‘ତୁ ମୋତେ 8 ଲକ୍ଷ ଦେବୁ, ନହେଲେ ଦେଖେଇ ଦେବି ତପସ୍ଵିନୀ ଦାଶ କିଏ’- ଭିଡିଓ ଭାଇରାଲ କରି Tapaswini ଙ୍କ ଅସଲି ମୁଖା ଖୋଲିଦେଲେ Sumit, ଦେଖନ୍ତୁ video

ବ୍ରହ୍ମପୁର ତପସ୍ଵିନୀ ଏବଂ ସୁମିତଙ୍କ ବୈବାହିକ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଅସଂଖ୍ଯ ଅସଂଖ୍ଯ ଲୋକ ତପସ୍ଵିନୀଙ୍କ ସମର୍ଥନରେ ବାହାରୁଥିବା ବେଳେ ଏହି ମାମଲାରେ ଆସିଛି ଏକ ନୂଆ ଟ୍ଵିଷ୍ଟ । ସୁମିତ ଏବେ ଏପରି ଏକ ଭିଡିଓ ଭାଇରାଲ କରିଛନ୍ତି ଯାହା ତପସ୍ଵିନୀଙ୍କ ସତ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ଭାଇରାଲ ଭିଡିଓରେ ଆପଣ ଦେଖି ପାରୁଥିବେ କି ତପସ୍ଵିନୀ ଏବଂ ସୁମିତ ଏକୁଟିଆ କେଉଁ ସ୍ଥାନରେ ଥିବାବେଳେ ସେମାନଙ୍କ ମଧ୍ୟରେ କିଛି କଥା କଟାକଟି ହେଉଛି ।

ଏହି ଭିଡିଓକୁ ତପସ୍ଵିନୀଙ୍କ ଅଜାଣତରେ ସୁମିତ ନିଜେ ରେକର୍ଡି॰ କରୁଛନ୍ତି । ତପସ୍ଵିନୀ ଏକଦମ ବେପରୁଆ ଢଙ୍ଗରେ ଚାଲୁଛନ୍ତି ଓ କଥା ହେଉଛନ୍ତି । ତପସ୍ଵିନୀ ଏକ କୁର୍ତ୍ତି ଓ ଲେଗିଙ୍ଗସ୍ ପିନ୍ଧିଛନ୍ତି, ମୁହଁରେ ମାସ୍କ ବି ଲଗେଇଛନ୍ତି ଆଉ ଫୋନରେ କାହା ସହ ଚାଟିଂ ମଧ୍ୟ କରୁଛନ୍ତି । ସୁମିତଙ୍କୁ ସନ୍ଦେହ ହେଉଛି ଯେ ତପସ୍ଵିନୀ ତାଙ୍କ ଫଟୋ କାହାକୁ ପଠାଉଛନ୍ତି ଓ ସେ ତାଙ୍କୁ ହ୍ଵାଟ୍ସଆପ୍ ଦେଖାଇବାକୁ କହୁଛନ୍ତି ।

ତପସ୍ଵିନୀ ବି ସୁମିତଙ୍କୁ ଯାହା ସାଙ୍ଗେ ଚାଟ୍ କରୁଛନ୍ତି ଦେଖାଇ ଦେଉଛନ୍ତି । ସେଠାରେ ତପସ୍ଵିନୀ କାହାକୁ ସୁମିତଙ୍କ ଫଟୋ ପଠାଇଥିବା ତ ଦେଖିବାକୁ ମିଳୁନି, କିନ୍ତୁ ଚାଟ୍ ଦେଖିବା ପରେ ସୁମିତ ସାଙ୍ଗେ ସାଙ୍ଗେ ପ୍ରଶ୍ନ କରୁଛନ୍ତି କି ସଞ୍ଜିତ ବାରିକ କିଏ ? ଏହାର ଉତ୍ତର ତପସ୍ଵିନୀ କିଛି ବି ଦେଉ ନାହାନ୍ତି । ଓଲଟା ସୁମିତଙ୍କୁ ବାହା ହୋଇ ତାଙ୍କ ଜୀବନ ବରବାଦ ହୋଇଗଲା ବୋଲି କହୁଛନ୍ତି ।

ଯଦି ସେ ଏସବୁ ଆଗରୁ ଜାଣିଥାନ୍ତେ ତେବେ କେବେ ହେଲେ ମ୍ୟାରେଜ କରି ନଥାନ୍ତେ ବୋଲି କହୁଛନ୍ତି । ସବୁଠୁ ବଡ କଥା ହେଲା ସୁମିତ ଓ ତପସ୍ଵିନୀ ଉଭୟଙ୍କ ସହ ତୁ ତା କରି କଥା ହେଉଛନ୍ତି । ଏହି ଭିଡିଓରେ ତପସ୍ଵିନୀ ସୁମିତଙ୍କୁ ୮ ଲକ୍ଷ ଟଙ୍କା ମାଗୁଥିବାର ଦେଖିବାକୁ ମିଳୁଛି । ‘୮ ଲକ୍ଷ ଟଙ୍କା ଦିଅ ମୁଁ ମୋ ବାଟରେ ଯିବି ତୁମେ ତୁମ ବାଟରେ ଯିବ, ତୁମ ପାଇଁ ମୋର କିଛି ବି ଇଣ୍ଟରେଷ୍ଟ ନାହିଁ’ ବୋଲି ତପସ୍ଵିନୀ ସିଧାସଳଖ କହୁଛନ୍ତି ।

ଏପରିକି ସେ କୁଆଡେ ଯିବେ କଣ କରିବେ ସବୁ ସେଟିଂ କରି ସାରିଲେଣି ବୋଲି ବି କହୁଛନ୍ତି । ଏହାସହ ସେ ସୁମିତଙ୍କ ପରିବାରକୁ ବରବାଦ କରିଦେବେ ବୋଲି ଧମକ ମଧ୍ୟ ଦେଉଛନ୍ତି ।ଯେମିତି ତାଙ୍କ ଲାଇଫ ଖରାପ ହେଇଛି ସେମିତି ସେ ସମସ୍ତଙ୍କ ଲାଇଫ ଖରାପ କରିବେ ବୋଲି କହୁଛନ୍ତି । ତପସ୍ଵିନୀ ସୁମିତଙ୍କ ସହ ଚ୍ୟାଲେଞ୍ଜ କରୁଛନ୍ତି କି ଦେଖ ମୁଁ କେମିତି ତୁମ ଲାଇଫ ବରବାଦ କରିବି ।

ଏହି ଭିଡିଓ ଦେଖିବା ପରେ ନିଶ୍ଚିତ ଭାବେ ଅନେକଙ୍କ ମନରେ ତପସ୍ଵିନୀଙ୍କ ପାଇଁ ସନ୍ଦେହ ସୃଷ୍ଟି ହେଉଛି । ଏହି ଭିଡିଓ ଦେଖିବା ପରେ ଆପଣଙ୍କ ମତ କ’ଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।