ସ୍ଵାମୀକୁ ନିଶ୍ଚୟ ପୁରା କରିବା କଥା ସ୍ତ୍ରୀର ଏହି ସବୁ ଇଚ୍ଛା, କେବେ ବି ଆସିବ ନାହିଁ ସମ୍ପର୍କରେ ତିକ୍ତକା

ବିବାହିତ ଜୀବନରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଯେତିକି ପ୍ରେମ ରହିଥାଏ ସେତିକି ବାଦ ବିବାଦ ବି ହୋଇଥାଏ । ଏହି ବାଦ ବିବାଦ କାରଣରୁ ପ୍ରାୟତଃ ଏହା ହୋଇଥାଏ କି ସ୍ଵାମୀ ବୁଝି ପାରେ ନାହିଁ କି ତାହାର ପତ୍ନୀର କଣ ଇଚ୍ଛା ଥାଏ । ଏହି ଦୁନିଆରେ ସବୁଠୁ ଅଧିକ ପବିତ୍ର ସମ୍ପର୍କ ମାତା ପିତାଙ୍କ ସମ୍ପର୍କ ହୋଇଥାଏ । ମାତା ପିତାଙ୍କ ସମ୍ପର୍କ ପରେ ଯେଉଁ ସମ୍ପର୍କ ଅଧିକ ପବିତ୍ର ହୋଇଥାଏ ସେହି ସମ୍ପର୍କ ସ୍ଵାମୀ ସ୍ତ୍ରୀର ହୋଇଥାଏ । କହିବାକୁ ଗଲେ ସ୍ଵାମୀ ସ୍ତ୍ରୀର ସମ୍ପର୍କ ବହୁତ ହିଁ ଅଧିକ ମଝବୁତ ହୋଇଥାଏ । କିନ୍ତୁ କେତେ ଥର ସମ୍ପର୍କରେ କିଛି ଭୁଲ ବୁଝାମଣା ଆସିବା କାରଣରୁ ଏହି ମଜବୁତ ସମ୍ପର୍କକୁ ଭାଙ୍ଗିବାରେ ଅଳ୍ପ ବି ସମୟ ଲାଗି ନ ଥାଏ ।

ପତ୍ନୀକୁ ଖୁସିରେ ରଖିବା ବହୁତ ଜରୁରୀ

କହିବାକୁ ଗଲେ ନିଜ ପତ୍ନୀକୁ ଖୁସି କରିବାର ବହୁତ ଉପାୟ ଅଛି । କିନ୍ତୁ ଯଦି ଆପଣ ନିଜର ପତ୍ନୀକୁ ଖୁସି କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ତାହାର ସମସ୍ତ ଇଚ୍ଛାର ଧ୍ୟାନ ରଖିବାକୁ ହେବ ଓ ତାକୁ ପୁରା ବି କରିବାକୁ ହେବ । ଆଜି ଆମେ ଆପଣଙ୍କୁ ପତ୍ନୀକୁ ଖୁସି କରିବା ପାଇଁ କିଛି ଏମିତି ଇଚ୍ଛା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟର ବୋଧେ ଆପଣ ଆଗରୁ କେବେ ବି ଶୁଣି ନ ଥିବେ । ଏହା କିଛି ଏମିତି ଇଚ୍ଛା ଅଟେ ଯାହାକୁ ପୁରା କରି ଆପଣ ନିଜର ସମ୍ପର୍କକୁ ଆହୁରି ବି ଅଧିକ ମଜବୁତ କରି ପାରିଏବେ ।

ମନପସନ୍ଦ ଜାଗା ବୁଲାଇବା

ବିବାହ ପରେ ସବୁ ଝିଅର ସ୍ଵପ୍ନ ହୋଇଥାଏ କି ସେ ବିବାହ ପରେ ନିଜର ସ୍ଵାମୀ ସହିତ ତାହାର ମନ ପସନ୍ଦ ଜାଗା ନିଶ୍ଚିତ ବୁଲିବାକୁ ଯିବ । ଏମିତିରେ ଆପଣଙ୍କ ଦାୟିତ୍ଵ ଏହା ଅଟେ କି ଆପଣ ନିଜର ପତ୍ନୀଙ୍କ ଏହି ସ୍ଵପ୍ନକୁ ପୁରା କରନ୍ତୁ । କିନ୍ତୁ ଏହି କଥାର ବି ଧ୍ୟାନ ରଖନ୍ତୁ କି ଏହି ଜାଗାର ଡିସାଇଡ କରିବା ପୂର୍ବରୁ ନିଜର ପତ୍ନୀର ରାୟ ବିଷୟରେ ବି ନିଶ୍ଚିତ ଜାଣି ନିଅନ୍ତୁ । ଏମିତିରେ ତାଙ୍କୁ ଆହୁରି ବି ଅଧିକ ଖୁସି ହେବ ଓ ସେ ପୁରା ଟ୍ରିପକୁ ଭଲ ଭାବରେ ଏନଜୟ କରିବେ ପାରିବେ । ବର୍ଷକୁ ଥରେ ନିଜର ପତ୍ନୀ ସହିତ କେଉଁଠି ନା କେଉଁଠି ଯିବାର ପ୍ଳାନ ନିଶ୍ଚିତ କରନ୍ତୁ ।

