ପୂଜା – ପାଠର ନିୟମ : ସ୍ଵାମୀ – ସ୍ତ୍ରୀଙ୍କୁ ଏକା ସହିତ ପୂଜା କରିବା ଉଚିତ, ତେବେ ଯାଇ ମିଳିଥାଏ ପୂଜାର ଫଳ

ପୂଜା – ପାଠ କରିବା ଦ୍ଵାରା ପୂଣ୍ୟ ପ୍ରାପ୍ତି ହୋଇଥାଏ ଓ ଜୀବନରେ ସମସ୍ତ ସବୁ ଦୂର ହୋଇ ଯାଇଥାଏ । ଆମ ଶାସ୍ତ୍ର ଗୁଡିକରେ ପୂଜା – ପାଠ କରିବା ବହୁତ ଜରୁରୀ ବୋଲି କୁହାଯାଇଛି ଏହା ସହିତ ପୂଜା ପାଠ କରିବାର କିଛି ନିୟମ ବିଷୟରେ ବି କୁହାଯାଇଛି । ସେଥିପାଇଁ ଆଜି ଆମେ ଆପଣଙ୍କୁ ପୂଜା ପାଠ ସହ ଜଡିତ କିଛି ମହତ୍ଵପୂର୍ଣ ନିୟମ ବିଷୟରେ କହିବାକୁ ଯାଉଛୁ । କାରଣ ଏହି ନିୟମ ଅନୁସାରେ ଯଦି ଆପଣ ପୂଜା କରିବେ ନାହିଁ ତେବେ ଆପଣଙ୍କୁ ପୂଜା କରିବାର ଫଳ ମିଳିବ ନାହିଁ ।

ପୂଜା – ପାଠ କରିବା ସମୟରେ ନିଶ୍ଚିତ ଏହି କଥାର ଧ୍ୟାନ ରଖନ୍ତୁ  –

ସବୁବେଳେ ନିଜ ମୁଣ୍ଡକୁ ଘୋଡାଇ କରନ୍ତୁ ପୂଜା

ପୂଜା କରିବା ସମୟରେ ଆପଣ ନିଜ ମୁଣ୍ଡକୁ ସବୁବେଳେ ଘୋଡାଇ ରଖନ୍ତୁ । ଏହା ଛଡା ଆପଣ ଯେତେବେଳେ ବି ମନ୍ଦିର ଭିତରକୁ ପ୍ରବେଶ କରିବେ ତେବେ ସେହି ସମୟରେ ବି ନିଜର ମୁଣ୍ଡକୁ ଘୋଡାଇବା ଦରକାର ।

କେବଳ ଭଲ ଫୁଲକୁ ହିଁ ଭଗବାନଙ୍କୁ ଅର୍ପଣ କରନ୍ତୁ

ପୂଜା ପାଠରେ ଫୁଲ ବହୁତ ମହତ୍ୱପୂର୍ଣ ହୋଇଥାଏ । ସେଥିପାଇଁ ଆପଣ ପୂଜା ପାଠ କରିବା ସମୟରେ କେବଳ ଭଲ ଫୁଲ ହିଁ ପ୍ରୟୋଗ କରନ୍ତୁ । ଏହା ଛଡା ଆପଣ ଭଗବାନଙ୍କର ପୂଜା କରିବା ସମୟରେ ଭଗବାନଙ୍କୁ ସେହି ଫୁଲ ଅର୍ପଣ କରନ୍ତୁ ଯାହା ତାଙ୍କର ସବୁଠୁ ଅଧିକ ପ୍ରିୟ ହୋଇଥିବ ।

ସବୁବେଳେ ଶାନ୍ତ ମନରେ କରନ୍ତୁ ପୂଜା

ପୂଜା କରିବା ସମୟରେ ଆପଣଙ୍କ ମନ ଶାନ୍ତ ରହିବା ଦରକାର ଓ ମନକୁ ପୂରାପୂରି ପୂଜାରେ ହିଁ ଲଗାଇ ରଖିବା ଉଚିତ । କାରଣ ଯେଉଁ ପୂଜା ଭକ୍ତିର ସହିତ କରାଯାଏ ନାହିଁ ତାହାର କୌଣସି ଲାଭ ମିଳେ ନାହିଁ ।

ଗଣେଶଙ୍କ ନାମରୁ କରନ୍ତୁ ପୂଜାର ଆରମ୍ଭ

ପ୍ରକୃତରେ ଗଣେଶଙ୍କ ନାମ ନେବା ପରେ ହିଁ ଯେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରାଯାଇଥାଏ । ସେଥିପାଇଁ ଆପଣ ଯେତେବେଳେ ପୂଜା କରିବେ ତେବେ ପୂଜାର ଆରମ୍ଭ ଗଣେଶଙ୍କ ନାମରୁ ହିଁ କରନ୍ତୁ ।

ସ୍ଵାମୀ – ସ୍ତ୍ରୀ ସବୁବେଳେ ଏକା ସହିତ କରନ୍ତୁ ପୂଜା

ସ୍ଵାମୀ – ସ୍ତ୍ରୀ ସବୁବେଳେ ଏକାଠି ପୂଜା କରିବା ଉଚିତ । ଏମିତି କୁହାଯାଏ କି ସ୍ଵାମୀ – ସ୍ତ୍ରୀ ମିଶି ଏକାଠି ପୂଜା କରିବା ଦ୍ଵାରା ଅକ୍ଷୟ ପୂଣ୍ୟ ବଢିଥାଏ ଓ ତାଙ୍କର ବୈବାହିକ ଜୀବନ ଖୁସିରେ ଭରପୁର ରହିଯାଏ । ଏହା ବ୍ୟତୀତ ସ୍ଵାମ ଇ-ସ୍ତ୍ରୀଙ୍କୁ ସବୁବେଳେ ଏକାଠି ତୀର୍ଥଯାତ୍ରା ଓ ଅନ୍ୟାନ୍ୟ ଧାର୍ମିକ କାମକୁ କରିବା ଉଚିତ ।

ଦିନକୁ ଦୁଇ ଥର କରନ୍ତୁ ପୂଜା

ଦିନକୁ ଦୁଇ ଥର ପୂଜା କରିବା ବହୁତ ଭଲ ହୋଇଥାଏ, ଥରେ ସକାଳେ ଓ ଥରେ ସନ୍ଧ୍ୟା ସମୟରେ ପୂଜା କରିବା ଉଚିତ । ଏହା ଛଡା ଆପଣ କେବେ ବି ଦ୍ଵିପ୍ରହରରେ ପୂଜା କରନ୍ତୁ ନାହିଁ ଓ ଶୋଇବା ପୂର୍ବରୁ ପୂଜା ଘରର କବାଟ ବନ୍ଦ କରି ଶୋଇବାକୁ ଯାଆନ୍ତୁ ।

ପୂଜା ଘରକୁ ସବୁଦିନ କରନ୍ତୁ ସଫା

ପୂଜା କରିବା ପୂର୍ବରୁ ଘରକୁ ଭଲ ଭାବରେ ସଫା କରନ୍ତୁ ଓ ଏହା ପରେ ହିଁ ପୂଜା ଆରମ୍ଭ କରନ୍ତୁ । ଏହା ଛଡା ସବୁଦିନ ପୂଜା ଘରେ ଗଙ୍ଗା ପାଣି ବି ଛିଞ୍ଚି ପାରିବେ ।