ସ୍ଵାମୀ ଓ ସ୍ତ୍ରୀ କଳହ କରିବା ଭୁଲିଯିବେ, ଏହାକୁ ଥରେ ମାତ୍ର ଦେଖି ନିଅନ୍ତୁ- Ajira Anuchinta

ମଣିଷ ଜୀବନରେ ସଦାବେଳେ ଦୁଖ ସୁଖ ଲାଗି ରହିଥାଏ । କେହି ନିଜର ଭଲ କର୍ମ ପାଇଁ ସୁଖ ପାଇଥାଏ ତ ଆଉ କେହି ନିଜର ଖରାପ କର୍ମ ପାଇଁ ଦୁଖ ପାଇଥାଏ । ପ୍ରାୟତ ଦେଖିବାକୁ ଗଲେ ଦାଂପତ୍ଯ ଜୀବନରେ ଦୁଖ ସୁଖ ଲାଗି ରହିଥାଏ । ଯାହା ଫଳରେ ଦୁହିଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ସ୍ଵାମୀ ଓ ସ୍ତ୍ରୀ ଦୁହେଁ କଳହ ନ ହେବାର କିଛି ଟିପ୍ସ କହିବାକୁ ଯାଉଛୁ । କିଛି ପରିବାରରେ କୌଣସି କାରଣ ନ ଥାଇ ମଧ୍ୟ ସ୍ଵାମୀ ଓ ସ୍ତ୍ରୀ ଦୁହିଁଙ୍କ ଭିତରେ କଳହ ଲାଗି ରହିଥାଏ ।

କିଛି କାରଣ ନ ଥାଇ ମଧ୍ୟ ଦୁହେଁ ପରସ୍ପର କୌଣସି କଥାକୁ ନେଇ ଯୁକ୍ତିତର୍କ କରିଥାନ୍ତି । ଏହି କଳହ କାରଣରୁ ଏମିତି ସମସ୍ଯା ଦେଖାଯାଏ ଯେ ଦୁହେଁ ପରସ୍ପର ଠାରୁ ଦୂରେଇ ରୁହନ୍ତି । ଏହାଛଡା ପରସ୍ପର ସହ କଥାବାର୍ତ୍ତା ମଧ୍ୟ ବନ୍ଦ କରି ଦିଅନ୍ତି । ପରସ୍ପର ଭିତରେ ଭଲ ପାଇବା କମ ହୋଇଯାଏ । ଏହି ସବୁକୁ ଆଧାର କରି ୫ଟି ଟିପ୍ସ ରହିଛି ଯାହା ନିମ୍ନ ରେ ଦିଆଗଲା ।

୧-  ପ୍ରତେକ ପୂର୍ଣ୍ଣିମା ତିଥିରେ ସକାଳୁ ସ୍ନାନ କରି ଘରର ମୁଖ୍ୟ ଦ୍ଵାରରେ ଆମ୍ବ ପତ୍ରକୁ ମାଳ କରି ଟଙ୍ଗାଇ ଦିଅନ୍ତୁ । ଏହି ଶୁଖି ଯାଇଥିବା ପତ୍ରକୁ ଦୁଇ ତିନି ଦିନ ପରେ ପାଣିରେ ଭସାଇ ଦିଅନ୍ତୁ । ଏହା କରିବା ଫଳରେ ଆପଣଙ୍କ ଘରର ଗୃହକ୍ଲେଶ ଦୂରେଇ ଯାଏ ।

୨- ଦିତୀୟ ଉପାୟଟି ହେଉଛି ପ୍ରତେକ ଦିନ ସକାଳୁ ଠାକୁର ପୂଜା କରିବା ବେଳେ ଶଙ୍ଖ ବଜାନ୍ତୁ । ଏହା କରିବା ଫଳରେ ଆପଣଙ୍କ ଘରର ସୁଖ ଶାନ୍ତି ଲାଗି ରହିଥାଏ । ଏହାଛଡା ମା ଲକ୍ଷ୍ମୀଙ୍କର ମଧ୍ୟ କୃପା ରହିଥାଏ । ଯଦି ଆପଣଙ୍କ ଗୃହରେ କଳହ ଲାଗି ରହିଥାଏ ତେବେ ତାହାର ନିବାରଣ ହୋଇଥାଏ ।

୩-  ତୃତୀୟ ନିୟମଟି ହେଉଛି ପ୍ରତେକ ପୂର୍ଣ୍ଣିମା ଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରିବା ଉଚିତ । ସ୍ନାନ କରିବା ପରେ ଖଣ୍ଡ ହଳଦୀକୁ ପେଷ୍ଟ କରି ଘରର ମୁଖ୍ୟ ଦ୍ଵାରରେ “ଓମ” ଲେଖି ଦିଅନ୍ତୁ । ଏହା କରିବା ଫଳରେ ଆପଣଙ୍କ ଘରେ କଳହ ସୃଷ୍ଟି ହୋଇ ନ ଥାଏ । ଆପଣଙ୍କ ଘରେ ସୁଖ ଶାନ୍ତି ଲାଗି ରହିଥାଏ ।

୪- ଚତୁର୍ଥ ଉପାୟଟି ହେଉଛି ଆପଣ ନିଜ ଘରେ ଲାଫିଙ୍ଗ ବୁଦ୍ଧର ମୂର୍ତ୍ତି ରଖି ପାରିବେ । କିନ୍ତୁ ଧ୍ୟାନ ରଖିବେ ଯେ ଏହି ମୂର୍ତ୍ତିଟିକୁ କେହି ଯେମିତି ଆପଣଙ୍କୁ ଉପହାର ଦେଇ ନ ଥିବେ । ଆପଣ ନିଜ ଘରେ ଲାଫିଙ୍ଗ କରୁଥିବା ବୁଦ୍ଧ ମୂର୍ତ୍ତିଟିକୁ ଘରର ମୁଖ୍ୟ ଦ୍ଵାରରେ ରଖିବା ଉଚିତ । ଏହା କରିବା ଫଳରେ ଆପଣଙ୍କ ଘରେ କଳହ ହୋଇ ନ ଥାଏ ।

୫-  ପଞ୍ଚମ ଉପାୟଟି ହେଉଛି  ଯଦି ଆପଣଙ୍କ ଘରେ ଅଦରକାରୀ ଜିନିଷ ରହିଛି ଯେମିତି କି ଭଙ୍ଗା ଆଇନା, ପୁରୁଣା କାଗଜ, ପୁରୁଣା କପଡା, ଭଙ୍ଗା ଫୋଟୋ ଫ୍ରେମ ଆଦି ଯାହା ଆପଣଙ୍କ ଉପଯୋଗୀ ନୁହେ ଏ ସବୁକୁ ଯେତେ ଜଲ୍ଦି ସମ୍ଭବ ଏହାକୁ ସଫା କରିଦେବା ଉଚିତ । କାରଣ ଏହି ସବୁ ଜିନିଷ ଘରେ ରହିବା ଦ୍ଵାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ଗୋଟିଏ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