ଆପଣଙ୍କୁ ଯଦି ରହିବାର ଅଛି ସ୍ୱାସ୍ଥ୍ୟବାନ, ତ ଆପଣାନ୍ତୁ ଏହି ସବୁ ଟିପ୍ସ

ଭୋଜନ କରିବାର ସଙ୍ଗେ ସଙ୍ଗେ ସ୍ନାନ କରିବା ଦ୍ଵାରା ପାଚନ ଶକ୍ତି ଖରାପ ହେବାର ଆଶଙ୍କା ରହିଥାଏ । ଭୋଜନ କରିବାର ସଙ୍ଗେ ସଙ୍ଗେ ସମ୍ପର୍କ ସ୍ଥାପନ କରିବା କିମ୍ବା ଅଧିକ ପରିଶ୍ରମ କରିବା ଦ୍ଵାରା ପାଚନ ଶକ୍ତି ନଷ୍ଟ ହୋଇଥାଏ । ପେଟ ବାହାରିବାର ମୁଖ୍ୟ କାରଣ ହେଉଛି ଠିଆ ହୋଇ ଖାଇବା ଓ ଚୌକିରେ ବସି ଖାଇବା । ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଦ୍ଵାରା ମଧ୍ୟ ପେଟ ବାହାରିଥାଏ ।

ଆସନ୍ତୁ ଜାଣିବା କେଉଁ ଉପାୟ କରିବା ଦ୍ଵାରା ପେଟକୁ କମାଇବାରେ ସହାୟତା ମିଳେ । ସବୁବେଳେ ତଳେ ବସି ଖାଇବା ଉଚିତ । ଏହା ଦ୍ଵାରା ଆମେ ଆବଶ୍ୟକତା ଠାରୁ ଅଧିକ ଖାଇପାରୁନା । ଯାହା ଦ୍ଵାରା ପେଟ ବଡ ହେବାର ଆଶଙ୍କା ନଥାଏ ।

ଖାଇବାର ସଙ୍ଗେ ସଙ୍ଗେ ପାଣି ପିଇବା ଦ୍ଵାରା ଅନେକ ରୋଗ ହେବାର ଆଶଙ୍କା ରହିଥାଏ । ଆଜିର ସମୟରେ ଚର୍ମ ରୋଗ ଓ ପେଟ ରୋଗର ମୁଖ୍ୟ କାରଣ ହେଉଛି, କ୍ଷୀରରେ ତିଆରି ଚା’ । ଲୋକମାନେ ଯେଉଁ ଟାଏ ବ୍ୟବହାର କରୁଛନ୍ତି, ତାହାକୁ ଜୋରରେ ବାନ୍ଧିବା ଦ୍ଵାରା ଆଖି ଉପରେ ନକରାତ୍ମକ ପ୍ରଭାବ ପଡେ । ଅଧିକ ତଳକୁ ନଇଁ କରି ପଢିବା ଦ୍ଵାରା ଫୁସଫୁସ, ମେରୁ ଦଣ୍ଡ ଓ ଆଖି ଉପରେ ପ୍ରଭାବ ପଡେ ।

ଭୋଜନ ଆରମ୍ଭରେ ମିଠା, ମଧ୍ୟମରେ ଖଟା ଓ ନମକିନ ଓ ଶେଷରେ ରାଗ, କଞ୍ଚା ଓ ଚଟପଟା ପ୍ରଦାର୍ଥର ସେବନ କରିବା ଉଚିତ । ଖାଇସାରିବା ପରେ ହାତ ଧୋଇ ଓଦା ହାତକୁ ଆଖିରେ ଲଗେଇବା ଉଚିତ । ଏହା ଦ୍ଵାରା ଆଖି ଗରମରୁ ରକ୍ଷା ପାଏ । ସ୍ନାନ କରିବା ପୂର୍ବରୁ ଗୋଟେ ଗ୍ଲାସ ପାଣି ପିଅନ୍ତୁ । ଏହା ଦ୍ଵାରା ହାଇ ବ୍ଲଡ ପ୍ରେସର ସମସ୍ୟାରୁ ମୁକ୍ତି ମିଳେ ।

ସୁସ୍ଥ ରହିବା ପାଇଁ ଏହି ଉପାୟ ଗୁଡିକୁ ଅବଲମ୍ବନ କରନ୍ତୁ

ଗାଧେଇବା ଓ ଶୋଇବା ପୂର୍ବରୁ ଓ ଖାଇସାରିବା ପରେ ମୁତ୍ର ତ୍ୟାଗ କରନ୍ତୁ । ଏହା ଦ୍ଵାରା କୌଷ୍ଠକାଠିନ୍ୟ, ଓ ଶରରୀରେ ପଥରୀ ଜନିତ ସମସ୍ୟାରୁ ମୁକ୍ତି ମିଳେ । ଠିଆ ହୋଇ ପରିସ୍ରା କରିବା ଦ୍ଵାରା ମେରୁଦଣ୍ଡ ଓ ହାଡ ଜନିତ ରୋଗ ହେବାର ସମ୍ଭାବନା ଥାଏ । ଠିଆ ହୋଇ ପାଣି ପିଇବା ଦ୍ଵାରା ଗଣ୍ଠିବାତ ରୋଗ ହୋଇଥାଏ ।

ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ନ ଶୋଇଲେ ରୋଗ ପ୍ରତିରୋଧକ କ୍ଷମତା କମ ହୋଇଥାଏ । ସିଗରେଟ, ତମ୍ବାଖୁ ପରି ପ୍ରଦାର୍ଥର ସେବନ କରିବା ଦ୍ଵାରା ମସ୍ତିସ୍କର ହଜାର ହଜାର କୋଷିକା ନଷ୍ଟ ହୋଇଥାନ୍ତି ଏବଂ ସେମାନଙ୍କର ପୂନଃଗଠନ ହୋଇପାରେ ନାହିଁ । ଏହି ସମସ୍ତ କଥାକୁ ମନେ ରଖି କାର୍ଯ୍ୟ କଲେ ଆପଣ ସ୍ୱାସ୍ଥ୍ୟବାନ ରହିବେ ।