ଘରେ ଟଙ୍କାର ଅଭାବ ଲାଗି ରହୁଥିଲେ କରନ୍ତୁ ଏହି ଉପାୟ, ଏହା ସହିତ ପଢନ୍ତୁ ଆଜିର 10 + Anuchinta

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେଉଁ ଠାରେ ଅଳିଆ ଆବର୍ଜନା ଥାଏ ସେହିଠାରେ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ । ସେଥିପାଇଁ ଆମେ ସବୁବେଳେ ଘର ଦୁଆରକୁ ସଫା ସୁତୁରା ରଖିବା ଉଚିତ ଯାହା ଦ୍ଵାରା ଆମ ଘରକୁ ଲକ୍ଷ୍ମୀ ପ୍ରବେଶ କରିବେ । ଏମିତି କିଛି ଉପାୟ କରିବେ ଯାହା ଦ୍ଵାରା ମା ଲକ୍ଷ୍ମୀ ସବୁବେଳେ ଆମ ଘରେ ରହିଥିବେ । ସେଥିପାଇଁ ଆପଣଙ୍କୁ କିଛି ନୀତି ନିୟମ ବିଷୟରେ କହିବୁ ଯାହାକି ଆପଣମାନେ ମାଣିଲେ ତାହା ଆପଣଙ୍କ ପାଇଁ ବହୁତ ମଙ୍ଗଲ ରହିବ ।

୧ –  ପଇସା ଅଭାବ ପ୍ରାୟ ଅଧିକାଂଶ ଲୋକଙ୍କର ମୁଖ୍ୟ ସମସ୍ୟା ରୂପେ ଦେଖା ଦେଇଥାଏ ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଉପାୟ କରିବା ଦ୍ଵାରା ଏହା ଦୂର କରାଯାଇପାରେ ।

୨ – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ପୁର୍ଣିମା ଦିନ ସକାଳୁ ଓସ୍ତ ଗଛରେ ଜଳ ଦେବା ଦ୍ଵାରା ଏବଂ ଲକ୍ଷ୍ମୀ ମନ୍ତ୍ର ଜପ କରିବା ଦ୍ଵାରା ଧୀରେ ଧୀରେ ପଇସାର ଅଭାବ ଦୂର ହୋଇଥାଏ ।

୩ – ଘରେ ଅଟା ରଖୁଥିବା ଜାଗାରେ ପଞ୍ଚୋଟି ତୁଳସୀପତ୍ର ରଖିବା ଉଚିତ ଏବଂ ଶନିବାର ଦିନ ଅଟା ସହିତ ଅଳ୍ପ ଚଣା ଗୁଣ୍ଡ ମିଶାଇବା ଦ୍ଵାରା ବସ୍ତୁ ଦୋଷ ଦୂର ହେବା ସହିତ ପଇସା ଅଭାବ ଦୂର ହୋଇଥାଏ ।

୪ – କୌଣସି ମାସର ଶୁକ୍ଲ ପକ୍ଷରେ ଗୋଟିଏ ନୋଟରେ ଲାଲସୂତାବାନ୍ଧି ରାଧାକୃଷ୍ଣଙ୍କ ଫଟ ପଛରେ ଲୁଚାଇ କରି ରଖିବା ଉଚିତ ଏହିପଋ କିଛି ଦିନ କରିବା ଦ୍ଵାରା ମନସ୍କାମନା ପୂର୍ଣ ହୋଇଥାଏ ଏବଂ ପଇସାର ଅଭାବ ଦୂର ହୋଇଥାଏ ।

୫ – କୌଣସି ଶୁଭ ଦିନରେ ଖଣ୍ଡିଏ ରେଶମ କପଡାରେ ଏକଉସିଟି ଗୋଟାଚାଉଳ ବାନ୍ଧି ତାକୁ ଲକ୍ଷ୍ମୀ ପାଖରେ ପୂଜା କରି ପଇସା ରଖୁଥିବା ସ୍ଥାନରେ ରଖିବା ଦ୍ଵାରା ପଇସା ଅଭାବ ଦୂର ହୋଇଥାଏ ।

୬ – ଶୁକ୍ରବାର ଦିନ କାଳି ମନ୍ଦିରରେ ଧୂପ ଦେଇ ପୂଜା କରିବା ଦ୍ଵାରା ଏବଂ ମାନସିକ କରିବା ଦ୍ଵାରା ଘରେ ଅଶୁଭତ୍ଵ ଦୂର ହୋଇଥାଏ ତା ସହିତ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

