବଧନତା ହେଲେ ଜୀବନ ପ୍ରତି ବଡ ବିପଦ ସୃଷ୍ଟି ହେବାକୁ ସେମାନେ ଭୁଲି ଯାଉଛନ୍ତି । ଟାଟୁ କରିବା ବେଳେ ବ୍ଯବହୃତ ଛୁଞ୍ଚି ଉପରେ ଗୁରୁତ୍ଵ ଦେବାର ଜରୁରତ ଅଛି । ଏମିତିକି ଟିକେ ଅବହେଳା ହେଲେ ଏଡ୍ସ ମଧ୍ୟ ହୋଇପାରେ ।

ଖାଲି ଏତିକି ନୁହେଁ ବରଂ ଟାଟୁ କରିବା ପରେ ପାଣି ଫୋଟକା, ଟାଟୁ ଚାରିପାରେ କୁଣ୍ଡାଇ ହେବା, ବିରି ବିରି ହୋଇ ନାଲି ପଡିବା ଏବଂ ଚର୍ମ କର୍କଟ ରୋଗ ବି ଦେଖାଯାଏ । ଏମିତିକି ଏମଆରଆଇ କରିବା ବେଳେ ଅନେକ ସମସ୍ଯା ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଉହାନ୍ତି । ବିଶେଷଜ୍ଞ ଙ୍କ କହିବା ଅନୁଯାୟୀ ଟାଟୁ ଶରୀର ରେ କରିବା ଅନୁଚିତ ।

ଯଦି କେହି ଟାଟୁ କରୁଛନ୍ତି ତେବେ ଶରୀର ର କୌଣସି ସଂବେଦନଶୀଳ ସ୍ଥାନରେ ସେମାନେ ଟାଟୁ କରିବା ଅନୁଚିତ । ହେଲେ ଆଜି ର ଯୁଗରେ ଯୁବ ପିଢି ମାନେ ଯେଉଁଠି ଇଚ୍ଛା ହେଲା ଯେମିତି ଇଚ୍ଛା ହେଲା ସେମିତି କରୁଛନ୍ତି ଟାଟୁ । ତେବେ ବାସ୍ତବରେ ଟାଟୁ ଶରୀର ପାଇଁ କି କି କ୍ଷତି କରେ ସେ ନେଇ ଡାକ୍ତର କହୁକନ୍ତି କି ଶରୀର ପାଇଁ ଟାଟୁ କ୍ଷତିକାରକ ଅଟେ । ଏହା ଦ୍ଵାରା ଶରୀର ରେ ଯେ କୌଣସି ଜାଗାରେ ଇନ୍ଫକେସନ ମଧ୍ୟ ହୋଇପାରେ । ତେଣୁ ଟାଟୁ କରିବା ଜମା ବି ଉଚିତ ନୁହେଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।