ମାଟ୍ରିମୋନିଆଲ ସାଇଟରୁ ଦେଖା ହେଲା, ସ୍ଵାମୀ ବହୁତ ଭଲ ଏବଂ ବାପା ଭଳି ଶ୍ଵଶୁର ପାଇଛି… Transwoman Samikhya

ଟ୍ରାନ୍ସ ୱମ୍ୟାନ ସମୀକ୍ଷା ବେହେରାଙ୍କୁ ବିଷୟରେ ଅନେକ କଥା ଆପଣ ଜାଣିଥିବେ । ନିଜ ଲିଙ୍ଗ ପରିବର୍ତ୍ତନ କରି ନାରୀ ହୋଇ ବିବାହ ମଧ୍ୟ କରିଛନ୍ତି ସମୀକ୍ଷା । ଯାହାକି ଆଜି ତାଙ୍କ ଭଳି ଅନେକ ଯୁବକ ଯୁବତୀଙ୍କୁ ପ୍ରେରଣା ଯୋଗାଉଛି । ଜୀବନରେ ଅନେକ କିଛି ସହ୍ୟ କରି ସେସବୁକୁ ପାର ଆସିଛନ୍ତି ସମୀକ୍ଷା । ଆଉ ଏବେ ତାଙ୍କ ଜୀବନ ଏକଦମ ବଦଳି ଯାଇଛି । ତାଙ୍କ ଲିଙ୍ଗ ପରିବର୍ତ୍ତନ କରିବା ଠାରୁ ନେଇ ବୈବାହିକ ଜୀବନ ପର୍ଯ୍ୟନ୍ତ ଅନେକ କିଛି ବଖାଣିଛନ୍ତି ସମୀକ୍ଷା ।

ସେ ପୁଅ ଶରୀର ପାଇଁ ଜନ୍ମ ହୋଇଥିଲେ ମଧ୍ୟ ଛୋଟବେଳୁ ହିଁ ଝିଅଙ୍କ ଭଳି ମନ ଥିଲା । ଧୀରେ ଧୀରେ ବଡ ହେବାସହ ବୁଝିଥିଲେ କି, ମନ ଭିତରୁ ସେ ଜଣେ ଝିଅ । ଝିଅଙ୍କ ପରି କଥାବାର୍ତ୍ତା, ଚାଲିଚଳଣି ଓ ଅଙ୍ଗଭଙ୍ଗୀ ଯୋଗୁଁ ଅନେକ ଟାହିଟାପରା ସହ୍ୟ କରିବାକୁ ପଡୁଥିଲା । ତଥାପି ତାଙ୍କ ମା’ ତାଙ୍କୁ ସବୁବେଳେ ସପୋର୍ଟ କରୁଥିଲେ । ସେ କଲେଜ ପଢିବା ବେଳେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇ ଯାଇଥିଲା । ବଡ ଭାଇ କିନ୍ତୁ ତାଙ୍କର ଏସବୁ ଢଙ୍ଗ କେବେବି ପସନ୍ଦ କରୁ ନଥିଲେ ।

2013 ରେ ସେ ଯେବେ ସର୍ଜରୀ କରିଥିଲେ ସେବେ ଠାରୁ ମା’ ମଧ୍ୟ ତାଙ୍କ ସହ ଆଉ କଥା ହୋଇ ନଥିଲେ । ଏନେଇ ସମୀକ୍ଷା କୁହନ୍ତି କି, ତାଙ୍କ ମା’ ଜାଣନ୍ତି କି ତା’ ସାନ ପୁଅ ବହୁତ ଷ୍ଟ୍ରଙ୍ଗ । ତେଣୁ ସେ ତାକୁ ଦୁନିଆରେ ଏକା ବଞ୍ଚିବାକୁ ଛାଡି ଦେଇଛି । ଏକ ମାଟ୍ରିମୋନିଆଲ ସାଇଟରୁ ସେ ତାଙ୍କ ସ୍ଵାମୀଙ୍କ ସହ ଦେଖା ହୋଇଥିଲେ ।

ତାଙ୍କ ଶ୍ଵଶୁରଙ୍କ ସହ ମଧ୍ୟ ଦେଖା ହୋଇଥିଲେ । ସେମାନେ ବହୁତ ଖୁସି ମନରେ ସମୀକ୍ଷାଙ୍କୁ ବୋହୂ ଭାବେ ଗ୍ରହଣ କରିଥିଲେ । ଯାହା ସମୀକ୍ଷାଙ୍କୁ ଆଜି ବି ସ୍ଵପ୍ନ ଭଳି ଲାଗେ । ଏନେଇ ତାଙ୍କ ସ୍ଵାମୀ କୁହନ୍ତି କି, ଟ୍ରାନ୍ସ ୱମ୍ୟାନଙ୍କୁ ବାହା ହୋଇ ସେ କିଛି ମହାନ କାର୍ଯ୍ୟ କରି ନାହାନ୍ତି । ସେ ଜାଣନ୍ତି କି ସେ ଜଣେ ନାରୀଙ୍କୁ ବିବାହ କରିଛନ୍ତି । ଆଉ ସବୁ ମଣିଷ ଏହିଭଳି ହେବା ଦରକାର ବୋଲି ସମୀକ୍ଷାଙ୍କ ସ୍ଵାମୀ କୁହନ୍ତି । ଶ୍ଵଶୁର ମଧ୍ୟ ଝିଅ ଭଳି ବ୍ୟବହାର କରନ୍ତି ଓ ସବୁ ସୁବିଧା ଅସୁବିଧା ପଚାରି ବୁଝନ୍ତି ।

ସମୀକ୍ଷାଙ୍କ ଜୀବନ ସତରେ ବେଶ ପ୍ରେରଣାଦାୟକ ଓ ସ୍ଵାମୀ ଓ ଶ୍ଵଶୁରଙ୍କ ଭଳି ଯଦି ସମସ୍ତଙ୍କର ବ୍ୟକ୍ତିତ୍ବ ହେବ ତେବେ ଆମ ସମାଜରେ ଏକ ନୂଆ ପରିବର୍ତ୍ତନ ଆସିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।