 

୭ – ବ୍ୟବସାୟରେ ଉନ୍ନତି ପାଇଁ ସକାଳୁ ଦୁଇଟି ତୁଲସୀ ପତ୍ର ଖାଇବା ଉଚିତ ଏବଂ ପ୍ରତ୍ୟେକ ବୁଧୁବାର ଦିନ ମନ୍ଦିରରେ ଗଣେଶଙ୍କୁ ଦର୍ଶନ କଲେ ଆର୍ଥିକ ଲାଭ ହୋଇଥାଏ ।

୮ – ନିଜର କ୍ୟରିୟର ଭଲଭାବେ ତିଆରି କରିବା ପାଇଁ ହେଲେ ମଝି ଆଙ୍ଗୁଠିରେ ଲୁହାର ମୁଦି ପିନ୍ଧିବା ଉଚିତ ଏବଂ ଶନିବାର ଦିନ ଗରିବ ଲୋକଙ୍କୁ ପଇସା ଦାନ କଲେ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ।

୯ – ଆକସ୍ମିକ ଧନଲାଭ କରିବା ପାଇଁ ହେଲେ ଗୁରୁବାର ଦିନ ନଦୀରେ ଦୁଇଟି ହଳଦୀ ଖଣ୍ଡ ପ୍ରବାହିତ କରିବା ଉଚିତ ଏବଂ ବଞ୍ଚିଥିବା ଗଛ କାଟିବା ଉଚିତ ନୁହେଁ ।

୧୦ –   ସୁଖ ଶାନ୍ତିରେ ଜୀବନ କାଟିବା ପାଇଁ ହେଲେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ତୁଲସୀ ଗଛ ମୂଳରେ ଘିଅ ଦୀପ ଜଳାଇବା ଉଚିତ ଏବଂ ରବିବାର ଦିନ ଦୀପ ଜଳାଇବା ଉଚିତ ନୁହେଁ ।

୧୧ – ପଇସା ଲଗାତାର ଆସିବା ପାଇଁ ହେଲେ ଘର ପାଖରେ ଫୁଲ ଗଛ ଲଗାଇବା ଉଚିତ ତା ସହିତ ପିଲାମାନଙ୍କୁ ମିଷ୍ଟାନ କିମ୍ବା ଚକୋଲେଟ ବାଣ୍ଟିବା ଦ୍ଵାରା ମଙ୍ଗଳ ହୋଇଥାଏ ।

୧୨ – ଘରେ ଅଯଥା ଖରଚ ରୋକିବା ପାଇଁ ହେଲେ ଏବଂ ସୁଖ ଶାନ୍ତି ବୃଦ୍ଧି କରିବା ପାଇଁ ହେଲେ ଆମ୍ବ ପାତ୍ର ଦୁଆର ମୁହଁରେ ଟଙ୍ଗିବା ଉଚିତ ଏବଂ ଏହା ଦ୍ଵାରା ଅଶୁଭତ୍ଵ ଦୂର ହୋଇଥାଏ ।

୧୩ – ଘରେ ପଇସା ଅଭାବ ନ ହବା ପାଇଁ ହେଲେ ଏବଂ ଅଯଥା ଖରଚ ରୋକିବା ପାଇଁ ଘରେ ଅଳିଆ ଜିନିଷ ହଟାଇ ଦେବା ଉଚିତ ଏବଂ ଯେଉଁ ଜୋଟା ଚପଲ ବ୍ୟବହାର ହେଉଥାଏ ତାକୁ ଘରେ ରଖିବା ଉଚିତ ନୁହେଁ ।

୧୪ – ଘରେ ସବୁବେଳେ ଆର୍ଥିକ ଲାଭ ପ୍ରାପ୍ତ କରିବା ପାଇଁ ହେଲେ ଏବଂ ପଇସାର ଅଭାବ ନ ହବ ପାଇଁ ହେଲେ ସବୁ ଦିନ ଚନ୍ଦନ ଧୂପ ଲଗାଇବା ଉଚିତ ଏବଂ ଘରର ମହିଳାଙ୍କୁ ସନମାନ କରିବା ଉଚିତ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।