ସ୍ଵାମୀକୁ ହେଲା ପତ୍ନୀ ଉପରେ ସନ୍ଦେହ, ଚୁପଚାପ ଲଗାଇଲା CCTV କ୍ୟାମେରା, ଦେଖିଲା ଏମିତି କାମ କି ସ୍ତବ୍ଦ ହେଇଗଲା

ଏହି ଦୁନିଆରେ ସ୍ଵାମୀ ସ୍ତ୍ରୀର ସମ୍ପର୍କ ସବୁଠୁ ଅମୂଲ୍ୟ ସମ୍ପର୍କ ହୋଇଥାଏ ଓ ଏହି ସମ୍ପର୍କ ପ୍ରେମ ଓ ବିଶ୍ଵାସର ବଳରେ ହିଁ ଯୋଡି ହୋଇଥାଏ ଓ ଯଦି ଅଳ୍ପ ବି ଏହି ସମ୍ପର୍କରେ ବିଶ୍ଵାସ କମ ହୋଇଯାଏ ତେବେ ଏହି ସମ୍ପର୍କ ଭାଙ୍ଗିବାକୁ ଅଧିକ ସମୟ ଲାଗି ନ ଥାଏ । ଆଜିର ଏହି ପୋସ୍ଟରେ ଆମେ ଆପଣଙ୍କ ସାମନାରେ ଏହିଭଳି ଏକ ମାମଲା ନେଇ ଆସିଛୁ ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ରହିଯିବେ ।

କହିବାକୁ ଗଲେ ଏହି ମାମଲା ଗୋରଖପୁରର ହାଥୀତାଲ କଲୋନୀରେ ରହୁଥିବା ମଧ୍ୟପ୍ରଦେଶର ବିଦ୍ୟୁତ ମଣ୍ଡଲରେ ଇଞ୍ଜିନିୟର ଥିବା ଏକ ବ୍ୟକ୍ତିର ଅଟେ । ଯାହାଙ୍କ ଘରେ ଲକ୍ଷ ଲକ୍ଷ ଟଙ୍କା ଚୋରୀ ହୋଇ ଯାଇଛି ।

ଏହା ପରେ ଯେତେବେଳେ ଘରର CCTV ଫୁଟେଜକୁ ଦେଖାଗଲା ତେବେ ସମସ୍ତଙ୍କର ହୋସ ଉଡିଗଲା । ଯେଉଁ ବ୍ୟକ୍ତି ସେହି ଘରେ ଚୋରୀ କରିଥିଲା ସେ ଆଉ କେହି ନୁହେଁ ସେହି ବ୍ୟକ୍ତିର ଧର୍ମପତ୍ନୀ ଅଟେ ।

ସୂଚନା ଅନୁସାରେ ଏମପୀଈବୀ ର ସୀନିୟର ଇଞ୍ଜିନିୟର ହିମାଂଶୁ ଅଗ୍ରୱାଲ ଓ ତାଙ୍କର ପତ୍ନୀ ବର୍ଷିକା ଅଗ୍ରୱାଲ ବି ଏମପୀଈବୀ ର ଇଞ୍ଜିନିୟର ପଦରେ କାର୍ଯ୍ୟରତ ଅଟନ୍ତି । କହିବାକୁ ଗଲେ ବର୍ଷ ୨୦୧୫ରେ ଦୁଇ ଜଣ ପ୍ରେମ ବିବାହ କରିଥିଲେ । କିନ୍ତୁ ବାହାଘର ପରେ ଘରେଲୁ ବିବାଦ କାରଣରୁ ଦୁଇ ଜଣ ଅଲଗା ରହୁଥିଲେ ।

କହିବାକୁ ଗଲେ ଶୁକ୍ରବାର ରାତିରେ ଏମପୀଈବୀ ର ସୀନିୟର ଇଞ୍ଜିନିୟର ହିମାଂଶୁ ଅଗ୍ରୱାଲ ଯେତେବେଳେ ଅଫିସରୁ ଘରକୁ ଫେରିଲେ, ତେବେ ସେ ଦେଖିଲେ କି ଘରର ତାଲା ଭାଙ୍ଗି ଯାଇଛି ଓ ଘରର ସମସ୍ତ ଜିନିଷ ସବୁ ତଳେ ପଡିଛି ତେବେ ସେ ବୁଝିଗଲେ କି ତାଙ୍କ ଘରେ ଚୋରୀ ହୋଇଛି । ତେବେ ସଙ୍ଗେ ସଙ୍ଗେ ପୁଲିସକୁ ସୂଚନା ଦେଲେ । ଏହା ପରେ ପୁଲିସ ତାଙ୍କ ଘରେ ପହଞ୍ଚି ପୁରା ମାମଲାର ଯାଞ୍ଚ କରିଲେ ଓ CCTV ଫୁଟେଜକୁ ବି ଦେଖିଲେ ।

ପୁଲିସ ଦେଖିଲେ କି ହିମାଂଶୁଙ୍କର ପତ୍ନୀ ସନ୍ଧ୍ୟା ସମୟରେ ୬ ଟା ବାଜି ୪୭ ମିନିଟରେ ଦୁଇ ଜଣ ଯୁବକଙ୍କ ସହ ଘରେ ପହଞ୍ଚୁଛି । ଏହା ପରେ ସେହି ଦୁଇ ଜଣ ଯୁବକ ଘରର ତାଲାକୁ ଭାଙ୍ଗି ଘର ଭିତରେ ପ୍ରବେଶ କରି ଗହଣା, ନଗଦ କିଛି ଟଙ୍କା ଓ କିଛି ଅଫିସର କାଗଜପତ୍ର ନେଇ ଦୁଇ ଜଣ ବାଇକ ଧରି ଚାଲି ଯାଉଛନ୍ତି ।

ଏହା ପରେ ହିମାଂଶୁଙ୍କର ପତ୍ନୀ ଘର ଭିତରେ ପସି ଆଲମାରିରୁ ୫୦ ହଜାର ଟଙ୍କା ଓ କିଛି ସୁନା – ଚାନ୍ଦିର ଗହଣା ନେଇ ଚାଲି ଯାଉଛି । ଏହି ସବୁ ଦେଖି ପୁଲିସ ସହିତ ହିମାଂଶୁ ବି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ତାଙ୍କର ପତ୍ନୀ ହିଁ ତାଙ୍କ ଘରେ ଚୋରୀ କରିଛି । ବର୍ତ୍ତମାନ ଗୋରଖପୁର ପୁଲିସ ହିମାଂଶୁ ଅଗ୍ରୱାଲଙ୍କର କମ୍ପ୍ଲେନ ଉପରେ ଏହି ମାମଲାର ଯାଞ୍ଚ କରୁଛନ୍ତି ।