ସତରେ କଣ ଟି-20 ଫର୍ମାଟରୁ ସନ୍ନ୍ୟାସ ନେବେ Rohit Sharma, KL Rahul ଓ ଅନ୍ୟ ସିନିୟର ଖେଳାଳି ? ପୁରା ସତ ଜାଣିଲେ ଆପଣଙ୍କ ମୁଣ୍ଡ ବୁଲେଇ ଦେବ

କୋଟି କୋଟି ଭାରତୀୟ କ୍ରିକେଟପ୍ରେମୀଙ୍କୁ ନିରାଶ କରି ଚଳିତ ଟି-20 ବିଶ୍ଵକପରୁ ବିଦା ହେଲା ଟିମ୍ ଇଣ୍ଡିଆ । ତେବେ ଏହାରି ମଧ୍ୟରେ ଦଳର ସିନିୟର ଖେଳାଳିଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଅର୍ଥାତ ରୋହିତ ଶର୍ମା, କେ.ଏଲ ରାହୁଲ, ଅଶ୍ଵିନ, ଦିନେଶ କାର୍ତ୍ତିକ ଓ ବିରାଟ କୋହଲି ଆଦି ସିନିୟର ଖେଳାଳି ଆଉ ଟି-20 ଫର୍ମାଟରେ ଖେଳିବେ ନାହିଁ ବୋଲି ଶୁଣିବାକୁ ମିଳୁଛି । ବିଶ୍ଵକପ ସେମିଫାଇନାଲ ମ୍ଯାଚ ହାରିବା ପରେ ଏହି ସିନିୟର କ୍ରିକେଟର ମାନେ ସତରେ କଣ ଟି-20 ଫର୍ମାଟରୁ ସନ୍ନ୍ୟାସ ନେବା ପାଇଁ ସ୍ଥିର କରିଛନ୍ତି ?

ଏନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ତେବେ ଆମେ ଆପଣଙ୍କୁ କହିବୁ ଏହି ଖବର ପଛର ସତ୍ୟତା । ସତ ହେଉଛି କି, ସିନିୟର ଖେଳାଳିମାନେ ଦଳରେ ନିଜ ସ୍ଥାନକୁ ନେଇ ବେଶ ଅସୁରକ୍ଷିତ ମନେକରନ୍ତି । ସେଥିପାଇଁ ସବୁ ଟି-20 ମ୍ଯାଚରେ ଏମାନେ ଜାଗା ମାଡି ବସୁଥିବାର ଦେଖିବାକୁ ମିଳେ । ଚଳିତ ଟି-20 ବିଶ୍ଵକପରେ ମଧ୍ୟ ସିନିୟର ଖେଳାଳିମାନେ ହିଁ ସବୁଠୁ ଅଧିକ ମ୍ଯାଚ ଖେଳିଥିବା ନଜର ଆସିଥିଲା ।

ଅନ୍ୟପଟେ 50 ଓଭର ODI ମ୍ଯାଚ ଖେଳିବା ପାଇଁ ଶୁଭମାନ ଗିଲ୍, ଶ୍ରେୟସ ଆୟର, ସାଞ୍ଜୁ ଶାମସନ ଓ ଶିଖର ଧାବନଙ୍କୁ ସୁଯୋଗ ଦେଲେ । ଏମାନେ ଭଲ ପ୍ରଦର୍ଶନ କରି ଦଳରେ ନିଜ ସ୍ଥାନ ମଧ୍ୟ ପକ୍କା କଲେ । ଆସନ୍ତା ବର୍ଷ ODI ବିଶ୍ଵକପ ଥିବାବେଳେ ସିନିୟର ଖେଳାଳିମାନେ ଏମାନଙ୍କ ବଦଳରେ ଦଳରେ ଆସି ସ୍ଥାନ ନେବେ । ତା’ପରେ ପୁଣି ଥରେ ଟି-20 ଫର୍ମାଟରେ ଖେଳିବା ଆରମ୍ଭ କରିଦେବେ ଏହି ସିନିୟର ଖେଳାଳି ।

କାରଣ 2024 ରେ ପୁଣି ଥରେ ଟି20 ବିଶ୍ଵକପ ହେବ ଏବଂ ପ୍ରଥମ ଥର USA ରେ ଏହା ଆୟୋଜିତ ହେବ । ତେବେ ସିନିୟର ଖେଳାଳିମାନେ ଟି-20 ବିଶ୍ଵକପରୁ ସନ୍ନ୍ୟାସ ନେବା ଖବର ଏକ ଡ୍ରାମା କହିଲେ ଭୁଲ ହେବନାହିଁ । କାରଣ ଏମାନେ ଯୁବ ଖେଳାଳୟଙ୍କ ସ୍ଥାନ ହରଣ କରି ODI ବିଶ୍ଵକପରେ ସ୍ଥାନ ନେବାକୁ ଏବେ ଲକ୍ଷ୍ୟ ରଖିବେ । ଏହିପରି ଭାବେ ଟି-20 ଫର୍ମାଟରୁ ସନ୍ନ୍ୟାସ ବାହାନାରେ ଚତୁରତାର ସହ ODI ବିଶ୍ଵକପରେ ସ୍ଥାନ ମାଡି ବସିବେ ।

ଖରାପ ଖେଳିବା ସତ୍ତ୍ୱେ ଦଳର ଭଲ ଭଲ ଯୁବ ଖେଳାଳିଙ୍କ ବଦଳରେ ସିନିୟରମାନେ ଖେଳିବା ନିହାତି ଭାବେ ବିଡମ୍ବନାର ବିଷୟ । ତେଣୁ ଭାରତୀୟ ଦଳରେ ଏକ ବଡ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କ୍ରିକେଟପ୍ରେମୀ ମାନେ ନିଶ୍ଚୟ ହୃଦୟଙ୍ଗମ କରି ପାରୁଥିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।