T20 ଫର୍ମାଟରେ ନିଜ ଦବଦବା ଜାରି ରଖିଛନ୍ତି Suryakumar Yadav, ICC ତାଙ୍କୁ ଏହି ବଡ ସମ୍ମାନରେ ସମ୍ମାନିତ କରିବାକୁ ଯାଉଛି !

କମ୍ ହେଉନି ସୂର୍ଯ୍ୟଙ୍କ ଚମକ । ହାତେଇଲେ ଆଇସିସି ଟି20 କ୍ରିକେଟର ଅଫ ଦି ଇୟର ଟାଇଟଲ । ଏବେ ଟି2- କ୍ରିକେଟ ଦୁନିଆରେ ନିଜ ଦବଦବା ଜାରି ରଖିଛନ୍ତି ସୂର୍ଯ୍ୟକୁମାର ଯାଦବ । ପରକୁ ପର ବି-ସ୍ଫୋ-ର-କ ଇନିଂସ ଖେଳି ଟି20 ଫର୍ମାଟର ସବୁଠୁ ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ ହୋଇଛନ୍ତି ସୂର୍ଯ୍ୟ । ମହମ୍ମଦ ରିଜୱାନ ଓ ସାମ୍ କୁରନ ସମସ୍ତଙ୍କୁ ପଛରେ ପକାଇ ନିଜ ତେଜ ଦେଖାଇଛନ୍ତି ସୂର୍ଯ୍ୟକୁମାର ।

ସୂର୍ଯ୍ୟ ଏମିତି ଆଶ୍ଚର୍ଯ୍ୟଜନକ ସଟ୍ ଖେଳନ୍ତି ଯେ ଯାହା ବିପକ୍ଷ ଦଳ ଓ ଦର୍ଶକଙ୍କ ସମେତ ନାମୀଦାମୀ କ୍ରିକେଟର ମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦିଏ । ଯେତିକି ସମୟ ମଇଦାନରେ ରୁହନ୍ତି ଛକା ଚଉକା ମାରି ଫ୍ୟାନ୍ସଙ୍କ ହୃଦୟ କିଣି ନିଅନ୍ତି ସୂର୍ଯ୍ୟ । ତେବେ 2022 ବର୍ଷରେ ସୂର୍ଯ୍ୟଙ୍କ ଦମଦାର ଖେଳ ପାଇଁ ଆଇସିସି ତାଙ୍କୁ ବଡ ସମ୍ମାନରେ ସମ୍ମାନିତ କରିବାକୁ ଯାଉଛି । ସୂର୍ଯ୍ୟକୁମାର ଯାଦବଙ୍କୁ “ଆଇସିସି ଋ20 କ୍ରିକେଟର ଅଫ ଦି ଇୟର” ଭାବେ ଚୟନ କରାଯାଇଛି ।

ଅର୍ଥାତ ବର୍ତ୍ତମାନ ଟି20 ଫର୍ମାଟରେ ସୂର୍ଯ୍ୟକୁମାର ବିଶ୍ଵର ସବୁଠୁ ଶ୍ରେଷ୍ଠ ଖେଳାଳି ଭାବେ ପରିଚିତ ପାଇବେ । ଗତ ବର୍ଷ ଲଗାତାର ସୂର୍ଯ୍ୟକୁମାରଙ୍କ ସୁପର ଶୋ’ ଦେଖିବାକୁ ମିଳିଥିଲା । ମୋଟ 31ଟି ମ୍ଯାଚ ଖେଳି 1164 ରନ୍ କରିଥିଲେ ସୂର୍ଯ୍ୟ ଏବଂ ଷ୍ଟ୍ରାଇକ ରେଟ୍ ରହିଥିଲା 187.43 । ଯାହା ଅନ୍ୟ ସମସ୍ତ ଖେଳାଳିଙ୍କ ଠାରୁ ବେଶ ଅଧିକ ଥିଲା ।

ଗୋଟିଏ ବର୍ଷରେ ଟି20 ଫର୍ମାଟରେ 1000 ରନ୍ କରିଥିବା ପ୍ରଥମ ଭାରତୀୟ ହୋଇଥିଲେ ସୂର୍ଯ୍ୟ । କହିବାକୁ ଗଲେ ଗତବର୍ଷ ଏକପ୍ରକାର ସୂର୍ଯ୍ୟଙ୍କ ଜାଦୁ ଚାଲିଥିଲା । ସେ ଗତବର୍ଷ 68ଟି ଛକା ମାରିଥିଲେ ଯାହା ପୂର୍ବରୁ କୌଣସି ଖେଳାଳି ମାରି ନଥିଲେ । ସେ ଏକାକୀ ଟିମ୍ ଇଣ୍ଡିଆକୁ ମ୍ଯାଚ ବିଜୟୀ କରିବାର ଦକ୍ଷତା ରଖନ୍ତି । ଟିମ୍ ଇଣ୍ଡିଆ ମଧ୍ୟ ଏବେ ଟି20 ଫର୍ମାଟରେ ଏକ ନମ୍ବର ଟିମ୍ ଭାବେ ସ୍ଥାନ ପାଇଛି ।

ସୂର୍ଯ୍ୟକୁମାରଙ୍କ ଟି20 ରେକର୍ଡ ଦେଖିଲେ ଆପଣ ବି ଜାଣିପାରିବେ ତାଙ୍କୁ କାହିଁକି ସ୍କାଏ ବୋଲି କୁହାଯାଉଛି । ସେ ମୋଟ 45ଟି ମ୍ଯାଚ ଖେଳି 1578 ରନ୍ କରିଛନ୍ତି ଏବଂ ଏଥିରେ 3ଟି ଶତକ ଓ 13ଟି ଅର୍ଦ୍ଧଶତକ ସାମିଲ ଅଛି । ଦୁର୍ଦ୍ଦଶ ବ୍ୟାଟିଂ କରି ସୂର୍ଯ୍ୟକୁମାର ଟି20ରେ ନିଜ ଦବଦବା ବଜାୟ ରଖିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।