ସ୍ୱାସ୍ଥ୍ୟ ସହ ଜଡିତ ଏତେ ବଡ କଥା ଏମଏସ ଧୋନୀ କାହିଁକି ଲୁଚାଇଥିଲେ ? ଆର୍ମୀରେ ଡ୍ଯୂଟୀ ସମୟରେ ସତ ଆସିଲା ସାମନାକୁ

ଭାରତୀୟ କ୍ରିକେଟରେ ମହେନ୍ଦ୍ର ସିଂହ ଧୋନୀଙ୍କର ନାମକୁ ବହୁତ ସମ୍ମାନର ସହିତ ହିଁ ନିଆ ଯାଇଥାଏ । ଯେଉଁ ସମୟରୁ ଧୋନୀ ଭାରତୀୟ କ୍ରିକେଟ ଟିମର ଅଂସ ହେଲେ ସେହି ସମୟରୁ ହିଁ ଲୋକମାନେ ତାଙ୍କର ପରିଶ୍ରମ ଓ ଚେଷ୍ଟାକୁ ପିଚରେ ଦେଖିଛନ୍ତି । କହିବାକୁ ଗଲେ ଧୋନୀ ବହୁତ ଶାନ୍ତ ଓ ଗମ୍ଭୀର ରହୁଥିବା ଖେଳାଳି ଅଟନ୍ତି । ଯିଏକି କହିବା ଠାରୁ କରିବା ଉପରେ ଅଧିକ ବିଶ୍ଵାସ ରଖନ୍ତି । କିନ୍ତୁ ଏଥର ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇ ଦେଇଛନ୍ତି ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏତେ ବଡ ରହସ୍ୟକୁ ଏମଏସ ଧୋନୀ ଲୁଚାଇଲେ ? କଣ ହୋଇଛି, ଚାଲନ୍ତୁ ଜାଣିବା ।

ସ୍ୱାସ୍ଥ୍ୟ ସହିତ ଯଦି ରହସ୍ୟକୁ ଲୁଚାଇଲେ ଧୋନୀ

ଟିମ ଇଣ୍ଡିଆର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ୨୦୧୯ ୱାର୍ଲ୍ଡକପରେ ବହୁତ ଚେଷ୍ଟା କରିଲେ କିନ୍ତୁ ଭାଗ୍ୟ ତାଙ୍କର ସାଥ ଦେଲେ ନାହିଁ । କହିବାକୁ ଗଲେ ଇଂଲଣ୍ଡ ସହିତ ଏକ ମ୍ୟାଚରେ ତାଙ୍କର ଆଙ୍ଗୁଠିରେ ଆଘାତ ଲାଗିଥିଲା ତଥାପି ସେ ବ୍ୟାଟିଙ୍ଗ କରୁଥିଲେ ଓ ତାଙ୍କର ଏହି କାମର ପ୍ରଶଂସା ବି କରାଯାଇଥିଲା । ମ୍ୟାଚ ସମୟରେ ମୁହଁରୁ ରକ୍ତ ଛେପ ପକାଇବାର ଫଟୋ ସୋସିୟାଲ ମିଡିୟାରେ ବହୁତ ଭାଇରାଲ ବି ହୋଇଥିଲା ।

ଏକ ୱେବସାଇଟ ଅନୁସାରେ କୁହାଯାଇଛି କି ସେହି ସମୟରେ ଧୋନୀଙ୍କୁ ଯେଉଁ ଆଘାତ ଲାଗିଥିଲା ତାହା କୌଣସି ସାଧାରଣ ଆଘାତ ନୁହେଁ । ୱେବସାଇଟ ଅନୁସାରେ, “ଧୋନୀ ନିଜର ଆଘାତକୁ ଲୁଚାଇ ରଖିଲେ ଓ ତାହା ବିଷୟରେ ସେ କାହକୁ ବି କିଛି କହିଲେ ନାହିଁ ଓ ଆଘାତ ବାହାନରେ ଟ୍ରେନିଗରୁ ଡିସ୍କ୍ୱାଲିଫାଈ ହେବାକୁ ଚାହୁଁ ନ ଥିଲେ । ଧୋନୀ ସେହି ଆଘାତର ସ୍କ୍ଯାନ ବି କରାଇ ନ ଥିଲେ, କିନ୍ତୁ ଯେତେବେଳ ଧୋନୀ ମୁଠି ବନ୍ଦ କରି ପାରିଲେ ନାହିଁ ତେବେ ଏହା ବୁଝିବା ସହଜ ଥିଲା କି ତାଙ୍କୁ ହେୟରଲାଇନ ଫ୍ରୈକ୍ଚର ହୋଇପାରେ ।“

ସେନାରେ ଦେଉଛନ୍ତି ଡ୍ଯୂଟୀ

ୱାର୍ଲ୍ଡକପ ପରେ ଧୋନୀ ୨ ମାସର ଛୁଟି ନେଇ ସେନାରେ ଡ୍ଯୂଟୀ ଦେଉଥିଲେ । ୩୧ ଜୁଲାଇରେ ଧୋନୀ ନିଜର ଡ୍ଯୂଟୀ କାଶ୍ମୀରରେ ଦେବା ଆରମ୍ଭ କରିଥିଲେ ଓ ବର୍ତ୍ତମାନ ହିଁ ଲେହରେ ୧୫ ଅଗଷ୍ଟ ପାଳନ କରିବା ପ୍ରସ୍ତୁତିରେ ସେନାର ସାହାର୍ଯ୍ୟ କରୁଥିଲେ । VIP ହେବା କାରଣରୁ ଧୋନୀ ସେଠି ସ୍ପେଶଲ ଟ୍ରୀଟମେଂଟ ନେଇ ପାରି ଥାନ୍ତେ । କିନ୍ତୁ ସେ ସାଧାରଣ ସୈନିକଙ୍କ ଭଳି ରହିଥିଲେ । ଯାହା ନିଜ ମଧ୍ୟରେ ହିଁ ଏକ ଖାସ କଥା ଅଟେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।