Vastu Tips- ସ୍ଵୟଂ ମା’ ଲକ୍ଷ୍ମୀ ଦେଇଛନ୍ତି ବରଦାନ, ଯିଏ ବି ଏହି ସମୟରେ ଘର ଝାଡୁ କରେ ତା ଘର ଧନ ଦୌଲତରେ ଭରି ଦେବେ ମା’ ଲକ୍ଷ୍ମୀ

ହିନ୍ଦୁଧର୍ମରେ ଘରକୁ ମନ୍ଦିର ତୁଲ୍ୟ ମାନାଯାଏ । ସେଥିପାଇଁ ଗୃହକୁ ସର୍ବଦା ସଫାସୁତୁରା ରଖିବା ଉଚିତ । ଅପରିଷ୍କାର ରହୁଥିବା ଘରକୁ ଦରିଦ୍ରତା ଆସିଥାଏ ଓ ଘରେ ନକରାତ୍ମକତା ବାସ କରିଥାଏ ବୋଲି ମାନାଯାଏ । ହିନ୍ଦୁଧର୍ମର ପ୍ରାଚୀନ ଗ୍ରନ୍ଥରେ ଝାଡୁର ଖୁବ ମହତ୍ଵ ରହିଛି । ଏହାକୁ ସ୍ଵୟଂ ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନାଯାଏ । କାରଣ ମା ଲକ୍ଷ୍ମୀ ସ୍ଵଚ୍ଛତା ପ୍ରିୟ ଅଟନ୍ତି । ଆଜି ଆମେ ଆପଣଙ୍କୁ କହିବୁ କେଉଁ ସମୟରେ ଘର ଝାଡୁ କରିବା ଅତ୍ୟନ୍ତ ଶୁଭ ଫଳଦାୟକ ହୋଇଥାଏ ।

ସବୁଠୁ ମହତ୍ବପୂର୍ଣ୍ଣ କଥା ହେଉଛି ଝାଡୁକୁ କେବେ ମଧ୍ୟ ଖୋଲାରେ ବା ବାହାର ବ୍ୟକ୍ତିଙ୍କ ନଜର ପଡୁଥିବା ସ୍ଥାନରେ ରଖନ୍ତୁ ନାହିଁ । ଏହା ଉପରେ ବାହାର ବ୍ୟକ୍ତିଙ୍କ ନଜର ପଡିବା ଦ୍ଵାରା ଘରେ ନକରାତ୍ମକ ଊର୍ଜା ବ୍ୟାପିଥାଏ ଓ ଏହା ଯୋଗୁଁ ଆପଣଙ୍କୁ ଆର୍ଥିକ ସମାୟାର ସାମନା କରିବାକୁ ମଧ୍ୟ ପଡିପାରେ । ବାସ୍ତୁ ଶାସ୍ତ୍ର ଅନୁସାରେ ପୁରୁଣା ଏବଂ ଭାଙ୍ଗି ଯାଇଥିବା ଝାଡୁ ଘରେ ବ୍ୟବହାର କରିବା ମଧ୍ୟ ଅନୁଚିତ ଅଟେ । ଏପରି ଝାଡୁକୁ ତୁରନ୍ତ ବଦଳ କରି ଦିଅନ୍ତୁ । ନଚେତ ଏହା ଯୋଗୁଁ ଆପଣଙ୍କୁ ଘରେ ଅନେକ ପ୍ରକାର ସମସ୍ଯାର ସମୁଖୀନ ହେବାକୁ ପଡିପାରେ ।

ବାସ୍ତୁଶାସ୍ତ୍ର ଅନୁସାରେ ଝାଡୁକୁ କେବେ ମଧ୍ୟ ଠିଆ କରି ରଖିବା ଉଚିତ ନୁହେଁ । ଏହା ଅଶୁଭ ଫଳଦାୟକ ହୋଇଥାଏ । ଏହା ଦ୍ଵାରା ମଧ୍ୟ ଘରେ ଆର୍ଥିକ ସମସ୍ଯା ସୃଷ୍ଟି ହୁଏ । ତେଣୁ ଝାଡୁକୁ ସର୍ବଦା ଶୁଆଇ ରଖନ୍ତୁ । ସନ୍ଧ୍ୟା ସମୟରେ ଝାଡୁ କରିବା ମଧ୍ୟ ଅନୁଚିତ ଅଟେ । ଏହି ସମୟରୁ ନକରାତ୍ମକ ଊର୍ଜା ଚଳଚଞ୍ଚଳ ହୋଇଥାନ୍ତି । ତେଣୁ ସନ୍ଧ୍ୟା ବେଳେ ଝାଡୁ କରିବା ଘରେ ଅତ୍ୟଧିକ ନକରାତ୍ମକ ଊର୍ଜା ପ୍ରବେଶ କରିପାରନ୍ତି । ଏହି ସମୟରେ ଝାଡୁ କରିବା ଦ୍ଵାରା ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି ।

ଏପରି କରିବା ଦ୍ଵାରା ନିକଟ ଭବିଷ୍ୟତରେ ଆପଣଙ୍କୁ ଧନହାନିର ସାମନା କରିବାକୁ ପଡିପାରେ । ଝାଡୁକୁ ସର୍ବଦା ଘରର ପଶ୍ଚିମ ଦିଗରେ ରଖନ୍ତୁ । ଏହାଦ୍ବାରା କୌଣସି ନକରାତ୍ମକ ଊର୍ଜା ଘରେ ବ୍ୟାପୀ ନଥାଏ । ଝାଡୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥିବାରୁ ଏହାକୁ କେବେ ମଧ୍ୟ ଗୋଡ ଲଗାନ୍ତୁ ନାହିଁ । ଅଜାଣତରେ ଗୋଡ ବାଜିଗଲେ ଏହାକୁ ମଥାରେ ଲଗାଇ ତୁରନ୍ତ କ୍ଷମା ମାଗନ୍ତୁ । ସର୍ବଦା ଶନିବାର ଦିନ ହିଁ ନୂଆ ଝାଡୁ ଘରକୁ ଆଣନ୍ତୁ । ଏହି ଦିନ ନୂଆ ଝାଡୁ କିଣିବା ଏବଂ ତା’ର ଉପଯୋଗ କରିବା ଶୁଭ ବୋଲି ମାନାଯାଏ ।

ଝାଡୁ କିଣିବା ପରେ ପ୍ରଥମେ ତା’ର ପୂଜା କରନ୍ତୁ ଓ ତା’ପରେ ଏହାକୁ ବ୍ୟବହାର କରନ୍ତୁ । ମଇଳା ଝାଡୁକୁ ସର୍ବଦା ସଫା ବା ପରିଷ୍କାର ପାଣିରେ ଧୁଅନ୍ତୁ । ଅପରିଷ୍କାର ପାଣିରେ ଝାଡୁ ସଫା କରିବା ଉଭୟ ଝାଡୁ ଓ ମା ଲକ୍ଷ୍ମୀଙ୍କ ଅପମାନ ବୋଲି ମାନାଯାଏ । ଏପରି କରିବା ଦ୍ଵାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।