ଜାଣିଛନ୍ତି କି ସ୍ଵପ୍ନରେ ନିଜ ମୃତ୍ୟୁ ଦେଖିବାର ଅର୍ଥ କ’ଣ ? ଏନେଇ ସ୍ଵପ୍ନ ଶାସ୍ତ୍ରରେ ଯାହା ଉଲ୍ଲେଖ ରହିଛି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

ନିଦ୍ରା ଯିବାପରେ ଆମକୁ ଅନେକ ପ୍ରକାରର ସ୍ଵପ୍ନ ଆସିଥାଏ । ସେଥିମଧ୍ୟରୁ କିଛି ଆମକୁ ମନେ ରୁହେନାହିଁ । ଆଉ କିଛି ସ୍ଵପ୍ନ ଏମିତି ଥାଏ, ଯାହାକୁ ଆମେ ଭୁଲି ପାରି ନଥାଉ । ତନ୍ମଧ୍ୟରୁ ଗୋଟିଏ ହେଉଛି ସ୍ଵପ୍ନରେ ନିଜର ମୃତ୍ୟୁ ଦେଖିବା । ସ୍ଵପ୍ନ ଶାସ୍ତ୍ରରେ ଏହି ସ୍ଵପ୍ନ ସହ ସମ୍ବନ୍ଧିତ ଅନେକ ତଥ୍ୟ ଉଲ୍ଲେଖ ରହିଛି । ଯାହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଚାଲନ୍ତୁ ଜାଣିବା ଏପରି ସ୍ଵପ୍ନର ଅର୍ଥ । ପ୍ରାଚୀନକାଳରୁ ହିଁ ସ୍ଵପ୍ନକୁ ଆଗାମୀ ସମୟରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣାର ସଂକେତ ବୋଲି ମାନାଯାଏ ।

ତେବେ ସ୍ଵପ୍ନ ଶାସ୍ତ୍ର ଅନୁସାରେ ସ୍ଵପ୍ନରେ ନିଜ ମୃତ୍ୟୁ ଦେଖିବା ଏକ ଶୁଭ ସଂକେତ । ଏପରି ସ୍ଵପ୍ନକୁ ଭାଗ୍ୟୋଦୟର ଗୁପ୍ତ ସଂକେତ ବୋଲି କୁହାଯାଏ । ସାଧାରଣତଃ ଏପରି ସ୍ଵପ୍ନ ଦେଖିଲେ ଆମେ ଡରିଯାଇ ଥାଉ, ଯାହାକି ଏକଦମ ସ୍ଵାଭାବିକ ଅଟେ । କିନ୍ତୁ କିଛି ଖରାପ ଚିନ୍ତା ମନକୁ ଆସିବା ପୂର୍ବରୁ ଏହା ଜାଣିରଖିବା ଉଚିତ କି, ଏପରି ସ୍ଵପ୍ନ ସେତେବେଳେ ଆସିଥାଏ ଯେତେବେଳେ ଆମ ମଧ୍ୟରେ କୌଣସି ମନ୍ଦତା ରହିଥାଏ ।

ଏବେ ଆପଣଙ୍କ ମଧ୍ୟରୁ ସେହି ମନ୍ଦତାର ଅନ୍ତ ହେବା ସମୟ ଆସିଯାଇଛି । ଏହାସହ ଏହି ସ୍ଵପ୍ନ ସଂକେତ କରେ କି, ଏବେ ଆପଣଙ୍କ ପାଇଁ ସଫଳତା ଆଡକୁ ଯିବାର ସମୟ ଆସିଯାଇଛି । ଏପରି ସ୍ଵପ୍ନ ଆସିଲେ ଚିନ୍ତିତ ହେବା ବଦଳରେ ଆପଣଙ୍କୁ ପ୍ରସନ୍ନ ହେବା ଉଚିତ । ସେହିପରି ଯଦି କୌଣସି ବ୍ୟକ୍ତି ସ୍ଵପ୍ନରେ ନିଜକୁ ପୀଡିତ ଅବସ୍ଥାରେ ଦେଖେ, ତେବେ ସ୍ଵପ୍ନ ଶାସ୍ତ୍ର ଅନୁସାରେ ଏହାର ଅର୍ଥ ହେଉଛି ବର୍ତ୍ତମାନ ଆପଣଙ୍କ ସ୍ୱାସ୍ଥ୍ୟରେ ନିରନ୍ତର ସୁଧାର ଆସିବ ।