ଅଧୁରା ସ୍ଵପ୍ନକୁ ପୁରା କରିବା

ସବୁ ଝିଅର ପିଲାଦିନୁ ଏହା ସ୍ଵପ୍ନ ଥାଏ କି ସେ ନିଜର ଜୀବନରେ କିଛି କରି ଦେଖାଉ । ଝିଅମାନଙ୍କ ଏହି ସ୍ଵପ୍ନ ଚାକିରି, କ୍ୟାରିୟର କିମ୍ବା କୌଣସି ଇଚ୍ଛାକୁ ପୁରା କରିବା ସହ ଜଡିତ ହୋଇଥାଏ । କିନ୍ତୁ ପ୍ରାୟଠ ଦେଖା ଯାଇଛି କି ଯଦି ପଢିବା ସମୟରେ ହିଁ ଯଦି ତାହାର ବିବାହ ହୋଇ ଯାଉଛି ତେବେ ଝିଅର ସମସ୍ତ ସ୍ଵପ୍ନ ପୁରା ହୋଇ ପାରେ ନାହିଁ । ଏମିତିରେ ସ୍ଵାମୀର ଦାୟିତ୍ଵ ଏହା ହୋଇଥାଏ କି ସେ ନିଜର ପତ୍ନୀର ସମସ୍ତ ସ୍ଵପ୍ନକୁ ପୁରା କରିବାରେ ସାହାର୍ଯ୍ୟ କରୁ । ଯଦି କୌଣସି ବି ପୁରୁଷ ଏମିତି କରିଥାଏ ତେବେ ତାହାର ପତ୍ନୀ ନଜରରେ ତାହାର ଇଜ୍ଜତ ଆହୁରି ବି ଅଧିକ ବଢିଯାଏ ।

ରୋମାନ୍ସ ରହିବା

ସବୁ ପତ୍ନୀର ଏହା ଇଚ୍ଛା ହୋଇଥାଏ କି ତାହାର ଜୀବନରେ ରୋମାନ୍ସ କେବେ ବି ଶେଷ ନ ହେଉ । କିନ୍ତୁ ପ୍ରାୟତଃ ଦେଖା ଯାଇଛି କି ଅଳ୍ପ ସମୟ ପରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି ଦୂରତା ଆସିଯାଏ ଓ ଦୁଇ ଜଣଙ୍କ ମଧ୍ୟରେ ରୋମାନ୍ସ ରୁହେ ନାହିଁ । ଏହ କାରଣରୁ ପତ୍ନୀ ପ୍ରାୟତଃ ଦୁଖି ରହିବାକୁ ଲାଗିଥାଏ । ଏହି ସମସ୍ୟାରୁ ବଞ୍ଚିବା ପାଇଁ ସମୟ ସମୟ ନିଜର ପତ୍ନୀ ପ୍ରତି ପ୍ରେମ ଦେଖାଇବା ବହୁତ ଜରୁରୀ ଅଟେ ।

ସବୁ ପଦକ୍ଷେପରେ ସାଥ ଦେବା

ଯେତେବେଳେ ବି କୌଣସି ଝିଅ ବିବାହ କରିବା ପରେ ଶଶୁର ଘରକୁ ଯାଇଥାଏ ତେବେ ତାହା ପାଇଁ ସେହି ଘରେ ସମସ୍ତେ ଲୋକମାନେ ନୂଆ ହୋଇଥାନ୍ତି । ଏମିତିରେ ପତ୍ନୀର କେବଳ ତାହାର ସ୍ଵାମୀ ହିଁ ଗୋଟିଏ ମାତ୍ର ସାହାରା ହୋଇଥାଏ । କାରଣ ବିବାହ ହେବା ପୂର୍ବରୁ ଝିଅ କେବଳ ନିଜର ସ୍ଵାମୀ ସହିତ ହିଁ ଅଧିକ କଥାବାର୍ତ୍ତା ହୋଇଥାଏ ।

ଏମିତିରେ ଝିଅକୁ ବିବାହ ପରେ ଏହା ଲାଗିଥାଏ କି ଯଦି ତାକୁ ଏହି ନୂଆ ଘରେ କୌଣୟସ ବି ଅସୁବିଧା କିମ୍ବା ସମସ୍ୟା ହେବ ତେବେ ତାହାର ସ୍ଵାମୀ ତାହାର ସାଥ ନିଷ୍କିତ ଦେବ । ଏମିତିରେ ଆପଣଙ୍କ ପତ୍ନୀ ଦୁଖୀ ରହିଥାଏ କିମ୍ବା ତାହାର କୌଣସି ଅସୁବିଧା ଅଧିକ ଥିବ ତେବେ ତାଙ୍କ ସହିତ ନିଶ୍ଚିତ କଥାବାର୍ତ୍ତା କରନ୍ତୁ ଓ ଏହିଭଳି ସ୍ଥିତିରେ ତାହାର ସାଥ ନିଶ୍ଚିତ ଦିଅନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।