ସେହିପରି ସ୍ଵପ୍ନ ଶାସ୍ତ୍ର ଅନୁସାରେ ଯଦି ଆପଣ ନିଜକୁ କୌଣସି ଏକ ମୃତ୍ୟୁଭୋଜ ବା ଏକାଦଶାହରେ ଭୋଜନ କରୁଥିବାର ଦେଖନ୍ତି, ତେବେ ମଧ୍ୟ ଏହା ରୋଗମୁକ୍ତିର ସଂକେତ ବୋଲି ମାନାଯାଏ । ସ୍ଵପ୍ନରେ ଯଦି ଆପଣ ବାଦଲ ମଧ୍ୟରେ ନିଜ ମୃତ୍ୟୁ ଦେଖନ୍ତି କିମ୍ବା ନିଜକୁ ପୃଥିବୀ ଉପରେ ଉଡୁଥିବାର ଦେଖନ୍ତି, ତେବେ ଏହାର ଅର୍ଥ ମଧ୍ୟ ସ୍ଵପ୍ନଦ୍ରଷ୍ଟାଙ୍କୁ ସମସ୍ତ ପ୍ରକାର ଚିନ୍ତାରୁ ମୁକ୍ତି ମିଳିବାକୁ ଯାଉଛି । ସ୍ଵପ୍ନରେ ନିଜକୁ ଅଗ୍ନିରେ ଜଳୁଥିବାର ଦେଖିବା ମଧ୍ୟ ଏକ ପ୍ରକାରର ଶୁଭ ସଂକେତ ଅଟେ, ଯାହା ଧନପ୍ରାପ୍ତିର ସଂକେତ ଅଟେ ।

ସ୍ଵପ୍ନରେ ନିଜକୁ କଟିଯାଉ ଥିବାର ଦେଖିବା ମଧ୍ୟ ଧନ ଉନ୍ନତିର ସଂକେତ ବୋଲି କୁହାଯାଏ । ସେହିଭଳି ସ୍ଵପ୍ନରେ ଯଦି ଆପଣ ଆତତ୍ମହତୟା କରୁଥିବାର ଦେଖନ୍ତି, ତେବେ ଏହାର ଅର୍ଥ ଆପଣ ଦୀର୍ଘ ସମୟ ଧରି ଚାଲି ଆସୁଥିବା କୌଣସି କଠିନ ପରୀକ୍ଷାରୁ ମୁକ୍ତ ହେବାକୁ ଯାଉଛନ୍ତି । କିନ୍ତୁ ଏଭଳି ସ୍ଵପ୍ନ ଅଶୁଭ ସଂକେତ ମଧ୍ୟ ହୋଇପାରେ । ଏହାଦ୍ବାରା ଆପଣ କୌଣସି ବଡ ସମସ୍ୟାର ସମୁଖୀନ ହୋଇପାରନ୍ତି ବା ଆପଣଙ୍କୁ କୌଣସି ରୋଗ ହୋଇପାରେ ।

ସ୍ଵପ୍ନ ଶାସ୍ତ୍ର ଅନୁସାରେ ସ୍ଵପ୍ନରେ ନିଜ ମୃତ୍ୟୁ ଦେଖିବା ଅର୍ଥ ଆପଣ କୌଣସି ରୋଗରୁ ମୁକ୍ତ ହେବାକୁ ଯାଉଛନ୍ତି କିମ୍ବା ଏହା ଆପଣଙ୍କ ଦୀର୍ଘାୟୁ ହେବାର ସଂକେତ ଅଟେ । କେବଳ ସ୍ଵପ୍ନ ଶାସ୍ତ୍ର ନୁହେଁ ବରଂ ଜ୍ଯୋତିଷ ଶାସ୍ତ୍ର ମଧ୍ୟ ଏହା ପ୍ରମାଣିତ କରେ ଯେ ଏଭଳି ସ୍ଵପ୍ନ ମନୁଷ୍ୟର କୌଣସି ଖରାପ ପରିସ୍ଥିତିରୁ ମୁକ୍ତ ହେବାର ସଂକେତ ଅଟେ । ଆପଣଙ୍କୁ ଯଦି କେବେ ଏଭଳି ସ୍ଵପ୍ନ ଆସିଥାଏ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।